No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଘେରାଉ ଏବଂ ଭଙ୍ଗା ରୁଜା ଘଟଣାରେ ଆଜି ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବରଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜନ ପ୍ରତିନିଧି ଏବଂ ପୋଲିସ ବିଭାଗ ପକ୍ଷରୁ ସ୍ଥାନୀୟ ଏସ୍ଡିପିଓ ଦିଲ୍ଲୀପ କୁମାର ନାୟକ ଉପସ୍ଥିତ ରହି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନା ଦ୍ୱିତୀୟ ଦିନରେ ସଫଳ ହୋଇନଥିବାରୁ ପୁଣି ଆସନ୍ତା କାଲି ଆନ୍ଦୋଳନ କାରୀଙ୍କ ପକ୍ଷରୁ ଜନ ପ୍ରତିନିଧି ଏବଂ ପୋଲିସ ବିଭାଗ ପକ୍ଷରୁ ପୁଣି ଆଲୋଚନା କରାଯିବା ନିମନ୍ତେ ସମୟ ସ୍ଥିର ହୋଇଥିବା ପ୍ରକାଶ ।
ଜନ ପ୍ରତିନିଧି କମିଟିରେ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଏମ. ପି. ପ୍ରତିନିଧି ଜଗବନ୍ଧୁ ଦାସ, ଅବ୍ରହାମ ଗମାଙ୍ଗ, ଡାନିଏଲ ଗମାଙ୍ଗ, ସରପଞ୍ଚ ସେବତୀ ଗମାଙ୍ଗ, ସିମିଅ ଗମାଙ୍ଗ, ପ୍ରେମା ମାଝୀ, ଙ୍କ ସହ ପୋଲିସ ବିଭାଗ ପକ୍ଷରୁ ଏସ୍ଡିପିଓ ଶ୍ରୀ ନାୟକ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ଅପ୍ରୀତିକର ପରିସ୍ଥିତି ପାଇଁ ଦାୟୀ ଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ । ବର୍ତ୍ତମାନ ଅଡବା ଥାନା ସୁଚାରୁରୂପେ ଚାଲୁରହିଥିବା ଦେଖିବାକୁ ମିଳିଛି ।


No Result
View All Result