No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୮ ସେପ୍ଟେମ୍ବର ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଐତିହାସିକ ତଥା ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର ଉପ ସଭାପତି ଗୌରାଙ୍ଗ ଚରଣ ରାଉତ ମୁଖ୍ୟାଂଶ ଯୋଗଦେଇ ଏକ କାର୍ଯକାରୀ କମିଟି ଗଠନ କରିଥିଲେ । ଆଗାମୀ ଅକ୍ଟବର ମାସ ୨୨ଏବଂ ୨୩ ଶନିବାର ଓ ରବିବାର ଦୁଇଦିନ ବ୍ୟାପୀ ଗଜପତିର ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଠାରେ ଖୁବ୍ ଆଡମ୍ବର ସହକାରେ ଅନୁଷ୍ଠିତ ହେବ । ଏହି କର୍ମଶାଳା ତଥା ଆଲୋଚନା ରେ ସାରସ୍ଵତ ସମାବେଶ,କବିତା ପାଠୋତ୍ସବ,ଆଲୋଚନା,ଲେଖକ ବିଧାନ ସଭା,ସାଂସ୍କୃତି କ ସମାରୋହ ସଙ୍ଗୀତ ଆସର କରାଯିବ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଏବଂ ରାଜ୍ୟର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାରସ୍ଵତ ସ୍ରଷ୍ଟା,ବୁଦ୍ଧିଜୀବୀ ଯୋଗ ଦେବେଶ୍ରୀ ମହାପାତ୍ର ଜିଲ୍ଲାର ବୁଦ୍ଧିଜୀବୀ ଏବଂ ସବୁ ବର୍ଗର ବ୍ୟକ୍ତିବିଶେଷ ଗଣ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ଅନୁରୋଧ କରିଛନ୍ତି । ଏହି ପ୍ରସ୍ତୁତି ପର୍ବ ଅବସରରେ ଏକ କାର୍ଯକାରୀ କମିଟି ଗଠନ କରାଯାଇ ଥିଲା । ସେମାନେ ହେଲେ.ସଭାପତିପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଉପସଭାପତିଡ.କଲ୍ୟାଣୀ ମିଶ୍ର,ଭାରତ ଭୂଷଣ ମହାନ୍ତି,
ହରିମୋହନ ପଟ୍ଟନାୟକ, ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା, ସହ ସମ୍ପାଦକ ଗଣେଶ କୁମାର ରାଜୁ, ଥିବାବେଳେ ଅଭ୍ୟାର୍ଥନା କମିଟିରେ ବିନୋଦ ଚନ୍ଦ୍ର ଜେନା,ଜଗଦୀଶ ଚନ୍ଦ୍ର ମହାପାତ୍ର, ତ୍ରିପତି ପ୍ରସାଦପଣ୍ଡା,ଅନାଦିପାଣିଗ୍ରାହୀ,ମୂରଲୀଧର ପରିଛା, ମଲିକାର୍ଯୁନ ପଟ୍ଟନାୟକ,ବିଷ୍ଣୁ ଚରଣ ପଣ୍ଡା,ଲିଙ୍ଗରାଜ ଦାଶ,ଆସାଲତା ପାଣିଗ୍ରାହୀ,ବି. କୋମଳlଙ୍ଗୀ, ସ୍ଵର୍ଣ୍ଣ ପ୍ରଭା ପାଠୀ,ନିତ୍ୟାନନ୍ଦ ଚୌଧୁରୀ ପ୍ରମୁଖ ମନୋନୀତ ହୋଇଥିଲେ। ଶେଷରେ ବିଚିତ୍ରାନନ୍ଦ ବେବର୍ତ୍ତା ଧନ୍ୟବାଦ ଦେଇଥିଲେ।


No Result
View All Result