• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱରରେ “ନୀଳ ଗଗନ ପାଇଁ ବିଶୁଦ୍ଧ ବାୟୁ” ଶୀର୍ଷକ ଆନ୍ତର୍ଜାତୀୟ ଦିବସ ପାଳନ

Proprietor Abhimanyu Maharana by Proprietor Abhimanyu Maharana
September 7, 2022
in ଓଡ଼ିଶା, ମହାନଗର, ହୋମ୍
0
International Day of Clean Air for Blue Skies Celebrated at Capital City
Share on FacebookShare on TwitterWhatsapp

ବ୍ୟାପକ ସଚେତନତା, କ୍ଷେତ୍ରସ୍ତରୀୟ କାମ ଏବଂ ଦୃଢ଼ ପ୍ରବର୍ତ୍ତନ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ଓଡ଼ିଶା ତାଜା ନ୍ୟୁଜ (୭ ସେପ୍ଟେମ୍ବର ବୁଧବାର ) ଭୁବନେଶ୍ୱର :- ଆଜି ଭୁବନେଶ୍ୱରରେ “ନୀଳ ଗଗନ ପାଇଁ ବିଶୁଦ୍ଧ ବାୟୁ” ଶୀର୍ଷକ ଆନ୍ତର୍ଜାତିକ ଦିବସ ବହୁ ଆଗ୍ରହ ଏବଂ ପ୍ରତିଶୃତି ବଦ୍ଧତାର ସହ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍ୱସ୍ତି ପ୍ରିମିଅମ୍ ପରିସରରେ ଏକ ସଚେତନତା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାୟୁ ପ୍ରଦ୍ୟୁଷଣ କରୁଥିବା ଅନେକ କାରକ ଗୁଡିକୁ ସାଧାରଣତଃ ଖାଲି ଆଖିରେ ଦେଖିହୁଏ ନାହିଁ । ତେଣୁ ବାୟୁ ପ୍ରଦ୍ୟୁଷଣ ବିଷୟରେ ଲୋକମାନଙ୍କୁ ସଠିକ୍ଭାବେ ଜଣାଇବା ପାଇଁ ବ୍ୟାପକ ଓ ସଘନ ସଚେତନତା କାର୍ଯ୍ୟକ୍ରମ କରାଯିବା ଦରକାର । ସେ କହିଥିଲେ ଯେ ବାୟୁର ଜିଲ୍ଲା, ରାଜ୍ୟ ବା ଦେଶ ଆଦି ପରିସର ନାହିଁ । ତେଣୁ ସମସ୍ତ ପ୍ରଦ୍ୟୁଷଣର କାରକ ଓ ବସ୍ତୁକୁ ସେଗୁଡିକର ସୃଷ୍ଟି ସ୍ଥାନରେ ହିଁ ସତର୍କତାର ସହ ନିୟନ୍ତ୍ରଣ କରାଯିବା ଆବଶ୍ୟକ ।

