• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୩୦ଟି ବିଜ୍ଞପ୍ତିତ ନାଗରିକ ସେବାରେ ୯୪% ସମୟସୀମା ଅନୁପାଳନ ହାସଲ କଲା ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ

Proprietor Abhimanyu Maharana by Proprietor Abhimanyu Maharana
May 19, 2026
in ଓଡ଼ିଶା, ମହାନଗର, ହୋମ୍
0
୩୦ଟି ବିଜ୍ଞପ୍ତିତ ନାଗରିକ ସେବାରେ ୯୪% ସମୟସୀମା ଅନୁପାଳନ ହାସଲ କଲା ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ
Share on FacebookShare on TwitterWhatsapp

 ଡିଜିଟାଲ୍ ନାଗରିକ ସେବା ପ୍ରଦାନ ବ୍ୟବସ୍ଥା ହେଉଛି ଅଧିକ ଗତିଶୀଳ 

 ବ୍ୟବସାୟିକ ଲାଇସେନ୍ସ ସେବାରେ ଶତପ୍ରତିଶତ ସମୟାନୁବର୍ତ୍ତୀ ସମାଧାନ 

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ନିକଟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ‘ଓଡ଼ିଶା ସେବା ଅଧିକାର ଆଇନ’ (ଓଆରଟିପିଏସ) ଅଧୀନରେ ନାଗରିକ ସେବା ପ୍ରଦାନର କାର୍ଯ୍ୟଦକ୍ଷତା ଓ ଡିଜିଟାଲ୍ ସେବା ବ୍ୟବସ୍ଥାର ଅଗ୍ରଗତିର ସମୀକ୍ଷା କରାଯାଇଛି। ସମୀକ୍ଷାରେ ପ୍ରକାଶ ପାଇଛି ଯେ, ବିଭାଗ ଅଧୀନରେ ରହିଥିବା ୩୦ଟି ବିଜ୍ଞାପ୍ତିତ ନାଗରିକ ସେବାରେ ପ୍ରାୟ ୯୪% ଆବେଦନକୁ ଆଇନଗତ ଭାବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରାଯାଇଛି ।

ରାଜ୍ୟ ସରକାରଙ୍କ “ଲୋକସେବା ଅଧିକାର – ସୁବିଧାରେ ସରକାରୀ ସେବା” ଆଦର୍ଶକୁ ଆଧାର କରି ବିଭାଗ ସହରାଞ୍ଚଳ ନାଗରିକ ସେବା ପ୍ରଦାନ ବ୍ୟବସ୍ଥାକୁ କ୍ରମାଗତ ଭାବେ ଡିଜିଟାଲ୍ ଓ ଲୋକାଭିମୁଖୀ କରିଛି। ବର୍ତ୍ତମାନ ୩୦ଟି ସେବା ମଧ୍ୟରୁ ୨୧ଟି ସେବା ସୁଯୋଗ, ସ୍ବଚ୍ଛତା ଏବଂ ସ୍ୱତନ୍ତ୍ର ଅଭିଯୋଗ ପରିଚାଳନା ପୋର୍ଟାଲ୍ ମାଧ୍ୟମରେ ସମଗ୍ର ରାଜ୍ୟରେ ସମ୍ପୂର୍ଣ୍ଣ ଅନଲାଇନ୍‌ରେ ଉପଲବ୍ଧ ହୋଇଥିବାବେଳେ, ଆଉ ୭ଟି ସେବା ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଅଧୀନରେ ଅନଲାଇନ୍‌ରେ ଉପଲବ୍ଧ ଅଛି ।

