No Result
View All Result
ଓଡ଼ିଶା ତାଜା ନ୍ୟୁଜ (୯ ସେପ୍ଟେମ୍ବର ଶୁକ୍ରବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲା ଆୱାଜ ମିଡ଼ିଆର ସାମ୍ବାଦିକ କିଶୋର ଚନ୍ଦ୍ର ମହାପାତ୍ର ଙ୍କ ର ଅକାଳ ବିୟୋଗ ସାରା ଜିଲ୍ଲା ରେ ଏକ ବିଷାଦ ବାତାବରଣ ଖେଳି ଯାଇଛି । ଶ୍ରୀ ମହାପାତ୍ର ଙ୍କ ଦେହ ଖରାପ କାରଣରୁ ସେ ଭୁବନେଶ୍ୱର କିମ୍ସ ହସ୍ପିଟାଲରେ ଚିକତ୍ସାଧିନ ଥିଲେ । ସେହି ଚିକତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଶ୍ରୀ ମହାପାତ୍ର ଜଣେ ସ୍ପଷ୍ଟବାଦି ଓ ନିରପେକ୍ଷ ସାମ୍ବାଦିକ ହେବା ସଙ୍ଗେ ସଙ୍ଗେ ଜଣେ ପରୋପକାରୀ ବ୍ୟକ୍ତିତ୍ୱ ଥିଲେ ।
ତାଙ୍କ ଭଳି ଜଣେ ମହାନ୍ ବ୍ୟକ୍ତିତ୍ୱ ଙ୍କ ମୃତ୍ୟୁ ସାମ୍ବାଦିକ ମାନଙ୍କ ପାଇଁ ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କୁହାଯାଉଛି । ଏମିତିରେ କହିବାକୁ ଗଲେ ନୟାଗଡ ଜିଲ୍ଲା ଜଣେ ସଚ୍ଚୋଟ ଓ ନିଃସ୍ଵାର୍ଥି ସାମ୍ବାଦିକଙ୍କୁ ହରାଇଛି । ଓଡ଼ିଶା ତାଜା ନ୍ୟୁଜ୍ ପକ୍ଷରୁ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ନିକଟରେ ପାର୍ଥନା କରିବା ସଙ୍ଗେ ସଙ୍ଗେ ତାଙ୍କ ପାରିବାର ବର୍ଗଙ୍କୁ ସମବେଦନା ଜ୍ଞାପନା କରୁଛୁ । ଏଥିସହ ନୟାଗଡ ବିଧାୟକ ଡ ଅରୁଣ କୁମାର ସାହୁ ଶ୍ରୀ ମହାପାତ୍ର ଙ୍କ ଅମର ଆତ୍ମା ର ସଦ୍ଗତି କାମନା କରିବା ସହ ତାଙ୍କ ପରିବାର ଲୋକ ଙ୍କୁ ସମବେଦନା ଜ୍ଞାପନା କରିଥିବା ଜଣା ଯାଇଛି ।


No Result
View All Result