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶାରେ ସବୁଜ ବଳୟ ଏବଂ ଜଙ୍ଗଲର ଘନତାରେ ଦୃଶ୍ୟମାନ ଅବିବୃଦ୍ଧି ହାସଲ ହୋଇଛି । ପ୍ରତି ବର୍ଷ ଅବିବୃଦ୍ଧି ପ୍ରକ୍ରିୟା ବଜାୟ ରହିଛି । ବାୟୁ ପ୍ରଦ୍ୟୁଷଣ ନିୟନ୍ତ୍ରଣ ପାଇଁ ରାଜ୍ୟ ଏବଂ ଜିଲ୍ଲାୱାରୀ କାର୍ଯ୍ୟ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି । ଏହି ଦିବସ ପାଳନ ଅବସରରେ ହେଉଥିବା ଆଲୋଚନା ଚକ୍ରରୁ ପ୍ରାପ୍ତ ସିଦ୍ଧାନ୍ତଗୁଡିକୁ ମଧ୍ୟ କାର୍ଯ୍ୟ ଯୋଜନାରେ ସାମିଲ କରାଯିବ ଏବଂ ସେସବୁର କାର୍ଯ୍ୟାୟନ ନିମନ୍ତେ ଆବଶ୍ୟକୀୟ ପାଣ୍ଠିର ଅଭାବ ହେବ ନାହିଁ । ବର୍ତ୍ତମାନ ଉଭୟ ବ୍ୟକ୍ତିଗତ ଓ ସାଙ୍ଗଠନିକ ସ୍ତରରେ ବାସ୍ତବ କାର୍ଯ୍ୟ, ସଘନ ସଚେତନତା ଏବଂ ନିୟମଗୁଡିକର ଦୃଢ଼ ପ୍ରବର୍ତ୍ତନ ଜାରି ରଖିବାକୁ ଶ୍ରୀ ମହାପାତ୍ର ଆଲୋଚନା ଚକ୍ରରେ ଉପସ୍ଥିତ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉଭୟ ନୀତି ନିର୍ଦ୍ଧାରଣ ଏବଂ କ୍ଷେତ୍ରାୟନ ସ୍ତରରେ ପୂର୍ଣ୍ଣ ସମନ୍ୱୟ ଓ ସହଭାଗିତା ସହ କାମ କରିବାକୁ ଶ୍ରୀ ମହାପାତ୍ର କହିଥିଲେ ।

ଆଲୋଚନା ଚକ୍ରରେ ଯୋଗଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଥିଲେ ଯେ ୨୦୧୯ ମସିହାରେ ଆରମ୍ଭ କରାଯାଇଥିବା ଜାତୀୟ ବିଶୁଦ୍ଧ ବାୟୁ କାର୍ଯ୍ୟକ୍ରମ (ଏନ୍.ସି.ଏ.ପି.) ରେ ଆସନ୍ତା ୫ ମଧ୍ୟରେ ୨୦ ରୁ ୩୦ ପ୍ରତିଶତ ବାୟୁ ପ୍ରଦ୍ୟୁଷଣ କମାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ସମସ୍ତେ ମିଳିତଭାବେ କାର୍ଯ୍ୟକଲେ ଆମେ ଏହି ଲକ୍ଷ୍ୟ ହାସଲ କରିବା ସହ ଓଡ଼ିଶାକୁ ଏକ ଉତ୍ତମ ବାସଯୋଗ୍ୟ ରାଜ୍ୟରେ ପରିଣତ କରିପାରିବା ।

ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଥିଲେ ଯେ ବର୍ତ୍ତମାନ ପୃଥିବୀ ଜନସଂଙ୍ଖ୍ୟାର ଏକ ସିଂହଭାଗ ପ୍ରଦ୍ୟୁଷଣ ବଳୟରେ ଅଛନ୍ତି । ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଏହି ସମସ୍ୟା ଅଧିକ ଜଟିଳ । ଓଡ଼ିଶାରେ ପରିବହନ ଜାତ ବାୟୁ ପ୍ରଦ୍ୟୁଷଣ କମାଇବା ପାଇଁ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଥିବା ଇ-ଯାନ ବ୍ୟବହାରକୁ ପ୍ରୋତ୍ସାହନ, ଅଧିକ ପ୍ରଦ୍ୟୁଷଣ ସୃଷ୍ଟିକାରୀ ପୁରୁଣା ଗାଡିଗୁଡିକୁ ରାସ୍ତାରୁ ହଟାଇବା, ଇ-ଯାନ ଉତ୍ପାଦନ ନିମନ୍ତେ ସରକାରୀ ସହଯୋଗ ଓ ସବ୍ସିଡ଼ି ଆଦି ବିଷୟରେ ଶ୍ରୀ ସେଠୀ ସବିଶେଷ ସୂଚନା ଦେଇଥିଲେ ।
ପରିବେଶ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ନନ୍ଦ ଏବଂ ପୌରାଞ୍ଚଳ ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ୍ ନାୟକ ନିଜ ନିଜ ବିଭାଗରେ ବର୍ଜ୍ୟବସ୍ତୁ ପରିଚାଳନା , ପ୍ରଦ୍ୟୁଷଣ ଆଦି ନିମନ୍ତେ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡ଼ାକ୍ତର କେ.ମୁରୁଗେଶାନ ଆଲୋଚନା ଚକ୍ରର ମୁଖ୍ୟ ବିଷୟ ଉପସ୍ଥାପନ କରିବା ସହ ସ୍ୱାଗତ ସମ୍ଭାଷଣ ଦେଇଥିଲେ ।

