ଓଡିଶା ତାଜା ନ୍ୟୁଜ୍ (୨୫ ମଇ, ସୋମବାର) ଆସନ୍ତା ଜୁଲାଇରୁ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି :- ଆସନ୍ତା ଜୁଲାଇରୁ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ପ୍ରଥମେ ଗ୍ରୀନ ଓ ଅରେଞ୍ଜ ଜୋନରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯିବ । ତେବେ କରୋନା ବିପଦ ଦୃଷ୍ଟିରୁ ୧ମ ରୁ ୭ମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ ନାହିଁ । କେବଳ ୮ମ ଶ୍ରେଣୀରୁ ଉର୍ଦ୍ଧ୍ୱ ପିଲାମାନେ ସ୍କୁଲ ଯାଇପାରିବେ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ।
ଛୋଟ ପିଲାମାନେ କରୋନା ପାଇଁ ଜାରି ଗାଇଡଲାଇନ ଯଥା ସାମାଜିକ ଦୂରତ୍ୱ ଆଦି ମାନିବାର ସମ୍ଭାବନା ନଥିବାରୁ ସେମାନଙ୍କୁ ଘରେ ରହିବାକୁ କୁହାଯିବ । ସେମାନେ ଘରେ ରହି ପାଠପଢିବେ । ଗାଇଡଲାଇନ ବାବଦରେ ଛୋଟ ପିଲାଙ୍କୁ ତାଲିମ ଦେବା ପାଇଁ ବିଚାର ଚାଲିଛି ।
odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com