No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ଗୁରୁବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଅରବନବ୍ୟାଙ୍କ ର ଉପାଧକ୍ଷା ଭାବେ ବିଜେଡି ଦଳର ପାର୍ଥିନି ଶ୍ରୀମତୀ ଏ. ଆପୁଲୁଆମ୍ମା ନିର୍ବାଚିତ ହୋଇଥିବା ଜଣା ପଡ଼ିଛି l ଗତକାଲି ପାରଳାଖେମୁଣ୍ଡି କୋପରଟିଭ ଅର୍ବାନ ବ୍ୟାଙ୍କର ଉପଧକ୍ଷା ପଦବୀ ପାଇଁ ଦୁଇଜଣ ବିଜୁଜନତା ସମର୍ଥିତ ପ୍ରାର୍ଥୀ ଏ. ଆମୁଲୁଲୁଆମ୍ମା ଏବଂ କଂଗ୍ରେସ ଦଳ ସମର୍ଥିତ ପ୍ରାର୍ଥୀ ଗୀତାରାଣି ପଣ୍ଡା ପାର୍ଥିପତ୍ର ଦାଖଲ କରିଥିଲେ l ଆଜି ଭୋଟ ଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଥଲା l କପରଟିଭଅର୍ବାନ ବ୍ୟାଙ୍କ ର ମୋଟ ୧୫ଜଣ ନିର୍ଦ୍ଦେଶକ ଭୋଟ ଦେଇଥିଲେ l ଭୋଟ ଗ୍ରହଣ କାର୍ଯ୍ୟ ସମାପ୍ତ ହେବା ପରେ ଭୋଟ ଗଣତି ଆରମ୍ଭ ହୋଇଥିଲା l
ଭୋଟ ଗଣତିରେ ବିଜୁ ଜନତା ଦଳ ସମର୍ଥ ପାର୍ଥି ଏ.ଆପୁଲୁଆମ୍ମା ୧୨ଖଣ୍ଡ ଭୋଟ ପାଇଥିବାବେଳେକଂଗ୍ରେସ ସମର୍ଥିତ ପ୍ରାର୍ଥୀ ଗୀତାରାଣି ପଣ୍ଡା୩ଖଣ୍ଡ ଭୋଟ ପାଇଥିଲେ l ପରେ ନିର୍ବାଚନ ଅଧିକାରୀ ଶ୍ରୀମତୀ ଏ. ଅପୁଲୁଆମ୍ମା ଙ୍କୁ ଉପଧକ୍ଷା ଭାବେ ନିର୍ବାଚିତ ଘୋଷଣା କରିଥିଲେ l ଆମ୍ମୁଲୁଆମ୍ମା ଉପଧକ୍ଷା ଭାବେ ନିର୍ବାଚିତ ହୋଇଥିବା ଯୋଗୁଁ ତାଙ୍କୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ହାଇଟେକ୍ ଚେୟାରମେନ ଡ. ତ୍ରିପତୀ ପାଣିଗ୍ରାହୀ, ଯୁବ ବିଜେଡ଼ି ନେତା ଇଁ. ରୁପେଶ ପାଣଗ୍ରାହୀ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ,
ବରିଷ୍ଠ ବିଜେଡି ନେତା ବସନ୍ତ ଦାସ, ଲକ୍ଷ୍ମୀକାନ୍ତ ପରିଛା, ଏସ. ଗଜପତି ରାଓ, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏସ.ବିରରାଜୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗବରା ତିରୁପତି ରାଓ, ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଉପଧକ୍ଷା ମଧୁ, ଅର୍ବାନ ବ୍ୟାଙ୍କ ସଭାପତି ଏନି ଶଙ୍କର ରାଓ, ଜାମିନଦାର ପଟ୍ଟନାୟକ , ନିର୍ଦ୍ଦେଶକ ୱାଇ ଗାଡେୟା , ଉପଲଡା ଧନଞ୍ଜେୟୁଲୁ ଓଲେଙ୍କା ସିମାଦ୍ରି ପ୍ରମୁଖ ପୁଷ୍ପମାଳ ପିନ୍ଧାଇ ଅଭିନନ୍ଦନ ଜଣାଇଛନ୍ତି l

No Result
View All Result