ପରେ ପରେ ୨ ଟି ବୈଷୟିକ ବୈଠକରେ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟତଃ ଜାତୀୟ ବିଶୁଦ୍ଧ ବାୟୁ ପ୍ରଦ୍ୟୁଷଣ କାର୍ଯ୍ୟକ୍ରମ, ଏନ୍.ସି.ଏ.ପି.ର ପ୍ରାଣ ପୋର୍ଟାଲ, ପ୍ରଦ୍ୟୁଷଣ ନିର୍ଗମନ ଏବଂ ଉତ୍ସରେ ଏହାର ନିୟନ୍ତ୍ରଣ, ସାଟେଲାଇଟ୍ ମଧ୍ୟରେ ବାୟୁ ପ୍ରଦ୍ୟୁଷଣ ନିରୀକ୍ଷଣ, ପ୍ରଦ୍ୟୁଷଣ କାରକଗୁଡିକର ବାୟୁର ଗୁଣାତ୍ମକମାନ ଉପରେ ପ୍ରଭାବ ପ୍ରକ୍ରିୟା ଆଦି ବିଷୟରେ ଆଲୋଚନା ହୋଇଥିଲା । ଡ଼ାକ୍ତର ନିହାର ରଂଜନ ସାହୁ, ସୋନାଲ୍ ଜେନ୍, ପ୍ରଫେସର କାକୋଲି କେ.ପଲ୍, ଅନୁମିତା ରାୟଚୌଧୂରୀ, ଡ଼ାକ୍ତର ଯୋଗେଶ ସାଠେ, ଡ଼ାକ୍ତର ଭିନୋଜ ଭି. ଏବଂ ଡ଼ାକ୍ତର ବୋପତୀ ଆର ପ୍ରମୁଖ ବିଶେଷଜ୍ଞମାନେ ଏସବୁ ବିଷୟ ଉପରେ ନିଜ ନିଜର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026
ବ୍ଲକସ୍ତରୀୟ ଜତୀୟ ପଞ୍ଚାୟତି ରାଜ ଦିବସ ପାଳିତ : ୪୩ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

ବ୍ଲକସ୍ତରୀୟ ଜତୀୟ ପଞ୍ଚାୟତି ରାଜ ଦିବସ ପାଳିତ : ୪୩ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

April 27, 2026
ଗଞ୍ଜେଇର ଚରାଭୂଇଁ ପାଲଟିଛି ଗଜପତି, ୪ମାସରେ ଜବତ ହେଲାଣି ୧୬ ଟନ୍, ଦମନ କରିବାକୁ ଅଣ୍ଟା ଭିଡ଼ିଛି ପୁଲିସ

ଗଞ୍ଜେଇର ଚରାଭୂଇଁ ପାଲଟିଛି ଗଜପତି, ୪ମାସରେ ଜବତ ହେଲାଣି ୧୬ ଟନ୍, ଦମନ କରିବାକୁ ଅଣ୍ଟା ଭିଡ଼ିଛି ପୁଲିସ

April 27, 2026
ମୋହନା ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ

ମୋହନା ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ

April 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026
ବ୍ଲକସ୍ତରୀୟ ଜତୀୟ ପଞ୍ଚାୟତି ରାଜ ଦିବସ ପାଳିତ : ୪୩ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

ବ୍ଲକସ୍ତରୀୟ ଜତୀୟ ପଞ୍ଚାୟତି ରାଜ ଦିବସ ପାଳିତ : ୪୩ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

April 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version