ଓଡିଶା ତାଜା ନ୍ୟୁଜ୍ (୨୭ ମଇ, ବୁଧବାର) ଚାନ୍ଦପୁର ସ୍ଥିତ କୋଭିଡ-19 ହସ୍ପିଟାଲ ପରିଦର୍ଶନ କଲେ ଜିଲ୍ଲା ପର୍ଯ୍ୟବେକ୍ଷକ :- ନୟାଗଡ ଜିଲ୍ଲାରେ କରୋନା ପରସ୍ଥିତି କି ଭଳି ରହିଛି, କୋଭିଡ 19ର ମୁକାବିଲା କେତେ ଯତ୍ନବାନ ଅଛି ଜିଲ୍ଲା ପ୍ରଶାସନ, ଆଗାମୀ ଦିନରେ କରୋନାକୁ କିଭଳି ସୁବ୍ୟବସ୍ଥିତ ଢଙ୍ଗରେ ଆଗେଇନେଇ ଜନସାଧାରଣ ସୁସ୍ୱାସ୍ଥ୍ୟ ଜୀବନ ବିତାଇବା ପାଇଁ କଣ ରହିବ ପ୍ରଶାସନିକ ଢାଞ୍ଚା ସହ ଚାନ୍ଦପୁର ରେ ପ୍ରତିଷ୍ଠା ହୋଇଥିବା କୋଭିଡ ହସ୍ପିଟାଲର ବର୍ତମାନର ସ୍ଥିତି କଣ ଅଛି ଏହାକୁ ପରଖିବା ପାଇଁ ଚାନ୍ଦପୁର କୋଭିଡ 19 ହସ୍ପିଟାଲ କୁ ପରିଦର୍ଶନ ରେ ଆସିଥିଲେ ନୟାଗଡ ଜିଲ୍ଲା ଦାଇତ୍ୱ ରେ ଥିବା ପର୍ଯ୍ୟବେକ୍ଷକ ତଥା ଆର.ଡି.ସି ଅନିଲ କୁମାର ସାମଲ ।
ତନ୍ନତନ୍ନ କରି ହସ୍ପିଟାଲକୁ ପର୍ଯ୍ୟବେକ୍ଷଣ କଲେ । ଆହୁରି କେମିତି ଏହା କ୍ରିୟାଶୀଳ ହେବା ସହ ବିପଦ ସମୟ ରେ ଏହା କିଭଳି ସାଧାରଣ ଜନତାର କାର୍ଯ୍ୟରେ ଆସିବ ସେ ସମ୍ପର୍କରେ ଉପସ୍ଥିତ ଜିଲ୍ଲାର ପଦସ୍ଥ ଅଧିକାରୀ ମାନଙ୍କ ସହ ଏକ ସକାରାତ୍ମକ ଦୃଷ୍ଟି ଭାଙ୍ଗିରେ ଆଲୋଚନା କରି କୋଭିଡ 19 ର ସୁପରିଚାଳନାରେ ଯେମିତି କୌଣସି ବ୍ୟାଘାତ ସୃଷ୍ଟି ନହୁଏ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେଠାରେ ଉପସ୍ଥିତ ଜିଲ୍ଲା ପ୍ରଶାସନର ପଦସ୍ତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେବା ସହ ଜିଲ୍ଲା ପ୍ରଶାସନର କୋଭିଡ 19ର ଦୃଢ଼ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ନେଇଥିବା ଜନକଲ୍ୟାଣକାରୀ ପଦକ୍ଷେପର ପ୍ରଂଶସା କରିଥିଲେ ଶ୍ରୀଯୁକ୍ତ ସାମଲ ।
ଏହି ଗସ୍ଥକ୍ରମରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ପି ଡି.ଡି. ଆର.ଡିଏ ସୁବାସ ରାୟ, ଉପଜିଲ୍ଲାପାଳ ଲଗ୍ନାଜିତ ରାଉତ, ଜିଲ୍ଲାମୁଖ୍ୟ ସ୍ଵାଥ୍ୟଅଧିକାରୀ ଡା. ଶ୍ୱେତ ମହାପାତ୍ର ସହ ଅନ୍ୟ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲା ବେଳେ ଜିଲ୍ଲାପାଳ ଡା. ଟୁଡୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ସହ ସରକାରୀ କାର୍ଯ୍ୟକ୍ରମରେ ଭିଡିଓ କନଫରେନସିଂ ମାଧ୍ୟମ ରେ ଜିଲ୍ଲାର ସାମଗ୍ରିକ ବିକାଶ ସମ୍ପର୍କରେ ରେ ଆଲୋଚନାରେ ଥିବା ଜଣାପଡିଛି । ( ନୟାଗଡ ଜିଲ୍ଲା /ରିପୋର୍ଟ – ରାମକୃଷ୍ଣ ରଥ )
odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com