No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ସେପ୍ଟେମ୍ବର ରବିବାର) ବାଲିପାଟଣା :- ପିଏନଏସ, ପରଂବ୍ରହ୍ମ ଜ୍ୟୋତିର୍ବିନ୍ଦୁ ଶିଵ ବାବା କହିଛନ୍ତି ମଣିଷ ଏ ସମାଜକୁ ଯାହା ଦିଏ ତାର କେଇଗୁଣ ସୁଧ ସମେତ ଫେରିପାଏ । ତେଣୁ ତୁମେ ସମାଜକୁ ସୁଖ ଦେଲେ ଅଧିକ ସୁଖ ଫେରି ପାଇବ ଦୁଃଖ ଦେଲେ ଅଧିକ ଦୁଃଖ ଫେରି ପାଇବ । ଆଜି ବାଲିପାଟଣା ବଜାର ନିକଟରେ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଆଧ୍ୟାତ୍ମିକ କେନ୍ଦ୍ର ଆନୁକୁଲ୍ୟରେ ନିଜସ୍ଵ ଧ୍ୟାନ କେନ୍ଦ୍ର ଗୃହ ପ୍ରଭୁ ପ୍ରସାଦ ଭବନର ଶୁଭ ଉଦଘାଟନ ଉତ୍ସବ ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜୟଦେବ ବିଧାୟକ ଡ ଅରବିନ୍ଦ ଢ଼ାଲି ବ୍ରହ୍ମା କୁମାରୀ ଭାଇ ଭଉଣୀ ମାନଙ୍କ ଉଦ୍ୟେସରେ ଉପରୋକ୍ତ ମନ୍ତବ୍ୟ ରଖିଥିଲେ ।
ବିଧାୟକ କହିଥିଲେ ଆଧ୍ୟାତ୍ମିକ ଚିନ୍ତାଧାରା ଦ୍ଵାରା ଅନେକ ସମସ୍ୟାର ସମାଧାନ ହୁଏ।ନିଷ୍ଠା ରଖିଲେ ପରମପିତା ସ୍ଵୟଂ ସହଯୋଗ କରନ୍ତି । ଅନ୍ୟତମ ଅତିଥି ଅଧ୍ୟାପିକା ଡ ପ୍ରତିଭା ମହାରଥୀ ବିଭିନ୍ନ ଉଦାହରଣ ଦେଇ ଈଶ୍ବରଙ୍କ ଇଚ୍ଛା ବ୍ୟତୀତ ଅନ୍ୟ କିଛି ନାହିଁ ବୋଲି ତଥ୍ୟ ଉପସ୍ଥାପନା କରିଥିଲେ । ବାଲିପାଟଣା ଥାନା ଅଧିକାରୀ କୃପାସିନ୍ଧୁ ବରାଡ,
ପ୍ରେସ କ୍ଲବ ସଭାପତି ଦିଲ୍ଲୀପ କୁମାର ଓଝା, ଭୁବନେଶ୍ବର ମୁଖ୍ୟ କେନ୍ଦ୍ରର ଶାନ୍ତି ଭଉଣୀ,ସୀତା ଭଉଣୀ ପ୍ରମୁଖ ମଞ୍ଚାସିନ ହୋଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଭବନ ନିର୍ମାଣ ଓ ଜମି ଦାନ କରିଥିବା ନିରଞ୍ଜନ ଭାଇ ଓ ତାଙ୍କ ପତ୍ନୀ ସୌଭାଗ୍ୟ ଭଉଣୀ ଙ୍କୁ ଯଥାରୀତି ସମ୍ମାନ ପ୍ରଦାନ କରାଯାଇଥିଲା । ଶିଶୁ ଶିଳ୍ପୀ ପ୍ରିୟଙ୍କା ମନୋରଞ୍ଜନ ପାଇଁ ନୃତ୍ୟ ପରିବେଷଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ବ୍ରହ୍ମା କୁମାର ଜାନକୀ ଭାଇ,ଧରଣୀ ଭାଇ,କପିଳ ଭାଇ,ଓ କେନ୍ଦ୍ର ପରିଚାଳିକା ରଶ୍ମି ଭଉଣୀ ପରିଚାଳନା ରେ ସହଯୋଗ କରିଥିଲେ ।
No Result
View All Result