ଓଡିଶା ତାଜା ନ୍ୟୁଜ୍ (୨୫ ମଇ, ସୋମବାର) ଭୁବନେଶ୍ୱର,ଲକ୍ଷେ ୩୭ ହଜାର ନେଇଗଲେ ଠକ :- ଭୁବନେଶ୍ୱର, ଅନଲାଇନରେ ମଦ ଦେବାକୁ କହି ଲକ୍ଷେ ୩୭ ହଜାର ନେଇଗଲେ ଠକ । ଏଭଳି ଘଟଣା ଘଟିଛି ଭୁବନେଶ୍ୱରରେ । ଫେସବୁକରେ ଏଭଳି ଏକ ବିଜ୍ଞାପନର ମୋହରେ ପଡି ଜଣେ ବ୍ୟକ୍ତି ଲକ୍ଷେ ୩୬ ହଜାର ୫ ଶହ ଟଙ୍କା ଠକେଇର ଶୀକାର ହୋଇଛନ୍ତି । ଅନଲାଇନରେ ମଦ ମଗାଇବାକୁ ଯାଇ ପ୍ରଥମେ ୪ ଶହ ଟଙ୍କାର ମଦ ମଗାଇଥିଲେ ।
ଏଥିପାଇଁ ତାଙ୍କୁ ୫୦ ପ୍ରତିଶତ ଟଙ୍କା ଦେବାକୁ ପଡିଥିଲା । ଏହି ୨ ଶହ ଟଙ୍କା ଦେବା ପରେ ଅନଲାଇନ କନଫରମେସନ ପାଇଁ ଠକ ଜଣକ ଏକ କୋଡ ପଠାଇଥିଲେ । ଏହାକୁ କନଫର୍ମ କରିବା ପରେ ତାଙ୍କର ଆକାଉଂଟକୁ ହ୍ୟାକ ହୋଇଯାଇଥିଲା । ଏହା ପରେ ଟଙ୍କା କଟି ଚାଲିଲା ଏବଂ ୧ ଲକ୍ଷ ୩୬ ହଜାର ୫ ଶହ ଟଙ୍କା କଟିଗଲା । ଠକେଇର ଶୀକାର ହୋଇଥିବା ଯୁବକ ଭୁବନେଶ୍ୱର ମଂଚେଶ୍ୱର ଅଂଚଳର ।
ଏପଟେ, ରାଜଧାନୀରେ ଖୁଲମଖୁଲା ଚାଲିଛି ଅଫ୍ ଲାଇନ ମଦ ବିକ୍ରି । ସରକାର ଅନଲାଇନରେ ମଦ ବିକ୍ରି ନିୟମର ଖୋଲା ଉଲଂଘନ କରାଯାଉଛି । ଆଜି ମଦ ବିକ୍ରିର ଏପରି କିଛି ଚିତ୍ର ନଜର ଆସିଛି ରାଜଧାନୀର ଚନ୍ଦ୍ରଶେଖରପୁର ଅଂଚଳରୁ । କାଉଁଟର ଖୋଲିବା ଆଗରୁ ଲାଗି ରହିଥିଲା ଲୋକଙ୍କ ଗହଳି । ଦୋକାନ କାଉଁଟର ଖୋଲିଲା ତ ମଦ ସବୁ ଝାମ୍ଫି ନେଲେ ଲୋକେ । ବୋହି ନେଲେ ପେଟି ପେଟି ମଦ । ସେତେ ଯେମିତି ମଦ ଆଉ ଆଗକୁ ମିଳିବ ନାହିଁ । ତାଲାବନ୍ଦ କଟକଣା କୋହଳ ପରେ ପ୍ରାୟ ୩ ମାସ ପରେ କାଉଁଟର ଖୋଲିଥିଲା । ଆଉ କାଉଁଟର ଖୋଲୁଖୋଲୁ ଦେଖିବାକୁ ମିଳିଛି ଏପରି ସ୍ଥିତି ।
odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com