ତିନି ଗୋଟି ଥାକ ବିଶିଷ୍ଟ ପାଚେରୀ କାର୍ଯ୍ୟ କରାଯାଇ ପାହାଡର ସୁରକ୍ଷା ସାଙ୍ଗକୁ ଯାନବାହାନ ରଖିବା ସୁବିଧା କାର୍ଯ୍ୟଖୁବ ଶୀଘ୍ର ଶେଷ ହେବ ବୋଲି ଯନ୍ତ୍ରୀମାନେ ଅବଗତ କରାଇଥିଲେ । ମନ୍ଦିର ପାଦଦେଶରେ ବହି ଯାଉଥିବା ଋଷିକୁଲ୍ୟ ନଦୀ ମଧ୍ୟ ଦେଇ ଏକ ସୁଦୀର୍ଘ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ସେତୁ ‘ବିଜୁ ସେତୁ’ ଯୋଜନାରେ କାର୍ଯ୍ୟ ଚାଲିଥିବା ଓ ଏହାର ଅଗ୍ରଗତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ ପରିଦର୍ଶନ କରିଥିଲେ । ପ୍ରତାପୁର,ହାଣ୍ଡିଘର,ଆଛୁଳି ରାସ୍ତାର୪ କି.ମି ପରେ ସେତୁକାର୍ଯ୍ୟ ଚାଲିଛି । ୨୦,୯୪,୮୩,୨୭୯ ଟଙ୍କା ମୂଲ୍ୟ ଅଟକଳରେ ଗତ ୨୦୧୯ ମସିହା ଫେବୃଆରୀ ୭ ତାରିଖ ଦିନଠାରୁ ଏହି ସେତୁ କାର୍ଯ୍ୟ ଚାଲିଛି । ସେତୁଟିର ଦୈର୍ଘ୍ୟ ୩୬୭.୫୬ ମିଟର ଏବଂ ୭.୫୦ ମିଟର ପ୍ରସ୍ଥ ରହିଛି ।
ସେତୁ ନିର୍ମାଣ ହେବା ପରେ ଲୋକଙ୍କ ଯାତାୟତ ନିମନ୍ତେ ଅନେକ ସୁବିଧା ହେବ । ପୁରୁଷୋତ୍ତମପୁର ଦେଇ କମ ବାଟ ଅତିକ୍ରମ କରି ଲୋକମାନେ ମା’ଙ୍କର ଦର୍ଶନ ସକାଶେ ପହଞ୍ଚିପାରିବେ ଏବଂ ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇପାରିବ । ଏହି ସେତୁର କାର୍ଯ୍ୟ ଆସନ୍ତା ୨୦୨୩ ମସିହା ଫେବୃଆରୀ ମାସରେ ଶେଷ କରିବାକୁ ସମ୍ପୃକ୍ତ ଠିକାଦାରଙ୍କୁ ସଚିବ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହି ପରିଦର୍ଶନ ସମୟରେ ରାଜ୍ୟ ଗ୍ରାମ୍ୟ ନିର୍ମାଣ କୋଠବାଡି ଓ ସେତୁ ବିଭାଗ ଯନ୍ତ୍ରୀ ମୁଖ୍ୟ ପ୍ରଦୀପ ସାମଲ,ମୁଖ୍ୟ ଯନ୍ତ୍ରୀ ରମେଶ ଚନ୍ଦ୍ରବେହେରା, ଗଞ୍ଜାମ ଜିଲ୍ଲା ଗ୍ରାମ ନିର୍ମାଣ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଦୀପ କୁମାର ଜେନା , ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ – ୧ ର ଅଧିକ୍ଷଣ ଯନ୍ତ୍ରୀ ନାରଣ ମୁର୍ମୁ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।
© 2023 Odisha Taza News.