No Result
View All Result
୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ମେ ୨୦ତାରିଖରେ ହେବ ଓଡ଼ିଶାରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଓଡିଶାର ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ସଂସଦୀୟ କ୍ଷେତ୍ର ଓ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଷ୍ଠ ଥର ପାଇଁ ହିଞ୍ଜିଳି ବିଧାନ ସଭା ଆସନରୁ ବିଜେଡ଼ି ଦଳର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିପାଇଁ ଦଳୀୟ ନେତା ଓ କର୍ମୀ ମହଲରେ ଉତ୍ସାହ ପରିଲକ୍ଷିତ ହେଉଛି।ମତଦାନ ପାଇଁ ଆଉ ମାତ୍ର ୧୪ ଦିନ ବାକି ଥିବାବେଳେ ପ୍ରଚାରରେ ବିଜେଡି ଆଗୁଆ ରହିଛି।ରବିବାର ପୌରାଞ୍ଚଳ ଓ ବ୍ଲକସ୍ତରରେ ବିଜେଡି ପକ୍ଷରୁ ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରଯାଇଛି।

ନିର୍ବାଚନ ମାହୋଲ ସରଗରମ ହୋଇଥିବା ବେଳେ ହିଞ୍ଜିଳି ପୌରାଞ୍ଚଳ ଓ ବ୍ଲକର ବିଭିନ୍ନ ଗ୍ରାମରେ ନବୀନ ବାବୁଙ୍କ ପାଇଁ ନେତା ଓ କର୍ମୀ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି। ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇଙ୍କ ନେତୃତ୍ୱରେ ପୌରାଞ୍ଚଳର ୧,୨,୩ ଓ ୪ ନମ୍ବର ୱାର୍ଡରେ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଦ୍ୟ ବାଜଣା ଓ ପ୍ରଚାର ଗାଡିସହ ନେତା ଓ କର୍ମୀ ମାନେ ସହରର ବିକାଶ ପୁସ୍ତିକା ଘରେ ଘରେ ବଣ୍ଟନ କରି ନବୀନ ବାବୁଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ଦଳର ବିଧାୟକ ପ୍ରାର୍ଥୀ ନବୀନ ପଟ୍ଟନାୟକ ଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ନିବେଦନ କରିଥିଲେ।

ସହରର ବିକାଶ ଓ ସାଧାରଣ ଜନତାଙ୍କ ସେବାରେ ଦୀର୍ଘ୨୪ ବର୍ଷ ଧରି ସମର୍ପିତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମରେ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ରାଜ୍ୟ ଉପସଭାପତି ଶିବରାମ ଗୌଡ଼, ନଗର ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ୟାରୀ ମୋହନ ପାଢ଼ୀ, ପ୍ରାକ୍ତନ ନଗରପାଳ ହୃଦୟାନନ୍ଦ ମହାପାତ୍ର, ବିଭୁ ପ୍ରସାଦ ପଣ୍ଡା,ବସନ୍ତ ବେହେରା, ପଞ୍ଚୁ ଦାସ ,ଗୋପବନ୍ଧୁ ବେହେରା, କିରଣ ପଟ୍ଟନାୟକ, ଯୁଧିଷ୍ଠିର ଦାସ, ଅମୂଲ୍ୟ ସାହୁ, ସନାତନ ନାହାକ, ସଞ୍ଜୟ ସ୍ବାଇଁ ଓ ବିଶ୍ୱନାଥ ମହାରଣାଙ୍କ ସମେତ ଶତାଧିକ ଯୁବ ଓ ଦଳୀୟ କର୍ମୀ ଅଂଶ ଗ୍ରହଣ କରିଥିଲେ ।

No Result
View All Result