No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ସେପ୍ଟେମ୍ବର ରବିବାର ) ଭୁବନେଶ୍ୱର :- କେଜିଏଫ୍, କେଜିଏଫ୍୨, ୭୭୭ ଚାର୍ଲି ଓ ବିକ୍ରାନ୍ତ ରୋନାର ସଫଳତା ପରେ କନ୍ନଡ ଚଳଚିତ୍ର ଶିଳ୍ପଜଗତ ପକ୍ଷରୁ ଆଉ ଏକ ବଡ ଆକ୍ସନ ସିନେମା ‘କବ୍ଜା’ଫିଲ୍ମ ରିଲିଜ୍ ପାଇଁ ପ୍ରସ୍ତୁତ ହୋଇଯାଇଛି । ଆର୍ ଚନ୍ଦ୍ରୁଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଉପେନ୍ଦ୍ର, କିଚା ସୁଦୀପ୍, ଶ୍ରିୟା ସରନ୍, ମୁରଲୀ ଶର୍ମା ଓ ନୱାବ୍ ଶାହ ପ୍ରମୁଖ ଅଭିନୟ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଯେ ଏହି ଫିଲ୍ମ ଓଡ଼ିଆ ସମେତ ୭ ଟି ଅନ୍ୟ ଭାଷାରେ ଏକାସାଙ୍ଗରେ ବଡ଼ ପରଦାରେ ରିଲିଜ ହେବ ।ଏହି ଫିଲ୍ମ କନ୍ନଡ ସମେତ ୭ଟି ଭାଷାରେ ରିଲିଜ୍ ହେବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ନିର୍ମାତାମାନେ ଉପେନ୍ଦ୍ରଙ୍କ ଜନ୍ମଦିନ ପୂର୍ବରୁ ଏହି ଫିଲ୍ମର ଟିଜର୍ ରିଲିଜ୍ କରିଛନ୍ତି ।
ଟିଜର୍କୁ ଅଭିନେତା ରାଣା ଡଗୁବତି ରିଲିଜ୍ କରିଛନ୍ତି ଯିଏକି ଦେଶବ୍ୟାପୀ ଏକ ଲୋକପ୍ରିୟ ଅଭିନେତା ଭାବେ ପରିଚିତ । କବ୍ଜା ହେଉଛି ୧୯୪୭ରୁ ୧୯୮୪ ମଧ୍ୟରେ ଭାରତରେ ଗ୍ୟାଙ୍ଗ୍ଷ୍ଟର୍ମାନଙ୍କ ଉତ୍ଥାନ ସମ୍ପର୍କିତ ଏକ ପିରିୟଡ ଫିଲ୍ମ । ଏହା ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପୁଅଙ୍କ କାହାଣୀ ଉପରେ ନିର୍ମିତ ଯିଏ ମାଫିଆଙ୍କ ଦୁନିଆରେ ଛନ୍ଦି ହୋଇପଡୁଛନ୍ତି । ଫିଲ୍ମ ଏକ ବଡ ଧରଣର ଆକ୍ସନ ଫିଲ୍ମ ହେବ ବୋଲି କୁହାଯାଉଛି ଯାହା ଥିଏଟ୍ରିକାଲ ଦୃଶ୍ୟତା ଅନୁଭୂତି ପାଇଁ ଉପଯୁକ୍ତ ଅଟେ । ଫିଲ୍ମ ସମ୍ପର୍କରେ ନିର୍ଦ୍ଦେଶକ କହିଛନ୍ତି, ‘ଫିଲ୍ମଟି ପୂର୍ବରୁ ଅନେକ ଚର୍ଚ୍ଚା ସୃଷ୍ଟି କରିଛି ଏବଂ ଆମେ ଆମର ପ୍ରଶଂସକମାନଙ୍କୁ ଫିଲ୍ମର ଟିଜର ସହିତ ଟ୍ରିଟ୍ ଦେବାକୁ ଚାହୁଁଥିଲୁ ।
ଆସନ୍ତାକାଲି ଉପେନ୍ଦ୍ରଙ୍କ ଜନ୍ମଦିନ ଥିବାରୁ, ଏହା ତାଙ୍କର ସମସ୍ତ ପ୍ରଶଂସକଙ୍କ ପାଇଁ ଏକ ଭଲ ଉପହାର ହେବ ବୋଲି ଆମେ ଚିନ୍ତା କରିଥିଲୁ ।’ ଏମ୍ଟିବି ନାଗାରାଜ ଦ୍ୱାରା ଉପସ୍ଥାପିତ ଏହି ଫିଲ୍ମକୁ ନିଜେ ଆର୍ ଚନ୍ଦ୍ରୁ ଶ୍ରୀ ସିଦ୍ଧେଶ୍ୱର ଏଂଟର୍ପ୍ରାଇଜେସ୍ ବ୍ୟାନର୍ ଅଧିନରେ ପ୍ରଡ୍ୟୁସ୍ କରିଛନ୍ତି ଏବଂ ଏହା କନ୍ନଡ, ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟଲମ୍, ଓଡିଆ ଓ ମରାଠୀ ଭାଷାରେ ରିଲିଜ୍ ହେବ । ଫିଲ୍ମର ସଙ୍ଗୀତକୁ କେଜିଏଫ୍ ଫେମ୍ ରବି ବାସ୍ରୁର୍ କମ୍ପୋଜ୍ କରିଥିବା ବେଳେ ଏ ଜେ ସେଟ୍ଟୀ ଏହାର ସିନେମାଟୋଗ୍ରାଫର୍ ଅଟନ୍ତି, ମହେଶ ରେଡ୍ଡୀ ଫିଲ୍ମକୁ ସମ୍ପାଦନ କରିଥିବା ବେଳେ ରବି ବର୍ମା, ବିଜୟ, ବିକ୍ରମ ମୋର୍ ଓ ବିନୋଦ ଫିଲ୍ମର ଆକ୍ସନ ଦାୟିତ୍ୱ ତୁଲାଇଛନ୍ତି ।

No Result
View All Result