ବେଲଘର ଅଞ୍ଚଳରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ

ଓଡ଼ିଶା ତାଜା ନ୍ୟୁଜ (୧୭ ସେପ୍ଟେମ୍ବର ଶନିବାର ) ବାଲିଗୁଡ଼ା :- କନ୍ଧମାଳ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଡାକ୍ତରଖାନା ଓ ଡାକ୍ତର ଅଭାବ ଯୋଗୁଁ ଏହାର ସିଧା ସଳଖ ଫାଇଦା ଉଠାଉଛନ୍ତି ଅଣ ତାଲିମ୍ ପ୍ରାପ୍ତ ବଙ୍ଗାଳି ଡାକ୍ତର । କୌଣସି ଅଭିଜ୍ଞତା ନଥିବା ସତ୍ବେ ଡାକ୍ତର ସାଜି ରୋଗୀ ଚିକିତ୍ସା କରିବା ସହ ଚଢ଼ା ଦରରେ ଔଷଧ ବିକ୍ରି କରି ମାଲାମାଲ ହେଉଥିବା ଜଣାପଡ଼ିଛି । ଏଭଳି ଏକ ବେନାମୀ କ୍ଲିନିକ୍ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକର ବେଲଘର ଅଞ୍ଚଳରେ । ବେଲଘର ଛକରେ ଜୟନ୍ତ ବସୁ ନାମକ ଜଣେ ନକଲି ଡାକ୍ତର ଖୁଲମଖୁଲା ଭାବରେ କ୍ଲିନିକ୍ ଖୋଲି ଡାକ୍ତର ସାଜି ରୋଗୀ ଚିକିତ୍ସା କରିବାସହ ଚଢ଼ା ଦରରେ ରୋଗୀଙ୍କୁ ଔଷଧ ବିକ୍ରି କରୁଛନ୍ତି ।

ଯାହାକି କୌଣଶି ଶିକ୍ଷାଗତ ଯୋଗ୍ୟତା ନଥିବା ବେଳେ ଚିକିତ୍ସା କରିବା ପାଇଁ କୌଣସି ଅନୁମତି ପତ୍ର ନଥାଇ ସମ୍ପୃକ୍ତ ନକଲି ଡାକ୍ତର ବେଧଡକ ଚିକିତ୍ସା କରୁଥିବା ଜଣାପଡ଼ିଛି । ଜିଲ୍ଲା ଡ୍ରଗ୍ ଇନିସ୍ପେକ୍ଟରଙ୍କ ଜାଣତରେ ଏଭଳି କାର୍ଯ୍ୟ ଘଟୁଛି ନା ଅଜାଣତରେ ଘଟୁଛି ତାହା ତଦନ୍ତ ସାପେକ୍ଷ । ଏଣୁ ଏହି ଜିଲ୍ଲାରେ ଥିବା ସମସ୍ତ ବେଆଇନ କ୍ଲିନିକ ଉପରେ ଚଢ଼ାଉ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି l