No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୦ ଅଗଷ୍ଟ ମଙ୍ଗଳବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୃଷ୍ଣ ପ୍ରସାଦ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜାକେଡ଼ା ଆଶ୍ରମ ବିଦ୍ୟାଳୟ ଏବଂ ଡମତୁଲ ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କୃଷ୍ଣ ପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତ୍ରିନାଥ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ସୁଷମା ପରିଡ଼ା,
ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟା ସଙ୍ଗୀତା ସାହୁ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରବୀନ୍ଦ୍ର ପ୍ରଧାନ ଙ୍କ ସମେତ ସମସ୍ତ ସଭ୍ୟ , ସଭ୍ୟା ଯୋଗଦେଇ ୮୬ ଜଣ ପିଲାଙ୍କୁ ପୋଷାକ ବଣ୍ଟନ କରିଥିଲେ।ସେହିପରି ଭାବେ ଜାକେଡ଼ା ଆଶ୍ରମ ବିଦ୍ୟାଳୟ ଏବଂ ଡମତୁଲ ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବଣ୍ଟନ କରାଯାଇଛି।ପୋଷାକ ବଣ୍ଟନ ସମୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟ,ସଭ୍ୟା,ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।


No Result
View All Result