କେବଳ ୨ଟି ସେବା ବର୍ତ୍ତମାନ ଅଫଲାଇନ୍ ମୋଡ୍‌ରେ ଚାଲୁ ରହିଛି । ସେବାଗୁଡ଼ିକର ଅଧିକ ସ୍ୱଚ୍ଛ ମନିଟରିଂ ଓ ଦାୟିତ୍ୱବୋଧ ସୁନିଶ୍ଚିତ କରିବା ପାଇଁ ସେଣ୍ଟର ଫର୍ ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍ ମାଧ୍ୟମରେ ବିକଶିତ ହେଉଥିବା ୭ଟି ଡ୍ୟାସବୋର୍ଡର ବ୍ୟବହାରକାରୀଙ୍କ ଦ୍ଵାରା ଗ୍ରହଣୀୟ ପରୀକ୍ଷଣ ବର୍ତ୍ତମାନ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି । ୧ ଏପ୍ରିଲ୍ ୨୦୨୪ ରୁ ୨୭ ଏପ୍ରିଲ୍ ୨୦୨୬ ମଧ୍ୟରେ ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ସମୁଦାୟ ୬,୫୯,୧୦୨ଟି ଆବେଦନ ଗ୍ରହଣ କରାଯାଇଥିଲା । ଏହା ପ୍ରଯୁକ୍ତିବିଦ୍ୟା ଆଧାରିତ ନାଗରିକ ସେବା ପ୍ରତି ସାଧାରଣ ଲୋକଙ୍କ ବଢ଼ୁଥିବା ବିଶ୍ୱାସକୁ ପ୍ରତିଫଳିତ କରୁଛି ।

ଏଥିମଧ୍ୟରୁ ୬,୦୭,୯୬୦ଟି ଆବେଦନ ନିର୍ଦ୍ଧାରିତ ‘ସର୍ଭିସ୍ ଲେଭଲ୍ ଏଗ୍ରିମେଣ୍ଟ’ (ଏସଏଲଆ) ସମୟସୀମା ମଧ୍ୟରେ ସମାଧାନ କରାଯାଇଥିବାବେଳେ ୧୦,୯୧୬ଟି ଆବେଦନ ବର୍ତ୍ତମାନ ପ୍ରକ୍ରିୟାଧୀନ ଥିଲେ ମଧ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ରହିଛି । ସେବାଭିତ୍ତିକ କାର୍ଯ୍ୟଦକ୍ଷତା ମଧ୍ୟରେ ବ୍ୟବସାୟିକ ଲାଇସେନ୍ସ ସେବାରେ ୫୭,୭୧୫ଟି ଆବେଦନର ଶତପ୍ରତିଶତ ସମୟାନୁବର୍ତ୍ତୀ ସମାଧାନ ସହ ଶୂନ୍ୟ ପେଣ୍ଡିଂ ରେକର୍ଡ କରାଯାଇଛି । ସ୍ୱେରେଜ୍ ସଂଯୋଗ ସେବାରେ ୯୮% ଏବଂ ଜଳ ଓ ସ୍ୱେରେଜ୍ ସଂଯୋଗ ସେବାରେ ୯୬% ସମୟସୀମା ଅନୁପାଳନ ହୋଇଛି ।

ଜଳ ଓ ସ୍ୱେରେଜ୍ ସଂଯୋଗ ସେବାରେ ସର୍ବାଧିକ ୫,୦୨,୫୫୫ଟି ଆବେଦନ ଗ୍ରହଣ କରାଯାଇଥିଲା। ସମ୍ପତ୍ତି କର ନୂତନ ଆକଳନ ସେବାରେ ୯୬% ଏବଂ ସମ୍ପତ୍ତି କର ମାଲିକାନା ବଦଳ ସେବାରେ ୭୬% ସମୟାନୁବର୍ତ୍ତୀ ସମାଧାନ ହୋଇଛି। ବିବାହ ପ୍ରମାଣପତ୍ର ସେବାରେ ୫୩% ଆବେଦନ ସମୟସୀମା ମଧ୍ୟରେ ସମାଧାନ ହୋଇଥିବାବେଳେ ୪୬% ଆବେଦନ ନିର୍ଦ୍ଧାରିତ ସମୟ ପରେ ସମାଧାନ ହୋଇଥିବା ଜଣାପଡ଼ିଛି । ବୈଠକରେ ଅନଲାଇନ୍ କୋଠାବାଡି ପ୍ଲାନ ମଞ୍ଜୁରୀ ବ୍ୟବସ୍ଥା ଓ ସହରୀ ଉନ୍ନୟନ ସମ୍ବନ୍ଧୀୟ ବିଭିନ୍ନ ଅନୁମତି ପ୍ରଦାନ ପ୍ରକ୍ରିୟାର ମଧ୍ୟ ସମୀକ୍ଷା କରାଯାଇଥିଲା ।

