No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ସେପ୍ଟେମ୍ବର ଶୁକ୍ରବାର ) ଖୋର୍ଦ୍ଧା :- ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ଼ ମଣ୍ଡଳ ୧୬ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ “ସ୍ଵଚ୍ଛତା ପଖୱାଡା” ପାଳନ କରୁଛି,ରେଳ ଷ୍ଟେସନ୍,ପରିସର,ଟ୍ରେନ୍, ଅଫିସ୍,କ୍ୟାଣ୍ଟିନ,ଖାଦ୍ୟ ଷ୍ଟଲ୍ ଏବଂ ରେଳବାଇ ଆବାସିକ ଅଞ୍ଚଳରେ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦିଆଯିବ । ସ୍ୱଚ୍ଛତା ପଖୱାଡ଼ା ସ୍ୱଚ୍ଛତା ଶପଥ ସହିତ ଆରମ୍ଭ ହୋଇଥିଲା । ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ,ଶ୍ରୀ ରିଙ୍କେଶ ରୟ ସମସ୍ତ ଶାଖା ଅଧିକାରୀ ଏବଂ କର୍ମଚାରୀ,ନିଜକୁ ସ୍ୱଚ୍ଛ ରଖିବା ପାଇଁ ଏବଂ ସାଧାରଣ ଜନତାଙ୍କୁ ସ୍ୱଚ୍ଛତା ପ୍ରତି ଉତ୍ସାହିତ କରିବା ପାଇଁ ସ୍ୱଚ୍ଛତା ଶପଥ ଗ୍ରହଣ କରାଇଥିଲେ । ସ୍ୱଚ୍ଛତା କାର୍ଯ୍ୟକଳାପ ପ୍ରତି ସପ୍ତାହ ରେ ଦୁଇ ଘଣ୍ଟା ଉତ୍ସର୍ଗ କରିବାକୁ ଏବଂ ସମସ୍ତଙ୍କୁ ସ୍ୱଚ୍ଛ ଭାରତ ମିଶନର ବାର୍ତ୍ତା ପ୍ରଚାର କରିବା ପାଇଁ ସମସ୍ତେ ପ୍ରତିଶୃତି ଦେଇଥିଲେ ।
ଏହି ମଣ୍ଡଳର ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧାରୋଡ଼ , ବାଲୁଗା , ବ୍ରହ୍ମପୁର, ପଲାସା, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ ଠାରେ କର୍ମଚାରୀମାନେ ସ୍ବଚ୍ଛତା ଶପଥ ନେଇଛନ୍ତି । ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ,ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ ସ୍ବଚ୍ଛତା ଉପରେ ବ୍ୟାନର,ପୋଷ୍ଟର, ଜିଙ୍ଗଲ୍ ଶ୍ରବଣ ଏବ° କ୍ଷୁଦ୍ର ଭିଡିଓ ପ୍ରଦର୍ଶନ କରାଯାଇଥିଲା । ଭୁବନେଶ୍ୱର ରେଳ ଷ୍ଟେସନରେ,ସଫେଇ କର୍ମଚାରୀ ଏବଂ ଯାତ୍ରୀ ସେବା ସହ ଜଡିତ ଅନ୍ୟ ବିଭାଗୀୟ କର୍ମଚାରୀଙ୍କ ପାଇଁ ଏକ କର୍ମଶାଳା ଏବଂ କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଯେଉଁଠାରେ ସ୍ବଚ୍ଛତା,ଆବର୍ଜନା ପୃଥକୀକରଣ ଏବଂ ପ୍ଲାଷ୍ଟିକର ଏକକ ବ୍ୟବହାରକୁ ବର୍ଜନ କରିବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା । ସ୍ବଚ୍ଛତା ପଖୱାଡା ଅବସରରେ ଖୋର୍ଦ୍ଧାରୋଡ଼ ମଣ୍ଡଳର ଇଏନ୍ଏଚ୍ଏମ୍ ୱିଙ୍ଗ୍,ଷ୍ଟେସନ,ଟ୍ରେନ୍,ଅଫିସ୍ କୋଠା,ରେଳ କଲୋନୀ ଇତ୍ୟାଦିରେ,ବିଭିନ୍ନ ପରିଷ୍କାର ପରିଚ୍ଛନ୍ନତା ତଥା ସଚେତନତା କାର୍ଯ୍ୟକ୍ରମ ଯେମିତି କି,ସ୍ୱଚ୍ଛ ରେଳଗାଡି,ସ୍ୱଚ୍ଛ ଷ୍ଟେସନ, ସ୍ୱଚ୍ଛ ପରିସର,ସ୍ୱଚ୍ଛ ଆହାର ଇତ୍ୟାଦି ପାଇଁ ଯୋଜନା କରିଛି ।
ହେଲେ ଭାରତୀୟ ରେଳ ବିଭଗ ଏ ସମସ୍ତ କାର୍ଯ୍ୟକ୍ରମ କରୁଥିଲେ ମଧ୍ୟ ବାସ୍ତବରେ ଦେଖିବାକୁ ଗଲେ ଅନେକ ଷ୍ଟେସନ ମାନଙ୍କରେ ନାକରେ ରୁମାଲ ନ’ଦେଲେ ଯାଇ ହେଉନାହିଁ, ସେହିପରି ଦୂର ଓ ଦ୍ରୁତଗାମୀ ଟ୍ରେନ ବିଷୟରେ ନ’କହିବା ଭଲ!କାରଣ ଅନେକ ଟ୍ରେନ ଓ ଷ୍ଟେସନକୁ ସଫା ସୁତୁରା ପାଇଁ ଠିକା ସଂସ୍ଥାକୁ ଦିଆଯାଇଛି କିନ୍ତୁ ଏମାନେ କେତେଦୂର କାମ କରୁଛନ୍ତି କିଭଳି କାମ କରୁଛନ୍ତି କେହି ତଦାରଖ କରନ୍ତି ନାହିଁ । ସ୍ଵଛତା ମିଶନ ଠିକାଦାର ଓ ଅଫିସରଙ୍କ ରାଧେ ରାଧେ ନୀତିରେ ଚାଲିଥିବା କହିଲେ ଅତିୟୁକ୍ତି ହେବନାହିଁ । ବରିଷ୍ଠ ରେଳ ଅଧିକାରୀଗଣ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।
No Result
View All Result