No Result
View All Result
ଓଡ଼ିଶା ତାଜା ନ୍ୟୁଜ (୫ ସେପ୍ଟେମ୍ବର ସୋମବାର) ରଣପୁର :- ରଣପୁର ଅଞ୍ଚଳର ପ୍ରାୟ ସମସ୍ତ ପଞ୍ଚାୟତରୁ ଶତାଧିକ କୃଷକ ପ୍ରତିନିଧି ମାନଙ୍କୁ ନେଇ ୨୪ତମ କୃଷକ ସମ୍ମିଳନୀ ସଂଗଠିତ ହୋଇଥିଲା । ରିହାତି ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ସୋସାଇଟ ମାଧ୍ୟମରେ ଯଥା ଶୀଘ୍ର ଯୋଗାଇବା, ଗତ ବର୍ଷ ଲଗାଣ ବର୍ଷା ଯୋଗୁଁ ଗଜା ଧାନର କ୍ଷତି ପୂରଣ ଦେବା, ଭାଗଚାଷୀ ମାନଙ୍କୁ ଚାଷୀ ର ମାନ୍ୟତା ଦେବା, ଦରଦାମ କମାଇବା, ଧାନ କ୍ଵିଣ୍ଟାଲ ୩୦୦୦ ଟଙ୍କା କରିବା, ସବୁ ଫସଲ ର ଲାଭଜନକ ଦର୍ ଦେବା, କୃଷି ଋଣ ଛାଡ଼ କରିବା ଦାବିରେ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
କୃଷକ ଜିଲ୍ଲା ସଭାପତି ଗୋଲଖ ବିହାରୀ ମୁଦୁଲି ଲାଲ ପତାକା ଉତ୍ତୋଳନ କରିଥିଲେ । ସହିଦ୍ ବେଦିରେ ମାଲ୍ୟାର୍ପଣ ପରେ ଜିଲ୍ଲା ସମ୍ପାଦକ ହରିଶ୍ଚନ୍ଦ୍ର ମିଶ୍ର ଆନୁଷ୍ଠାନିକ ଭାବେ ସମ୍ମିଳନୀ ଉଦଘାଟନ କରିଥିଲେ । ବ୍ଲକ୍ ସମ୍ପାଦକ ଗଦାଧର ପ୍ରଧାନ ରିପୋର୍ଟ ଉପସ୍ଥାପନ କରିବା ପରେ ୧୬ ଜଣ ସାଥୀ ଆଲୋଚନା ରଖିଥିଲେ ।
ରାଜ୍ୟ କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ନୀତି କୁ ତୀବ୍ର ସମାଲୋଚନା କରାଯାଇଥିଲା । କ୍ଷେତ ମଜଦୂର ନେତା ଦୁଃଶାସନ ଜେନା ଓ ଗଣତାନ୍ତ୍ରିକ ମହିଳା ସମିତି ର ନେତ୍ରୀ ବୈଜୟନ୍ତି ମିଶ୍ର ସମ୍ମିଳନୀ କୁ ସମ୍ବୋଧିତ କରି ଚାଷୀ ଏକତା ଗଢ଼ି ତୋଳିବାକୁ ଆହ୍ବାନ ଦେଇଥିଲେ । ଓଡ଼ଗାଁ ବ୍ଲକ ସମ୍ପାଦକ ନିରଞ୍ଜନ ସାହୁ କୃଷକ ସଂଗଠନ କୁ ସୁଦୃଢ଼ କରିବା ପାଇଁ ବିରତ୍ଵ ସଂଗ୍ରାମ କରିବାକୁ ପରାମର୍ଶ ଦେଇଥିଲେ। ରଜତ କୁମାର ଜେନା ଓ ସୁଶିଲ ମହାନ୍ତି ସଭାପତି ମଣ୍ଡଳୀ ରେ ରହି ସମ୍ମିଳନୀ ପରିଚାଳନା କରିଥିଲେ ।
ଆଗାମୀ ୩ ବର୍ଷ ପାଇଁ ୧୮ ଜଣିଆ ଏକ କମିଟି ଗଠନ ହୋଇଥିଲା ।କୃଷକ ମାନଙ୍କ ର ସମସ୍ତ ସମସ୍ୟା କୁ ନେଇ ଆନ୍ଦୋଳନ କରିବା ପାଇଁ ସର୍ବ ସମ୍ମତି ରେ ନିଷ୍ପତ୍ତି ହୋଇଥିଲା । ଉପୋରକ୍ତ ଦାବୀ ପୂରଣ ପାଇଁ ଜିଲ୍ଲାପାଳଙ୍କୁ ରଣପୁର ତହସିଲଦାର ଓ କୃଷି ଅଫିସର ଙ୍କ ଜରିଆରେ ଦାବିପତ୍ର ଦିଆଯାଇଥିଲା । ଯଥା ଶୀଘ୍ର ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବା ପାଇଁ ସର୍ବସମ୍ମତି ନିଷ୍ପତ୍ତି ନିଆଯାଇଅଛି ।
No Result
View All Result