• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିନା ରାଜ୍ୟରେ ରାଜା : ଗଜପତି ପୁସ୍ତକ ଉନ୍ମ‌ୋଚନ

Proprietor Abhimanyu Maharana by Proprietor Abhimanyu Maharana
September 19, 2022
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ବିନା ରାଜ୍ୟରେ ରାଜା : ଗଜପତି ପୁସ୍ତକ ଉନ୍ମ‌ୋଚନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୯ ସେପ୍ଟେମ୍ବର ସୋମବାର ) ନୁଆଦିଲ୍ଲୀ :- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଦ୍ୟ ସେବକ ଗଜପତିଙ୍କର ନିଜ ପାଇଁ କୌଣସି ରାଜ୍ୟର ଆବଶ୍ୟକତା ନାହିଁ। ବରଂ ଜଗତର ନାଥଙ୍କର ଅନ୍ତରଙ୍ଗ ସେବାକାରୀ ହିସାବରେ ସାରା ଦୁନିଆର ଆଧ୍ୟାତ୍ମିକ ରାଜତ୍ବ ତାଙ୍କ ଅଧିନରେ ରହିଥିବା ବିଖ୍ୟାତ ବୁଦ୍ଧିଜିବୀ ଡଃ କରଣ ସିଂହ ମତପ୍ରକାଶ କରିଛନ୍ତି। ବହୁ ଚର୍ଚ୍ଚିତ ପୁସ୍ତକ “ବିନା ରାଜ୍ୟରେ ରାଜା: ଗଜପତି”ର ଉନ୍ମ‌ୋଚନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଡଃ ସିଂହ, ଓଡ଼ିଶାର ଉତଥାନ ପତନ, କେବେବି ଗଜପତିଙ୍କର ଉଚ୍ଚପଦବୀ ବା ତାଙ୍କର ଉଭୁଙ୍ଗ ପଦମର୍ଯ୍ୟାଦା ପ୍ରଭାବିତ କରିପାରିନାହିଁ ବୋଲି ଉଲ୍ଲ‌େଖ କରିଥିଲେ। ଉତ୍ସବରେ ସମ୍ମାନିତ ଅତିଥିଭାବେ ସାମିଲ ହୋଇ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଗଜପତି ସଜ୍ଞାକୁ ସ୍ପଷ୍ଟ କରିବାକୁ ଯାଇ ରାଜ୍ୟ ତରଫରୁ ଲୋକମାନଙ୍କୁ ଶାସନ କରିବା ପାଇଁ ନିଜର ଦୈବଦତ୍ତ କର୍ତ୍ତବ୍ୟକୁ ସାବସ୍ତ୍ୟ କରିବା‌, ଏହି ଅଧିକାରୀଙ୍କ ଦାୟିତ୍ବ ବୋଲି ଦର୍ଶାଇଥିଲେ। ଗଜପତିଙ୍କ ଉତ୍ପତ୍ତି ସଂପର୍କରେ ସ୍କନ୍ଧ ପୁରାଣରେ ସ୍ଥାନ ପାଇଥିବା‌ ଦର୍ଶାଇ ମହାରାଜା ଶ୍ରୀ ଦେବ, ଭାରତର ବୈଦିକ ପରମ୍ପରା ଓ ସଂସ୍କୃତିରୁ ଏହି ପଦବୀର ଅୟଆରମ୍ଭ ଘଟିଥିବା ପ୍ରକାଶ କରିଥିଲେ। ଇଂରାଜୀ ଭାଷାରେ ଲିଖିତ ବହିଟିର ଐତିହାସିକ ଏବଂ ତାତ୍କାଳିକ ମହତ୍ବକୁ ଭୂରୀ ଭୂରୀ ପ୍ରଶଂସା କରି ଅତିଥି ବକ୍ତା ପ୍ରସିଦ୍ଧ କୂଟନୀତିଜ୍ଞ ଅମରେନ୍ଦ୍ର ଖଟୁଆ, ଓଡ଼ିଶାର ଜୀବନ୍ତ ପରମ୍ପରା ଓ ଜାଜ୍ବଲ୍ୟମାନ ସଂସ୍କୃତିରେ ଗଜପତିଙ୍କର ମହାନ ଭୂମିକା ସଦା ଓ ସର୍ବ ବନ୍ଦନୀୟ ବୋଲି କହିଥିଲେ।

