ଓଡିଶା ତାଜା ନ୍ୟୁଜ୍ (୨୬ ମଇ, ମଙ୍ଗଳବାର) ବାଙ୍କି ବୈଦେଶ୍ଵର ଥାନା :- କଟକ ଜିଲ୍ଲା ବାଙ୍କି ବ୍ଲକ ବୈଦେଶ୍ଵର ଥାନା ଅଂଚଳରେ ଗତ ଫେବୃଆରୀ ମାସ ୧୫ ତାରିଖ ଅପରାହ୍ନରେ ସ୍ଥାନୀୟ ଯୋକଲାଞ୍ଜି ରାସ୍ତାରେ ନୁଆଗାଁ ପଞ୍ଚାୟତର ମହିଳା ସରପଞ୍ଚ ମମତା ମହାପାତ୍ରଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ସାମ୍ବାଦିକ ଆଦିତ୍ୟ ରଣସିଂହଙ୍କୁ ପୂର୍ବ ଶତ୍ରୁତା କୁ ନେଇ ତି ନିର୍ମ୍ମମ ଭାବରେ ହାନି ଦୁର୍ବୁତ୍ତ ମାନେ ହତ୍ୟା କରିଥିଲେ । ଏହି ହତ୍ୟା ଘଟଣାକୁ ନେଇ ସମଗ୍ର କଟକ ଜିଲ୍ଲା ସହ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା, ହତ୍ୟାକାଣ୍ଡ ପାଞ୍ଚଦିନପାରେ ବି ପୋଲିସ ଅଭିଯୁକ୍ତ ଙ୍କୁ ନଧରିବାରୁ ଗଣମାଧ୍ୟମରେ ଘନଘନ ଖବର ପ୍ରକାଶ ପାଇଥିଲା, ଯାହାଫଳରେ ବିଭିନ୍ନ ଦଳ ପକ୍ଷରୁ ବାଙ୍କି ବନ୍ଦ କରାଯିବ ସହ ଅଭୁଯୁକ୍ତଙ୍କୁ ଧରିବାକୁ ଦାବୀ ଜୋର ଧରିଥିଲା।କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକଙ୍କ ହସ୍ତକ୍ଷେପ ପରେ ଘଟଣାରେ ଜଡିତ ଅଭିଯୁକ୍ତଙ୍କୁ ପୁଲିସ୍ ୧୨ ଜଣଙ୍କୁ ଗିରଫ କରିଥିଲା ବେଳେ କୁହାଯାଉଥିବା ମୁଖ୍ୟ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ ।
ସେବେଠାରୁ ବୈଦେଶ୍ଵର ପୋଲିସ ଫେରାର ଦେଖାଇ ସେମାନଙ୍କୁ ଗିରଫ କରୁନଥିଲା, ଫେରାର ହତ୍ୟା ଅଭିଯୁକ୍ତ ମାନେ ସ୍ଥାନୀୟ ଅଂଚଳରେ ଖୁଲମ ଖୁଲା ବୁଲିବା ସହ ଅଭିଯୋଗ କାରି ସାମ୍ବାଦିକ ଓ ସରପଞ୍ଚ ପରିବାରକୁ ବିଭିନ୍ନ ଉପାୟରେ ଧମକ ଚମକ ଦେବାସହ ଜୀବନରୁ ମାରିଦେବାକୁ କହି ଘୁରିବୁଲୁଥିଲେ, ପୋଲିସ କୁ ଯେତେ ଜଣାଇଲେ ବି ପୋଲିସ ଆଉ ଏ ଘଟଣାକୁ ଗୁରୁତ୍ୱ ଦେଇ ନଥିଲା, ଏହି ଘଟଣାକୁ ନେଇ ଉକ୍ତ ଗ୍ରାମରେ ଉତ୍ତେଜନା ଲାଗି ରହିଥିଲା । ହତ୍ୟାକାଣ୍ଡର ଶିକାର ହୋଇଥିବା ଉଭୟ ସାମ୍ବାଦିକ ଓ ସରପଞ୍ଚ ପରିବାର ଭୟବୀତ ଅବସ୍ଥାରେ ରହୁଥିଲେ ବି ପୋଲିସ ସେମାଙ୍କୁ ସୁରକ୍ଷା ଯୋଗାଇଦେଇନଥିଲା, ।
ଅଭିଯୁକ୍ତମାନେ ଖୁଲମଖୁଲା ଭାବରେ ବୁଲୁଥିବା ପୋଲିସ ପାଖରେ ଖବର ଥିଲେବି ସେମାନଙ୍କୁ ଗିରଫ କରିବାକୁ ପୋଲିସ ର ଜୁ ନଥିଲା, ରାଜନୈତିକ ଚାପ ଓ ଭିତିରିଆ ବୁଝାବଣା ରେ ଅଟକି ରହିଥିଲା ଅନ୍ୟ ହତ୍ୟା ଅଭିଯୁକ୍ତ ଙ୍କ ଗିରଫଦାରୀ, ଯାହାକୁ ନେଇ ବୈଦେଶ୍ଵର ପୋଲିସ ର ସ୍ୱଚ୍ଛତା କୁ ନେଇ ପ୍ରଶ୍ନ ଉଠିଥିଲା, (କଟକ /ରିପୋର୍ଟ /ଲଷ୍ମୀଧର ଖୁଣ୍ଟିଆ )
odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com