No Result
View All Result
୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ମାହାଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ବିଜେପି ସୁମନ୍ତଙ୍କୁ ଟିକେଟ ଦେବାପରେ ସାରଦା ଅଡ଼ୁଆ ହୋଇଛନ୍ତି, ମାହାଙ୍ଗା ବିଜେପି ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇଙ୍କ ରାସ୍ତାରେ କଣ୍ଟା ହୋଇ ଠିଆ ହେଲେ ସାରଦା ପ୍ରଧାନ, ମାହାଙ୍ଗା ବିଧାନସଭା କ୍ଷେତ୍ରରେ ବିଜେପି ପକ୍ଷରୁ ନୂତନ ପ୍ରାର୍ଥୀ ଭାବେ ସୁମନ୍ତ ଘଡେଇଙ୍କୁ ଦଳ ଟିକେଟ ଦେଇଥିବାରୁ ମାହାଙ୍ଗାରେ ବିଜେପି ମାଧ୍ୟରେ ଗୋଷ୍ଟିକନ୍ଦଳ ଦେଖାଦେଇଥିଲା, ତେବେ ମାହାଙ୍ଗା ବିଜେପିର ମଙ୍ଗ ଧରିଥିବା ପୂର୍ବତନ ବିଧାୟକ ପ୍ରାର୍ଥୀ ସାରଦା ପ୍ରଧାନ ଟିକେଟ ଦୌଡ଼ରୁ ବାଦ ପଡିବାପରେ ମାହାଙ୍ଗା ବିଜେପିରେ ଗୋଷ୍ଟିକନ୍ଦଳ ଦେଖାଦେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଜା ଲାଗିରହିଥିଲା, ସେବେ ଠାରୁ ସାରଦା ପ୍ରାଧାନ ନିଜ କର୍ମୀଙ୍କୁ ନେଇ ବୈଠକ କରୁଥିବା ଦେଖିବାକୁ ମିଳିଥିଲା,
ସାରଦା ବୈଠକ ପରେ ବୈଠକ କରି ନୂତନ ବିଜେପି ବିଧାୟକ ପ୍ରାର୍ଥୀ ସୁମନ୍ତଙ୍କ ରାସ୍ତାରେ କଣ୍ଟା ହୋଇ ଠିଆ ହୋଇଥିଲେ , ଯାହା ସ୍ୱରୂପ ମାହାଙ୍ଗାରେ ବିଜେପି ଦୁଇଫାଳ ହୋଇଯାଇଥିଲା, ବିଜେପିରେ ନିଜର ସ୍ଥିତି ଜାହିର ପାଇଁ ଦୁଇ ନେତାଙ୍କ ମଧ୍ୟରେ ଏବେ କର ମର ସ୍ଥିତି , ସୁମନ୍ତଙ୍କୁ ବିଜେପି ଟିକେଟ ଦେବାପରେ ବୁଲୁ ଅସନ୍ତୁଷ୍ଟ ହୋଇ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୬୪ ପଂଚାୟତରେ ସମର୍ଥନ ସଭା ଆଳରେ ନିଜ କର୍ମୀଙ୍କୁ ଏକଜୁଟ କରି ନିର୍ବାଚନ ଲଢ଼ିବା ପାଇଁ ନିଜ ସପକ୍ଷରେ ମତ ଲୋଡିଥିଲେ, ତେବେ ଆଜି ବିଧିବଦ୍ଧ ଭାବେ ନିଜ ବାସଭବନ ପୋଡାମରାଇ ସ୍ଥିତ ନିଜ ବାସଭବନରେ ନିଜ କାର୍ଯ୍ୟକାର୍ତ୍ତାଙ୍କୁ ନେଇ ଏକ ଆହୁତ ବୈଠକ କରିଥିଲେ, ଶେଷରେ ମାହାଙ୍ଗାର ସ୍ୱାଭିମାନ ରକ୍ଷା କରିବା ଓ ଶାନ୍ତି ପ୍ରତିଷ୍ଠା ସହ ବିକଶିତ ମାହାଙ୍ଗା ଗଢିବା ପାଇଁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରଣ ହୁଙ୍କାର ଦେଇଛନ୍ତି ଦେଇଛନ୍ତି,
ଦୀର୍ଘ ୨୭ ବର୍ଷ ରାଜନୀତି ମଧ୍ୟରେ ୬ ବର୍ଷ ବିଜେପି ଦଳପାଇଁ ନିରବିଛିନ୍ନ ଭାବେ କାର୍ଯ୍ୟ କରିଛି, ଯେତେବେଳେ ଦଳ ଯାହା ଦାଇତ୍ୱ ଦେଇଛି ତାହା ସୁଚାରୁ ରୁପେ କରିଛି, ମାହାଙ୍ଗାରେ ଦଳ ନୂତନ ପ୍ରାର୍ଥୀ ଦେଇଥିବାରୁ ମୁଁ ସ୍ୱାଗତ କରୁଛି, ମୋ କର୍ମୀଙ୍କ ସମର୍ଥନ ପାଇଁ ମୁଁ ବିଧାନସଭା ନିର୍ବାଚନ ଲଢ଼ିବି, ମୋ ବିରୁଦ୍ଧରେ ଦଳ ଯାହା କାର୍ଯ୍ୟାନୁଷ୍ଠାନ ନେବ ତାକୁ ମଧ୍ୟ ମୁଁ ସ୍ୱାଗତ କରିବି ବୋଲି ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି, ଏହି ବୈଠକରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସମସ୍ତ ପଂଚାୟତ କାର୍ଯ୍ୟକାର୍ତ୍ତା ଙ୍କ ସହ ବହୁ ସଂଖ୍ୟାରେ ତାଙ୍କ ଶୁଭେଛୁ ଓ ସମର୍ଥକ ମାନେ ଉପସ୍ଥିତ ରହିଥିଲେ ,ତେବେ ଏହି ଦୁଇ ବିଜେପି ନେତା ଲଢେଇ ହେଲେ ବିଜେଡି ଯୁବ ବିଧାୟକ ପ୍ରାର୍ଥୀ ସିଧା ସିଧା ଫାଇଦା ନେବେ ବୋଲି ହାଲ୍ଲା ପଡିଛି, ଅଙ୍କିତ ପ୍ରତାପ ପ୍ରାୟ ଏକ ଲକ୍ଷ ଭୋଟ ବ୍ୟବଧାନରେ ବିଜୟୀ ହେବେ ବୋଲି ସବୁଆଡେ ଆଲୋଚନା ହେଉଛି,
No Result
View All Result