No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୬ ସେପ୍ଟେମ୍ବର ଶୁକ୍ରବାର ) ଖୋର୍ଦ୍ଧା :- ଆଇ ଆଇ ଟି ଭୁବନେଶ୍ୱର ପକ୍ଷରୁ ଇଞ୍ଜିନିୟର୍ସ ଡେ ୨୦୨୨ ଗତକାଲି ୧୫ ସେପ୍ଟେମ୍ବରରେ ନିଜ କ୍ୟାମ୍ପସରେ ଅନୁଷ୍ଠିତ ହୋଇଥିଲା। ଭାରତ ରତ୍ନ ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରାୟଙ୍କ ଜୟନ୍ତୀ ଅବସରରେ ଏହି ଇଞ୍ଜିନିୟର୍ସ ଡେ ପାଳନ କରାଯାଇଥିଲା।ସମାଜ ପାଇଁ ତାଙ୍କର ଉଲେଖନୀୟ ଅବଦାନ ପାଇଁ ଦେଶର ଅନ୍ୟତମ ମହାନ ଇଞ୍ଜିନିୟରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏହି ଦିବସ ପାଳନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବହୁ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ଏହି ଅବସରରେ ଆଇଆଇଟି ଭୁବନେଶ୍ୱରର ନିର୍ଦେଶକ ପ୍ରଫେସର ଭି କେ ତିୱାରୀ ମୁଖ୍ୟ ଅତିଥି,ସମସ୍ତ ବିଶିଷ୍ଟ ବ୍ୟକ୍ତି ଏବଂ ଅଂଶ ଗ୍ରହଣ କାରୀ ମାନଙ୍କୁ ସୁବେସ୍ଛା ଜଣାଇଥିଲେ। ଡିନ ‘ଏ ଏ ଓ ଆର ଆଇ’ଡ଼ଃ ପ୍ରଶାନ୍ତ କୁମାର ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ।
ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପୂର୍ତ୍ତ ବିଭାଗ ‘ଡିଜାଇନ ବିଭାଗ’ଇଞ୍ଜିନିଅର ଇନ ଚିଫ ଡ଼ଃ ନାରାୟଣ ଚନ୍ଦ୍ର ପାଲ ଯୋଗଦେଇ ଆତ୍ମ ନିର୍ଭର ଭାରତ ବା ଆତ୍ମ ନିର୍ଭରଶୀଳ ଭାରତ ପାଇଁ ବହୁବିଧ ଶୃଙ୍ଖଳିତ ଇଞ୍ଜିନିଅରିଂ ଆହ୍ୱାନ ଶୀର୍ଷକ ଇଞ୍ଜିନିୟର୍ସ ଦିବସ ବକ୍ତୃତା ପ୍ରଦାନ କରିଥିଲେ। ଜାତୀୟ ନିର୍ମାଣ ଏବଂ ଜାତୀୟ ଭିତ୍ତିଭୂମିର ବିକାଶରେ ଇଞ୍ଜିନିୟର ମାନଙ୍କ ଯୋଗଦାନର ଗୁରୁତ୍ୱ ,ଗବେଷଣା ଓ ଶିକ୍ଷା କ୍ଷେତ୍ରରେ ବହୁମୁଖୀ ଶୃଙ୍ଖଳାର ଗୁରୁତ୍ୱକୁ ବୁଝିବା ପାଇଁ ଡ଼ଃ ପାଲ ଅନେକ ଅଭିଜ୍ଞତା ଉପରେ ଆଲୋଚନା କରିବା ସହିତ ଯୁବ ଇଞ୍ଜିନିଅର ମାନଙ୍କୁ ପ୍ରେରଣା ଦାୟୀ କଥା ଓ ସେମାନଙ୍କୁ ଅଧ୍ୟୟନ ଏବଂ ଆଗ୍ରହର କ୍ଷେତ୍ରକୁ ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଥିଲେ। ଶ୍ରୀ ପାଲ ଶାର ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରାୟଙ୍କ ଯିବନୀ,ଉପଲବ୍ଧି ଏବଂ ଅବଦାନ ଉପରେ ବିସ୍ତୃତ ଆଲୋଚନା କରି ସମସ୍ତ ଯୁବ ଇଞ୍ଜିନିୟର ମାନଙ୍କୁ ନିଜର ସୁବେସ୍ଛା ଜଣାଇ କହିଥିଲେ ଯେ ସେମାନଙ୍କ ମଧ୍ୟରେ ଅନେକ ଭବିଷ୍ୟତରେ ଶାର ବିଶ୍ୱେଶ୍ୱରାୟ ହେବେ ବୋଲି ଆଶା ବ୍ୟକ୍ତ କରିଥିଲେ। ଶେଷରେ ଆସୋସିଏଟ ଡିନ ‘ଆର ଆଣ୍ଡ ଡି’ ଡକ୍ଟର ଦିନକର ପାସ୍ଲା ଧନ୍ୟବାଦ ଅର୍ପଣ କରିଥିଲେ।

No Result
View All Result