ବର୍ଷା ବିତ୍ପାତ ରେ ଘରଛପର କ୍ଷତିଗ୍ରସ୍ତ ମାନଙ୍କୁ ପଲିଥିନ ବାଣ୍ଟିଲେ ବିଧାୟକ

ଓଡ଼ିଶା ତାଜା ନ୍ୟୁଜ (୨୬ ଅଗଷ୍ଟ ଶୁକ୍ରବାର) କୁଡୁମୁଲୁଗୁମ୍ମା :- ମାନ୍ୟବର ବିଧାୟକ ଶ୍ରୀ ପୁର୍ଣ୍ଣ ଚନ୍ଦ୍ର ବାକା ଆଜି କୁଡୁମୁଲୁଗୁମ୍ମା ସ୍ଥିତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ପରିସରରେ ପହଞ୍ଚି , ଚଳିତ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଘରର ହିତାଧିକାରୀ ମାନଙ୍କୁ ପଲିଥିନ ବାଣ୍ଟିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ କୁଡୁମୁଲୁଗୁମ୍ମା ରାଜସ୍ବ ସର୍କଲ ଓ ନାକାମାମୁଡି ରାଜସ୍ବ ସର୍କଲ ର ପାଖାପାଖି ୫୦ ରୁ ଉର୍ଦ୍ଧ୍ବ ହିତାଧିକାରୀ ମାନଙ୍କୁ ପଲିଥିନ ବଣ୍ଟା ଯାଇଅଛି । ପ୍ରକାଶ ଥାଉକି ଚଳିତ ବର୍ଷ ବର୍ଷାର ବିତ୍ପାତ ଲାଗି ରହିଥିବା ଫଳରେ ଅଧିକା°ଶ ଲୋକଙ୍କର ଘରଛପର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।

ଏହି ଅବସରରେ କୁଡୁମୁଲୁଗୁମ୍ମା ରାଜସ୍ବ ନିରୀକ୍ଷକ ରୁଦ୍ର ପ୍ରସାଦ ଗୈାଡ ଓ ନାକାମାମୁଡି ରାଜସ୍ବ ନିରୀକ୍ଷକ ପ୍ରିୟଙ୍କା ପ୍ରଧାନଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ରହି ପଲିଥିନ ବଣ୍ଟନ ରେ ବିଧାୟକ ଶ୍ରୀ ବାକାଙ୍କୁ ସହଯୋଗ କରିଥିଲେ । ପଲିଥିନ ପାଇଥିବା ହିତାଧିକାରୀ ମାନଙ୍କ ମଧ୍ୟରେ ଦାମୋଦରବେଡା ଗ୍ରାମର ଲଳିତା ମୁଦୁଲି,କଣ୍ଢେଲ ଗ୍ରାମ ର ଚୈତନ୍ୟ ଦୋରା,ହାତୀରାମ ଦୋରା, ଲଳିତା ଆଦବାରୀ,ମନୋଜ କୋଡେ ଓ ହାତିଆମ୍ବ ଗ୍ରାମ ର ସନୁ ଚାଲାଣ ପ୍ରମୁଖ ଅଟନ୍ତି ।