No Result
View All Result
★ ନିଘୋଡ଼ ନିଦ୍ରାରେ ବନ ବିଭାଗ
★ ହେଉନି ପାଟ୍ରୋଲିଂଗ
୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦୈନିକ ବଜାରଘାଟରେ ଖୋଲାଖୋଲି ବିକ୍ରୟ ହେଉଛି ଜଙ୍ଗଲ ଜନ୍ତୁଙ୍କ ମାଂସ। କୁଟୁରା, ସମ୍ବର, ହରିଣ ଏବଂ ବାହା ଭଳି ଜଙ୍ଗଲି ବନ୍ୟଜନ୍ତୁଙ୍କୁ ଶିକାର କରାଯାଇ ବେଧଡ଼କ ଭାବେ ବିକ୍ରୟ କରାଯାଉଥିବା ବେଳେ ବନବିଭାଗ ନିକଟରେ କୌଣସି ସୁରାକ୍ ନ ପହଞ୍ଚିବା ଆଶ୍ଚର୍ଯ୍ୟର ବିଷୟ ପା ବିଶେଷକରି ଏବେ ଜଙ୍ଗଲରେ ନିଆଁ ଲାଗିବା ଦ୍ଵାରା ବନ୍ୟଜନ୍ତୁ ବିପଦରେ ରହିଛନ୍ତି। କିଏ ନିଆଁରେ ଜଳିପୋଡ଼ି ଯାଉଛି ତ ପୁଣି କିଏ ଜଙ୍ଗଲ ଛାଡ଼ି ଜନବସତିମୁହାଁ ହେଉଛି ।
ଏହାର ସୁଯୋଗ ନେଇ ଶିକାରୀମାନେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଫାଶ ପକାଇବା ସହ ଚୋରା ଦେଶୀ ବନ୍ଧୁକ ଦ୍ଵାରା ଶିକାର କରୁଛନ୍ତି । ପୂର୍ବାହ୍ନ ୮ଟାରୁ ୯ଟା ମଧ୍ୟରେ ନିର୍ଦ୍ଦିଷ୍ଟ କିଛି ବ୍ୟବସାୟୀ ଏସବୁ ଜଙ୍ଗଲି ମାଂସକୁ ପୁଡ଼ିଆ କରି ଚିହ୍ନା ଲୋକ ଦେଖି ବିକ୍ରୟ କରୁଛନ୍ତି । ଦଶପଲ୍ଲା ଓ ଗଣିଆ ବନାଞ୍ଚଳର ଚଡ଼େୟାପଲ୍ଲୀ, କଳସାଖମଣ, ନୂଆଗାଁ, କୁଲୁରୁକୁମ୍ପା, ଘୁଗୁଡ଼ିପଡ଼ା ଆଦି ସ୍ଥାନରୁ ଶିକାର ହୋଇ ଏସବୁ ମାଂସ ବିକ୍ରୟ କରାଯାଉଥିବା ଅଭିଯୋଗ ହେଉଛି ।
No Result
View All Result