• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ସରକାରୀ ନିର୍ଦ୍ଦେଶକୁ ଫୁ.. .. ସକାଳୁଆ ଅଫିସ ପାଲଟିଛି ପ୍ରହସନ

Proprietor Abhimanyu Maharana by Proprietor Abhimanyu Maharana
May 26, 2020
in Uncategorized, ଓଡ଼ିଶା, ଦେଶ, ରାଜନୀତି, ହୋମ୍
0
ସରକାରୀ ନିର୍ଦ୍ଦେଶକୁ  ଫୁ.. .. ସକାଳୁଆ ଅଫିସ ପାଲଟିଛି ପ୍ରହସନ
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍‌ (୨୬ ମଇ, ମଙ୍ଗଳବାର) ହିଞ୍ଜିଳିକାଟୁ :- ସାରା ରାଜ୍ୟରେ ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ । ଦିନ୧୦ ଟା ପରେ ପ୍ରବଳ ଅଗ୍ନି ବର୍ଷା । ଚାରିଆଡ଼େ ଫାଙ୍କା ଫାଙ୍କା ଦିଶୁଛି । ରାସ୍ତାଘାଟ, ଦୋକାନ ବଜାର ସବୁଠି ଶୁନ୍‌ଶାନ । ଗୋଟିଏ ପଟେ କରୋନା ଭୁତାଣୁ ସଂକ୍ରମଣ ପାଇଁ ସରକାର ଆସନ୍ତା ମେ ୩୧ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଥିବା ବେଳେ ଅନ୍ୟପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ନିହାତି କାହାର ଗୁରୁତ୍ୱପୁର୍ଣ୍ଣ କାମ ନଥିଲେ ବାହାରକୁ ଯିବାକୁ ଡ଼ରୁଛନ୍ତି । ସରକାର ମଧ୍ୟ ବାରଣ କରୁଛନ୍ତି ଜନସାଧାରଣଙ୍କୁ ବାହାରକୁ ବାହାରିବାକୁ । ଏପରିସ୍ଥଳେ ସରକାର ମଧ୍ୟ ଏଥିପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ସକାଳୁଆ କରିବା ପାଇଁ ଘୋଷଣା କରିଛନ୍ତି । କିନ୍ତୁ ଏହି ସକାଳୁଆ ଅଫିସ ସୁଯୋଗରେ ସରକାରୀ ବାବୁ ମାନେ ଫାଙ୍କୁଥିବା ଅଭିଯୋଗ ହେଉଛି । ଏଭଳି ଏକ ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି ରାଜ୍ୟ ମୁଖିଆଙ୍କ ଗଡ଼ ହିଂଜିଳିକାଟୁ ଅଂଚଳରେ ଥିବା ବିଭିନ୍ନ ସରକାରୀ ଦପ୍ତର ମାନଙ୍କରେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ପ୍ରତ୍ୟେହ ସକାଳ ୭ ଟା ରେ ସରକାରୀ ବାବୁ ମାନେ ନିଜ ନିଜର କର୍ମମୟ କାର୍ଯ୍ୟାଳୟରେ ପଂହଚିବାର ନିୟମ ରହିଥିଲେ ସୁଦ୍ଧା ସରକାରୀ ବାବୁ ମାନେ ସକାଳ ୯ ଟାରେ ପଂହଚୁଥିବାର ଦେଖିବାକୁ ମିଳୁଛି ।