କୋଣାର୍କ ପବ୍ଲିସର୍ସ ଏବଂ ଓଡ଼ିଶା ଫୋରମ ଦ୍ବାରା ସଂଯୁକ୍ତ ଭାବେ ଆୟୋଜିତ ଏହି ସମାବେଶରେ ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିବା ଦେଖାଯାଇଥିଲା । ସଭାରେ ସ୍ବାଗତ ଭାଷଣ ପ୍ରଦାନ କରି ଓଡ଼ିଶା ଫୋରମର ସଭାପତି ଏବଂ ବରିଷ୍ଠ ପ୍ରଶାସକ ଗୋକୁଳ ପଟ୍ଟନାୟକ, ଉଭୟ କରଣ ସିଂହ ଓ ଦିବ୍ୟସିଂହଦେବ ମାତ୍ର ୧୭ ବର୍ଷର ବାଳୁତ ବୟସରେ ମହାରାଜା ସିଂହାସନ ଆରୋହଣ କରିଥିବା ଏବଂ କୌଣସି ଏକ ମଞ୍ଚରେ ଦୁହେଁ ପ୍ରଥମଥର ପାଇଁ ଏକଜୁଟ୍ ହୋଇଥିବା ବିଷୟକୁ ଆଶ୍ଚର୍ଯ୍ୟଜନକ ସଂଯୋଗ ବତାଇ, ଏହି ମହାମିଳନକୁ ଐତିହାସିକ ଆଖ୍ୟା ଦେଇଥିଲେ । ବହିର ଲେଖକ ପୂର୍ବତନ ରାଜସ୍ବ ସେବା ଅଧିକାରୀ ଅଶୋକ ବଳ, ଏହାର ଉପସ୍ଥାପନା ଓ ଏଥିରେ ସନ୍ନିବେଶିତ ତଥ୍ୟ ଉପରେ ସମ୍ୟକ ସୂଚନା କରିଥିଲେ । କୋଣାର୍କ ପବ୍ଲିସର୍ସର ପରିଚାଳନା ନିର୍ଦ୍ଦ‌େଶକ କେ.ପି.ଆର ନାୟାରଙ୍କ ତରଫରୁ ଜୀଜା ଜୟ ଧନ୍ୟବ‌ାଦ ଅର୍ପଣ କରିଥିଲେ। ଓଡ଼ିଶା ଫୋରମର ସଂପାଦକ ରବି ପାଣି ସୂଚାରୁ ଋପେ ସଭାର ସଂଚାଳନ କରିଥିଲେ।

ସାରସ୍ବତ ଜଗତରେ ଏକ ମାଇଲଖୁଣ୍ଟ ଭାବେ ପରିଗଣିତ ହେଉଥିବା ଏହି ଗ୍ରନ୍ଥରେ ପୁରୀରେ ରାଜତ୍ଵ କରୁଥିବା ଗଜପତିଙ୍କର ଉତଥାନ, ଅବସ୍ଥିତି ଏବଂ ଅଭ୍ୟୁଦୟ ସମ୍ପର୍କରେ ବେଶ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରାଯାଇଛି। ଗଜପତିଙ୍କୁ ଏକାଧାରରେ ରାଜା ଓ ସେବକ ଭାବରେ ଚିତ୍ରଣ କରାଯିବା ଅନନ୍ୟ, ଅସାଧାରଣ ଓ ଅଭୂତପୂର୍ବ ବୋଲି ଧରାଯାଉଛି। ବହୁବିଧ ଅନୁସନ୍ଧାନ, ବିଭିନ୍ନ ସାରଗର୍ଭକ ଉପାଖ୍ୟାନ ଏବଂ ବ୍ୟାପକ ଉପାଦେୟ ତଥ୍ୟାବଳୀର ଆଧାରରେ ପ୍ରସ୍ତୁତ ଏହି ପୁସ୍ତକରେ ଦଶମ ଶତାବ୍ଦୀରୁ ଗଜପତି ଆସନରେ ଆସୀନ ଥିବା ରାଜା ମାନଙ୍କର ଜୀବନ, ଦର୍ଶନ ଏବଂ କର୍ମ ବୃତ୍ତାନ୍ତ ଉପରେ ଦୀକ୍ଷାନ୍ତ ଭାବେ ଆଲୋକପାତ କରାଯାଇଛି। ଏକଦା କପିଳେନ୍ଦ୍ରଦେବଙ୍କ ରାଜତ୍ୱ ସମୟରେ ଓଡ଼ିଶା ରାଜ୍ୟର ସୀମା ଉତ୍ତରରେ ଗଙ୍ଗା ନଦୀଠାରୁ ଦକ୍ଷିଣରେ କାବେରୀ ନଦୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିବାର ଗୌରବମୟ ଐତିହ୍ୟର ନଜିର ଏଥିରେ ରହିଛି ।

