ଓଡିଶା ତାଜା ନ୍ୟୁଜ୍ (୨୭ ମଇ, ବୁଧବାର) ଚାଷୀଙ୍କ ଘରୁ 10 ଫୁଟ ଅହିରଜ ସାପ ଉଦ୍ଧାର :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଦର୍ପନାରାୟଣପୁର କାକଲମା ଗ୍ରାମର ଜଣେ ଚାଷୀଙ୍କ ଘରୁ ଏକ ଅହିରାଜ ସାପ ଉଦ୍ଧାର କରାଯାଇଛି । ତଥ୍ୟ ସଂଗ୍ରହରୁ ଜଣାପଡେ ଯେ ଆଜି ଭୋର 4 ଟା ବେଳେ ରମେଶ ପ୍ରଧାନଙ୍କ ଘର ରୋଷେଇ ଘର ମଞ୍ଚା ଉପରେ ସାପଟି ଏକ ଗୋଧିକୁ ଧରି ରହିଥିବାର ଦେଖିଥିଲେ । ସାପଟିକୁ ଦେଖି ରମେଶ ଓ ତାଙ୍କ ପତ୍ନୀ ଭୟ ଭୀତ ହୋଇ ଯାଇଥିଲେ ।
ଏହା ପରେ ରମେଶ ସ୍ନେକ ହେଲ୍ପ ଲାଇନର ସଦସ୍ୟ ଅଜୟ କୁମାର ଦାସଙ୍କୁ ଫୋନ କରି ଘଟଣା ବିଷୟରେ ଜଣାଇ ଥିଲେ । ଖବର ପାଇ ସ୍ନେକ ହେଲ୍ପ ଲାଇନର ସଦସ୍ୟ ଅଜୟ କୁମାର ଦାସ ଓ ତାଙ୍କ ସହଯୋଗୀ ରମେଶଙ୍କ ଘରେ ପହଂଚି ପ୍ରାୟ ଏକ ଘଣ୍ଟା ପରିଶ୍ରମ ପରେ ସାପଟିକୁ ଧରିଥିଲେ । ବିରାଟ ସାପଟିକୁ ଦେଖି ପରିବାର ଲୋକେ ଓ ଗ୍ରାମବାସୀ ଅତ୍ୟନ୍ତ ଭୟଭୀତ ହୋଇ ଯାଇଥିଲେ। ସାପଟିର ଲମ୍ବ ପ୍ରାୟ 10 ଫୁଟ ହେବ ବୋଲି ସ୍ନେକ ହେଲ୍ପ ଲାଇନର ସଦସ୍ୟ ଅଜୟ କହିଛନ୍ତି । ଧରିବା ପରେ ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆ ଯାଇଛି । ଅଜୟଙ୍କ ସାପ ଧରିବା ସାହସକୁ ଗ୍ରାମବାସୀମାନେ ଭୁରି ଭୁରି ପ୍ରଂଶସା କରିଛନ୍ତି । (ରଣପୁର ପ୍ରତିନିଧିଙ୍କ ରିପୋର୍ଟ / ସୁଶୀଲ ରଣା )
odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com