କାର୍ଯ୍ୟାଳୟର ତଳିଆ କର୍ମଚାରୀ ମାନେ ସକାଳୁ ଆସି ଅଫିସ ଖୋଲି ସାରି ବସିଥିବା ବେଳେ କାର୍ଯ୍ୟ ଉଦ୍ଦେଶ୍ୟରେ ଆସିଥିବା ଜନସାଧାରଣ ସେହିପରି ଅପେକ୍ଷା କରି ବସୁଛନ୍ତି ବାବୁମାନେ ଆସିବା ପର୍ଯ୍ୟନ୍ତ । ସବୁ ସରକାର ନୀତି ନିୟମକୁ ଫୁ କରି ବାବୁ ମାନେ ଅଫିସ ଆସୁଛନ୍ତି ଦିନ୯ ଟାରେ ଏବଂ ପୁଣି ଦିନ ୧ ଟା ପୂର୍ବରୁ ଅଫିସ ଫାଙ୍କା କରି ବାବୁ ମାନେ ଚାଲିଯାଉଥିବା ଅଭିଯୋଗ ହେଉଛି । ହିଂଜିଳିକାଟୁ ସହର ମଧ୍ୟରେ ଅବସ୍ଥାପିତ ଥିବା ପଂଚାୟତ କାର୍ଯ୍ୟାଳୟ, ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ, ଉଠା ଜଳସେଚନ ବିଭାଗୀୟ କାର୍ଯ୍ୟାଳୟ, ଜନସ୍ୱାସ୍ଥ୍ୟ ବିଭାଗୀୟ କାର୍ଯ୍ୟାଳୟ, ଆରଡ଼ବ୍ଳ୍ୟୁଏସଏସ ଅଫିସ, ସବରେଜିଷ୍ଟାର କାର୍ଯ୍ୟାଳୟ, ପୂର୍ତ ବିଭାଗୀୟ କାର୍ଯ୍ୟାଳୟ, ରାସ୍ତା ଓ କୋଠାବାଡ଼ି ବିଭାଗୀୟ କାର୍ଯ୍ୟାଳୟ ସମେତ ବହୁ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ସରକାରୀ ବାବୁ ମାନେ ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ କାର୍ଯ୍ୟାଳୟରେ ପଂହଚୁଥିବାର ଦେଖିବାକୁ ମିଳୁଛି । କାର୍ଯ୍ୟାଳୟରେ ଉପସ୍ଥିତ ଥିବା ତଳିଆ କର୍ମଚାରୀ ମାନଙ୍କୁ ପଚାରିଲେ ବାବୁ ମାନେ ଫିଲ୍ଡକୁ ଯାଇଥିବା ନେଇ ଉତର ମିଳୁଛି ।

ଏପରିକି ବହୁ ସରକାରୀ ଦପ୍ତର ମାନଙ୍କରେ ଅଫିସରମାନେ ସକାଳ ୭ ଟା ରେ ଅଫିସ ନଆସି ବହୁ ବବିଳମ୍ବରେ ଆସୁଥିବାରୁ ସାଧାରଣ ଜନତା ଅସୁବିଧାରେ ପଡ଼ୁଥିବା ବେଳେ ସରକାରଙ୍କ ସକାଳୁଆ ଅଫିସ କରିବାର ମହତ୍ୱ ମଧ୍ୟ ଫଳପ୍ରଦ ହେବାରୁ ବଂଚିତ ହେଉଛି । ପ୍ରକାଶ ଥାଉକି, ଦେଶରେ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଲାଗି ସରକାର ଲକଡ଼ାଉନ ସମୟରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ସାମାଜିକ ଦୂରତ୍ୱ ରକ୍ଷା ସକାଶେ କାର୍ଯ୍ୟାଳୟରେ ମାତ୍ର ୩୩% କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶନାମା ଜାରୀ କରିଥିଲେ । ମାତ୍ର ୪ର୍ଥ ପର୍ଯ୍ୟାୟ ଲକଡ଼ାଉନ ସମୟରେ ବିଭିନ୍ନ କଟକଣା ଉପରେ କୋହଳ କରାଯିବା ସହ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ସମସ୍ତ କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ରହିବା ସକାଶେ ନିର୍ଦ୍ଦେଶ ରହିଥିଲେ ମଧ୍ୟ ସ୍ଥାନୀୟ ପୌରାଂଚଳ ଓ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ଅବସ୍ଥାପ୍ଖଚ୍ଛ ସରକାରୀ କାର୍ଯ୍ୟାଳୟର ବାବୁ ମାନେ ବହୁ ବିଳମ୍ବରେ କାର୍ଯ୍ୟାଳୟକୁ ଆସି ନିର୍ଦ୍ଧାରିତ ସମୟ ପୂର୍ବରୁ କାର୍ଯ୍ୟାଳୟ ଛାଡ଼ି ଚାଲି ଯାଉଥିବା ଦେଖିବାକୁ ମିଳୁଛି । ( ରିପୋର୍ଟ – ଶେଷଦେବ ସାହୁ )

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

July 23, 2026
ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟି (ERPCC) ବୈଠକ–୨୦୨୬ : ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ବ୍ୟାପକ ଆଲୋଚନା

Eastern Regional Police Coordination Committee (ERPCC) Meeting–2026

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

July 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

July 23, 2026
ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟି (ERPCC) ବୈଠକ–୨୦୨୬ : ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ବ୍ୟାପକ ଆଲୋଚନା

Eastern Regional Police Coordination Committee (ERPCC) Meeting–2026

July 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version