No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଅଗଷ୍ଟ ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମଦ କାରବାର । ଏହା ଫଳରେ ସମାଜ କଳୁଷିତ ହେବା ସହ ବିଭିନ୍ନ ଗ୍ରାମରେ ଘରୋଇ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି। ଅଞ୍ଚଳରେ ଅପରାଧ ଓ ଅପରାଧୀଙ୍କ ସଂଖ୍ୟା ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କିଛି ପଞ୍ଚାୟତବାସୀ ମଦମୁକ୍ତ ପଞ୍ଚାୟତ ଗଠନ କରିବା ଉଦ୍ଦେଶ୍ୟରେ ଅଣ୍ଟାଭିଡିଥିବା ବେଳେ ସେଥିମଧ୍ଯରୁ ଅଡ଼ବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତର ସରପଞ୍ଚ ଓ ମହିଳା ମାନେ ଏକତ୍ରିତ ହୋଇଛନ୍ତି ।
ଏହି ଅଞ୍ଚଳରେ କୌଣସି ବ୍ୟକ୍ତି ମଦ ରାନ୍ଧିଲେ କିମ୍ବା ବିକିଲେ ସେମାନଙ୍କର କଟିବ ରାସନ କାର୍ଡ଼ ।ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ସରପଞ୍ଚ ରେଜିନା ପ୍ରଧାନଙ୍କ ସହ ଗାଁର ମହିଳା ମାନେ । ଗ୍ରାମରେ ସମସ୍ତ ମହିଳା ଏକତ୍ରିତ ହୋଇ ବିଭିନ୍ନ ମଦବିରୋଧି ସମ୍ବଳୀତ ଫ୍ଳାକାର୍ଡ ହାତରେ ଧରି ନାରାବାଜି ଦେବା ସହ ମଦ ବିକ୍ରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଚେତାବନୀ ଦେଇଛନ୍ତି । ଗ୍ରାମର ବୁଦ୍ଧିଜୀବିମାନେ ସରପଞ୍ଚଙ୍କ ଏଭଳି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛନ୍ତି ।


No Result
View All Result