ଅପରପକ୍ଷେ ମୃତ ଆଦିତ୍ୟଙ୍କ ପତ୍ନୀ ରଜନୀ ମହାପାତ୍ର ଗ୍ରାମର କିଛି ଲୋକ ମିଳିତ ହୋଇ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ବୋଲି ଏକ ଲିଖୀତ ଅଭିଯୋଗ କରିବା ପରେ ପୋଲିସ ୧୪୦/୨୦୨୦ ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାଯାଇଛି । ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହତ୍ୟାକାରୀଙ୍କୁ ଗିରଫ ଦାବିରେ ଥାନା ସମ୍ମୁଖରେ ଶବ ରଖି ଧାରଣା, ରଣପୁର
ଓଡିଶା ତାଜା ନ୍ୟୁଜ୍ (୨୬ ମଇ, ମଙ୍ଗଳବାର) ରଣପୁର ବ୍ଲକ :- ରଣପୁର ବ୍ଲକ ଅନ୍ତର୍ଗତ ମହତପଲ୍ଲା ପଚାୟତର ବିରୁଡା ଗ୍ରାମ ନିକଟରେ ଥିବା ଏକ ଖାଲରେ ଆଜି ଏକ ସନ୍ଦେହଜନକ ଅବସ୍ଥାରେ ଜୈନିକ ବ୍ୟକ୍ତିଙ୍କ ମୃତ ଦେହ ପଡି ରହିଥିଲା । ପରେ ପୋଲିସ ଏହାର ଖବର ପାଇ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିଥିଲା । ଆଜି ସଂନ୍ଧ୍ୟାରେ ଉତ୍ୟକ୍ତ ଗ୍ରାମବାସୀମାନେ ମୃତ ବ୍ୟକ୍ତିଙ୍କ ଶବକୁ ଥାନା ସମ୍ମୁଖରେ ରଖି ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ଧାରଣା ଦେଇଥିବା ଜଣାଯାଇଛି । ଖବର ସଂଗ୍ରହରୁ ଜଣାଯାଏ ଗତ ଅପ୍ରେଲ ମାସରେ କାଜୁ ଜଙ୍ଗଲକୁ କେନ୍ଦ୍ର କରି ଚାନ୍ଦପୁର ଥାନା ଅନ୍ତର୍ଗତ ରାଇପଡା ଗ୍ରାମର ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ୨ ଜଣ ଅସବର୍ଣ୍ଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ରାଇପଡା ଗ୍ରାମର ଅନେକ ସବର୍ଣ୍ଣ ପୁରୁଷ ଲୋକ ଗ୍ରାମ ଛାଡି ଅନ୍ୟତ୍ର ରହୁଥିଲେ ।
ଏହି ଘଟଣାରେ ପୋଲିସ କିଛି ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ଗିରଫ ଭୟରେ ରାଇପଡା ଗ୍ରାମର ଆଦିତ୍ୟ ମହାପାତ୍ର ମଧ୍ୟ ଗ୍ରାମ ଛାଡି ଅନ୍ୟତ୍ର ରହୁଥିଲେ । ଗତକାଲି ମହତପଲ୍ଲା ପଚାୟତର ବିରୁଡା ଗ୍ରାମର ଝାଞ୍ଜିଆ ନାମକ ସ୍ଥାନ ରେ କିଛି ବ୍ୟକ୍ତି ଆଦିତ୍ୟଙ୍କୁ କାଜୁ ବିବାଦ ଘଟଣାର ସମ୍ପର୍କରେ ଏକ ବୈଠକ କରିବା ପାଇଁ ଡାକିଥିଲେ । ଏହି ସମୟରେ ରଣପୁର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ସେହି ସ୍ଥାନକୁ ଯାଇ ରାଜିବ ସାହୁ ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲା । କିନ୍ତୁ ଏହି ସମୟରେ ଆଦିତ୍ୟ ଦୌଡି ଖସି ପଳାଇ ଥିଲେ, କିନ୍ତୁ ଘରକୁ ଫେରି ନ ଥିଲେ । ଆଜି ପୂର୍ବାହ୍ଣରେ ଆଦିତ୍ୟଙ୍କ ମୃତ ଦେହ ବିରୁଡା ଗ୍ରାମ ନିକଟରେ ଥିବା ଏକ ଖାଲରେ ପଡିଥିବାର ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ । ପରେ ଏହି ଘଟଣା ଅଚଂଳ ସାରା ବ୍ୟାପି ଯାଇଥିଲା ।
ରଣପୁର ପୋଲିସ ଖବର ପାଇ ମୃତ ଆଦିତ୍ୟର ଶବକୁ ଜବତ କରିବା ସହ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ଆଣିଥିଲେ । ବ୍ୟବଚ୍ଛେଦ ପରେ ଉତ୍ୟକ୍ତ ଗ୍ରାମବାସୀମାନେ ଶବକୁ ଥାନା ସମ୍ମୁଖରେ ରଖି ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା ଦେଇଥିଲେ । ପରେ ଅତିରିକ୍ତ ତହସିଲଦାର ଅଶୋକ ପଟ୍ଟନାୟକ, ଏସ୍.ଡି.ପି.ଓ ଏସ୍. ଟାପୋ ଧାରଣାରତ ଲୋକଙ୍କୁ ବୁଝା ସୁଝା କରି ଧାରଣା ପ୍ରତ୍ୟାହୃତ କରିବା ସହ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ ଓ ଅଭିଯୁକ୍ତ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଅପରପକ୍ଷେ ମୃତ ଆଦିତ୍ୟଙ୍କ ପତ୍ନୀ ରଜନୀ ମହାପାତ୍ର ଗ୍ରାମର କିଛି ଲୋକ ମିଳିତ ହୋଇ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ବୋଲି ଏକ ଲିଖୀତ ଅଭିଯୋଗ କରିବା ପରେ ପୋଲିସ ୧୪୦/୨୦୨୦ ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାଯାଇଛି ।
odishatazanews.com, whatsApp – 9938341180,ph.7008991872, facebook– odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com