ଓଡିଶା ତାଜା ନ୍ୟୁଜ୍ (୨୬ ମଇ, ମଙ୍ଗଳବାର) କଟକ :- ରାଜ୍ୟରେ ଜଣେ ଡାକ୍ତର କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି, ଚି଼ହ୍ନଟ ଡାକ୍ତର କଟକ ସିଟି ହସ୍ପିଟାଲର । ରାଜ୍ୟର ପ୍ରଥମ କଟକ ସିଟି ହସ୍ପିଟାଲର ଡାକ୍ତର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ସ୍ୱାବ ଟେଷ୍ଟ ହେବ ।
କଟକ ସିଟି ହସ୍ପିଟାଲର ଶିଶୁ ରୋଗ ବିଭାଗରେ ଏହି ଡାକ୍ତର କାର୍ଯ୍ୟରତ ଥିଲେ, ସେ କିଛି ଦିନ ଜରରେ ଆକ୍ରାନ୍ତ ହୋଇଥିଲେ, ଏବେ ସ୍ୱାବ ଟେଷ୍ଟ ରୁ କରୋନା ଭାଇରସ୍ର ଶିକାର ହୋଇଥିବା ଜଣାପଡିଛି । କରୋନା ଆକ୍ରାନ୍ତ ଚିହ୍ନଟ ପରେ ହସ୍ପିଟାଲରେ ବ୍ୟାପକ କଟକଣା ଲାଗୁ କରାଯାଇଛି । (କଟକ /ରିପୋର୍ଟ /ଲଷ୍ମୀଧର ଖୁଣ୍ଟିଆ )