ଓଡିଶା ତାଜା ନ୍ୟୁଜ୍ / ରିପୋର୍ଟ ଅଭିମନ୍ୟୁ ମହାରଣା (୨୭ ମଇ, ବୁଧବାର) ସରପଞ୍ଚମାନେ ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନୟାଗଡ ଜିଲ୍ଲାପାଳଙ୍କ ଜରିଆରେ ୮୪ ହଜାର ଟଙ୍କା ପ୍ରଦାନ :- ରଣପୁର ସଂପ୍ରତି ବିଶ୍ୱରେ ମହାମାରୀ କରୋନାର ପ୍ରକୋପ କମିବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି ।
ଯାହା ଫଳରେ ଦୀର୍ଘ ଅଢେଇ ମାସ ଧରି ଦେଶ ବ୍ୟାପି ଲକ୍ ଡାଉନ ଜାରି ରହିଥିବାରୁ ଛୋଟ ବଡ ଦୋକାନ ବଜାର ସହିତ ଅନେକ ଶିଳ୍ପ ସଂସ୍ଥା, କଳକାରଖାନା ବନ୍ଦ ରହିଛି । ଯାହାର ପ୍ରଭାବରେ ଲୋକମାନେ ଜୀବିକା ହରାଇ ରୋଜଗାର ଶୂନ୍ୟ ହୋଇ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ।
odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
ରାଜ୍ୟ ସରକାର ଏହି ସମୟରେ ଲୋକମାନଙ୍କୁ ସହେଯାଗର ହାତ ବଢାଇ ବିଭିନ୍ନ ପ୍ରକାର ସାହାଯ୍ୟ କରୁଛନ୍ତି । ଏହି ସାହାଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ, ସାମାଜସେବୀ ସଂଘ ଆଦି ମୂଖ୍ୟମନ୍ତ୍ରୀ ଓ ପ୍ରଧାନ ମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଅର୍ଥ ପ୍ରଦାନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ରଣପୁର ବ୍ଲକର ସରପଚମାନେ ଆଜି ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନୟାଗଡ ଜିଲ୍ଲାପାଳଙ୍କ ଜରିଆରେ ୮୪ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହି ସମୟରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ସମେତ ସରପଚ ଦିଲ୍ଲିପ ଜେନା, ନିତ୍ୟାନନ୍ଦ ପରିଡା , ପ୍ରଭାତ ସାହୁଙ୍କ ସହିତ ସମସ୍ତ ସରପଚ ଉପସ୍ଥିତ ଥିଲେ ।
odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com