ଏହି ବ୍ୟବସ୍ଥା ଜଟିଳ ବୈଷୟିକ ଯାଞ୍ଚ ପ୍ରକ୍ରିୟାକୁ ସହଜ କରିଥିଲେ ମଧ୍ୟ କେତେକ କ୍ଷେତ୍ରରେ ଅଧିକ ଗତି ଆଣିବାର ଆବଶ୍ୟକତା ଅନୁଭୂତ ହୋଇଛି ।  ୧୫,୯୮୪ଟି ଆବେଦନ ମଧ୍ୟରୁ ୪୧% ସମୟସୀମା ମଧ୍ୟରେ ମଞ୍ଜୁର ହୋଇଥିବାବେଳେ ଅନ୍ୟାନ୍ୟ ବର୍ଗର ୩,୫୭୧ଟି ବିଲ୍ଡିଂ ପ୍ଲାନ ଆବେଦନ ମଧ୍ୟରୁ ୩୧% ନିର୍ଦ୍ଧାରିତ ସମୟରେ ମଞ୍ଜୁର ହୋଇଛି । ପରିବର୍ତ୍ତନ ଓ ସଂଶୋଧନ ଅନୁମତିରେ ସ୍ୱଳ୍ପ ବିପଦପୂର୍ଣ୍ଣ ବର୍ଗରେ ୪୦% ଏବଂ ଅନ୍ୟାନ୍ୟ ବର୍ଗରେ ୩୭% ସମୟସୀମା ଅନୁପାଳନ ହୋଇଥିବାବେଳେ, ଦଖଲ ପ୍ରମାଣପତ୍ର ମଞ୍ଜୁରୀର ସମୟାନୁବର୍ତ୍ତୀ ହାର ୨୩% ରହିଛି ।

ସମୀକ୍ଷା ବୈଠକରେ ମନ୍ତ୍ରୀ ଡ. ମହାପାତ୍ର ସେବା ପ୍ରଦାନରେ ଅଯଥା ବିଳମ୍ବ ପ୍ରତି “ଜିରୋ ଟଲରେନ୍ସ” ନୀତି ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ ନାଗରିକଙ୍କ ସୁବିଧା ହିଁ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଏବଂ ସମସ୍ତ ପୌରସଂସ୍ଥା, ଉନ୍ନୟନ କର୍ତ୍ତୃପକ୍ଷ ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ବିଳମ୍ବର କାରଣ ଚିହ୍ନଟ କରି ତୁରନ୍ତ ସମାଧାନ କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେବା ପ୍ରଦାନ ସୁନିଶ୍ଚିତ କରିବେ।

ବର୍ତ୍ତମାନ ସୁଦ୍ଧା ୨୩,୭୪୦ଟି ଆବେଦନ ସମୟସୀମା ପରେ ସମାଧାନ ହୋଇଥିବା ବେଳେ ୧୬,୭୦୫ଟି ଆବେଦନ ନିର୍ଦ୍ଧାରିତ ସମୟ ଅତିକ୍ରମ କରିଥିଲେ ମଧ୍ୟ ପେଣ୍ଡିଂ ରହିଛି। ଏଥିରେ ଜଳ ଓ ସ୍ୱେରେଜ୍ ସଂଯୋଗର ୯,୦୮୨ଟି ଆବେଦନ, ସ୍ୱଳ୍ପ ବିପଦପୂର୍ଣ୍ଣ ବିଲ୍ଡିଂ ପ୍ଲାନର ୨,୭୮୬ଟି ଏବଂ ଅନ୍ୟାନ୍ୟ ବର୍ଗର ବିଲ୍ଡିଂ ପ୍ଲାନର ୧,୨୬୧ଟି ଆବେଦନ ସାମିଲ ଅଛି ।

ବୈଠକରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଥିଲେ, “ନାଗରିକ ସେବାକୁ ସହଜ, ସ୍ୱଚ୍ଛ ଓ ଉତ୍ତରଦାୟୀ କରିବା ପାଇଁ ବିଭାଗ କ୍ରମାଗତ ଭାବେ ଡିଜିଟାଲ୍ ଗଭର୍ଣ୍ଣାନ୍ସ ଟୁଲ୍ସର ବ୍ୟବହାର କରୁଛି । ଆମର ଲକ୍ଷ୍ୟ କେବଳ ଆବେଦନର ଶୀଘ୍ର ସମାଧାନ ନୁହେଁ, ବରଂ ଓଡ଼ିଶାର ସହରାଞ୍ଚଳ ଶାସନ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ, ସମ୍ବେଦନଶୀଳ ଓ ପ୍ରଯୁକ୍ତିନିର୍ଭର କରି ଗଢ଼ିତୋଳିବା ।”

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କୃତି ବିଦ୍ୟାର୍ଥୀଙ୍କ ପାଇଁ ସମ୍ବର୍ଦ୍ଧନା ସମାରୋହ

କୃତି ବିଦ୍ୟାର୍ଥୀଙ୍କ ପାଇଁ ସମ୍ବର୍ଦ୍ଧନା ସମାରୋହ

May 19, 2026
୩୦ଟି ବିଜ୍ଞପ୍ତିତ ନାଗରିକ ସେବାରେ ୯୪% ସମୟସୀମା ଅନୁପାଳନ ହାସଲ କଲା ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ

୩୦ଟି ବିଜ୍ଞପ୍ତିତ ନାଗରିକ ସେବାରେ ୯୪% ସମୟସୀମା ଅନୁପାଳନ ହାସଲ କଲା ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ

May 19, 2026
ବଢ଼ିଲା ବ୍ଲକ ଅଧ୍ୟକ୍ଷ କିଶୋରଙ୍କ ପାଇଁ ଅଡ଼ୁଆ ଉପଜିଲ୍ଲାପାଳଙ୍କ ନିକଟରେ ଅନସ୍ଥା ପ୍ରସ୍ତାବ ଆଗତ

ବଢ଼ିଲା ବ୍ଲକ ଅଧ୍ୟକ୍ଷ କିଶୋରଙ୍କ ପାଇଁ ଅଡ଼ୁଆ ଉପଜିଲ୍ଲାପାଳଙ୍କ ନିକଟରେ ଅନସ୍ଥା ପ୍ରସ୍ତାବ ଆଗତ

May 19, 2026
ବେଲପଡ଼ା ରେ ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

ବେଲପଡ଼ା ରେ ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

May 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କୃତି ବିଦ୍ୟାର୍ଥୀଙ୍କ ପାଇଁ ସମ୍ବର୍ଦ୍ଧନା ସମାରୋହ

କୃତି ବିଦ୍ୟାର୍ଥୀଙ୍କ ପାଇଁ ସମ୍ବର୍ଦ୍ଧନା ସମାରୋହ

May 19, 2026
୩୦ଟି ବିଜ୍ଞପ୍ତିତ ନାଗରିକ ସେବାରେ ୯୪% ସମୟସୀମା ଅନୁପାଳନ ହାସଲ କଲା ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ

୩୦ଟି ବିଜ୍ଞପ୍ତିତ ନାଗରିକ ସେବାରେ ୯୪% ସମୟସୀମା ଅନୁପାଳନ ହାସଲ କଲା ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ

May 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version