
ଓଡ଼ିଶା ତାଜା ନ୍ୟୁଜ (୩୧ ଅଗଷ୍ଟ ବୁଧବାର ) ରଣପୁର :- ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଷ୍ଟମ ବାର୍ଷିକ ସ୍ୱାୟତ୍ତ ଶାସନ ଦିବସ ମା ମଣିନାଗ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି । ରଣପୁର ଏନ୍ଏସି ଅଧ୍ୟକ୍ଷା ଶ୍ରୀମତୀ ରଙ୍ଗିନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଧାନ, ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଐତିହାସିକ ସତ୍ୟବାଦୀ ବଳିଆରସିଂ,
ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଏନ୍ଏସି ଉପଧାକ୍ଷ ବିଶ୍ୱରଂଜନ ପଟ୍ଟନାୟକ, ରଣପୁର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ରଞ୍ଜନ ବିସି ଓ ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।
ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ କଲ୍ୟାଣୀ ମଣ୍ଡପ ପ୍ରାଙ୍ଗଣରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ପରେ ମଞ୍ଚ କାର୍ଯ୍ୟକୁ ବରିଷ୍ଠ ଶିକ୍ଷାବିତ ବିରଞ୍ଚି ନାରାୟଣ ତ୍ରିପାଠୀ ପରିଚାଳନା କରିଥିଲେ । ସଙ୍ଗୀତ ବିଦ୍ୟା ନିକେତନର ଅଧ୍ୟକ୍ଷ ସତ୍ୟନାରାୟଣ ମହାପାତ୍ରଙ୍କ ନିର୍ଦେଶନାରେ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା ।
ଏହି ପରିପ୍ରେକ୍ଷୀରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା କୃତି ପ୍ରତିଯୋଗୀ, ପରିମଳ କର୍ମଚାରୀ, ସାମ୍ବାଦିକ, ଅଙ୍ଗନବାଡି କର୍ମୀ ଏବଂ ରଣପୁରର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଏକ ଓପନ କୁଇଜ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ବିରୁପାକ୍ଷ ମହାପାତ୍ର ପରିଚାଳନା କରିଥିଲେ ।
ଉକ୍ତ ଓପନ କୁଇଜ କାର୍ଯ୍ୟକ୍ରମରେ ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ମେଡାଲ ଦେଇ ପୁରସ୍କୃତ କରାଯାଇଥିଲା । ଏନ୍ଏସି ଦ୍ୱାରା ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ବିଷୟରେ ଆଲୋଚନା କରାଯାଇଥିଲା ଏବଂ ଆଗକୁ ହେବାକୁ ଥିବା ଉନ୍ନତି ମୂଳକ କାର୍ଯ୍ୟକ୍ରମର ଭିଜନ ପ୍ରିଣ୍ଟ ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ କାଉନସିଲର ଓ ଏନଏସି କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।


















