No Result
View All Result
୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ସାଧାରଣ ନିର୍ବାଚନ ର ପ୍ରାର୍ଥୀ ମାନେ ଭୋଟର ଙ୍କୁ ଆକୃଷ୍ଟ କରିବାକୁ ସମସ୍ତ ପ୍ରୟାସ ଜାରି ରଖିଛନ୍ତି । ରାଜନୈତିକ ବାତାବରଣ କୁ ଦୃଷ୍ଟିରେ ରଖି ସରକାରଙ୍କ ସମସ୍ତ ବିଭାଗ ମଧ୍ୟ ତତ୍ପର ରହିଥାନ୍ତି। ପୋଲିସ ପ୍ରଶାସନ ହେଉ ଅବା ସ୍ୱାସ୍ଥ୍ୟ ବିଭାଗ ହେଉ ଅବା ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ ଏସ. ଏସ. ଟି. ଟିମ୍ ସମସ୍ତେ ନିଜ ନିଜର ଦାୟତ୍ୱ ତୁଲାଇଥାନ୍ତି । ଆଗାମୀ ସାଧାରଣ ନିର୍ବାଚନ କୁ ସ୍ଵଚ୍ଛ, ଅବାଧ ଓ ନିରପେକ୍ଷ କରିବା ପାଇଁ ପ୍ରଶାସନ ତରଫ ରୁ ପ୍ରତ୍ୟେକ ବ୍ଲକରେ କଡାକଡି ଭାବରେ ଚେକିଙ୍ଗ କରାଯାଉଛି ।
ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ ଏସ. ଏସ. ଟି. ଟିମ୍ ତଥା ପୋଲିସ ର ମିଳିତ ସହଯୋଗ ରେ ଗଣିଆ , ଦଶପଲ୍ଲା, ନୂଆଗାଁ ଓ ବାଣିଗୋଛା ଥାନା ଅନ୍ତର୍ଗତ ସମସ୍ତ ସ୍ଥାନରେ ଚେକିଙ୍ଗ ଯୋରଦାର ଚାଲିଛି। ଏସ. ଏସ. ଟି. ଟିମ୍ ର ମୁଖ୍ୟ ରାଧେଶ୍ୟାମ କଲୁ ଙ୍କ ଦାଇତ୍ୱ ସକାଳୁ ସନ୍ଧ୍ୟା ଯାଏଁ ଚେକିଙ୍ଗ କରୁଥିବାବେଳେ ସନ୍ଧ୍ୟା ରୁ ସକାଳ ପର୍ଯ୍ୟନ୍ତ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଚେକିଙ୍ଗ କରୁଛନ୍ତିି । ରାସ୍ତାରେ ଯାଉଥିବା ସମସ୍ତ ଯାନବାହାନ, ସେ ପଦାଧିକାରୀ ହୁଅନ୍ତୁ କି ସାମ୍ବାଦିକ ଅବା ସାଧାରଣ ଲୋକ ସମସ୍ତଙ୍କ ଗାଡ଼ି ଯାଞ୍ଚ ସହିତ ଭିଡିଓ ଫଟୋ ଉଠାଇ ପ୍ରମାଣ ରଖାଯାଉଥିବା ସୂଚନା ମିଳିଛି ।
No Result
View All Result