କିନ୍ତୁ ପରବର୍ତ୍ତୀ କାଳରେ ଆଫଗାନ, ମରାଠା ଓ ବ୍ରିଟିଶ ସେନାଙ୍କ ଆକ୍ରମଣ ଦ୍ଵାରା ଗଜପତିଙ୍କର ଆଧିପତ୍ୟର ପରିସୀମା ସଙ୍କୁଚିତ ହୋଇଥିଲା ବୋଲି ବହିରେ କୁହାଯାଇଛି। ଶେଷରେ ବିନା ରାଜ୍ୟରେ ଜଣେ ରାଜା ଭାବରେ ତାଙ୍କୁ ରହିବାକୁ ପଡ଼ିଛି। କିନ୍ତୁ ଶ୍ରୀ ଜଗନ୍ନାଥଙ୍କ ସହିତ ତାଙ୍କର ସୁସମ୍ପର୍କରେ କେବେବି ଆଞ୍ଚ ଆସିନାହିଁ ବୋଲି ଲେଖକ ଉଲ୍ଲେଖ କରିଛନ୍ତି। ରଥ ସାମ୍ନାରେ ତାଙ୍କର ଛେରା ପହଁରା ଭକ୍ତ ମାନଙ୍କ ନିକଟରେ ତାଙ୍କୁ ଏବେବି ଉଚ୍ଚ କରି ରଖିଛି। ଶ୍ରୀ ଜଗନ୍ନାଥଙ୍କ ପ୍ରତି ଗଜପତିଙ୍କର ନିଷ୍ଠାପର ସେବା ଓ ସାଧନା ତାଙ୍କୁ ସର୍ବସାଧାରଣଙ୍କ ନିକଟରେ ଚଳନ୍ତି ପ୍ରତିମାର ମାନ୍ୟତା ପ୍ରଦାନ କରିଥିବା ୪୪୦ ପୃଷ୍ଠା ସମ୍ବଳିତ ଏହି ବହିରେ ଦର୍ଶାଯାଇଛି । ସମଗ୍ର ଆୟୋଜନକୁ ସୁପରିଚାଳନା କରିବାରେ ଓଡ଼ିଶା ଫୋରମର ସୁଦକ୍ଷ ସାଙ୍ଗଠନିକ ଟିମ୍ ଯଥା ଯୁଗ୍ମ ସମ୍ପାଦକ ଡଃ ନିବେଦିତା ଗିରି, କୋଷାଧ୍ୟକ୍ଷ ପ୍ରଭାସ ପ୍ରଧାନ, ପରିଚାଳନା କମିଟିର ସଦସ୍ୟ ଅବନୀ ସାହୁ, ବିମଳ ପଣ୍ଡା, ନିର୍ମଳ ପଟ୍ଟନାୟକ ଏବଂ ଦେବରାଜ ମହାନ୍ତି ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।

ଉପସ୍ଥିତ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ମହାରାଣୀ ଲୀଳାବତୀ ପାଟ୍ଟ ମହାଦେଇ, ବିଚାରପତି ହୃଷୀକେଶ ରାୟ, ପୂର୍ବତନ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ,ପ୍ରାକ୍ତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ, ଡି ପି ବାଗଚି, ଏ. ଆର୍. ନନ୍ଦ, ରବୀନ୍ଦ୍ର ସିଂହ, ଅରୁଣ ପଣ୍ଡା, ରବି ଶ୍ରୀନିବାସନ, ମାନସ ରାୟ, ବି.କେ. ଅଗ୍ରୱାଲ, ଡଃ ସତ୍ୟାନନ୍ଦ ମିଶ୍ର, ଯତୀନ ଦାସ, ସତ୍ୟ ଗୋପାଳ ରାଜଗୁରୁ, ରମାରାଣୀ ହୋତା, ଦେବଜିତ ରଥ, ସରିତା ଓ ଜୟଦେବ ଷଡ଼ଙ୍ଗୀ, ରବି ପ୍ରଧାନ, ଅଶୋକ ପ୍ରଧାନ, ଦେବେନ୍ଦ୍ର ମାଝୀ, ପ୍ରସନ୍ନ ଦାଶ, ଗୋବର୍ଦ୍ଧନ ଧଳ, ସନ୍ତୋଷ ରାଉତ, ନରେନ୍ଦ୍ର ବର, ଚୌଧୁରୀ ରମାକାନ୍ତ ଦାସ, ଆଇନଜୀବୀ ସଞ୍ଜୀବ ମହାନ୍ତି, ସଚିନ ଗର୍ଗ, ଦେବେନ୍ଦ୍ର ରାଉତ, ଟିଟା ପଟ୍ଟନାୟକ, ଦିପାଳି ପାଣି, ପବନ ଜୈନ ଓ ଜ୍ୟୋତ୍ସ୍ନା ରାୟ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

June 21, 2026
ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

June 21, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version