No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ବୁଧବାର ) ନୟାଗଡ଼ :- ନୟାଗଡ଼ ମୁନିସିପାଲିଟି ତରଫରୁ ସ୍ଥାନୀୟ ଏନ.ଏ.ସି ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୧ଟି ବିଦ୍ୟାଳୟର ୮୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପୌରାଧକ୍ଷା ନିରୂପମା ଖଟେଇ ଓ ନିର୍ବାହୀ ଅଧିକାରୀ ମିସ୍ ସ୍ବାତୀ ମିଶ୍ର ନିଜେ ଉପସ୍ଥିତ ରହି ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ ।
ଦେଶାତ୍ମବୋଧକ ସଙ୍ଗୀତ, ଓଡ଼ିଆ ବିତର୍କ, ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରଭୃତି ୪ଟି ଇଭେଣ୍ଟରେ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ସଂଗୀତଜ୍ଞ ନବକକିଶୋର ମିଶ୍ର, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, କୁଇଜ ମାଷ୍ଟର ଚନ୍ଦ୍ରବିଜୟୀ ମିଶ୍ର, ଅଧ୍ୟାପିକା ଜୟଶ୍ରୀ ଦାଶ, ବେତାର କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ, ଶିକ୍ଷକ ଲକ୍ଷ୍ମୀଧର ସାହୁ, ଚିତ୍ରଶିଳ୍ପୀ ନିର୍ମଳ ଚନ୍ଦ୍ର ଶୁରଦେଓ, ପ୍ରାକ୍ତନ ନିର୍ବାହୀ ଅଧିକାରୀ ବୈଦ୍ୟନାଥ ପ୍ରଧାନ, କବି ଅଶୋକ ମଲ୍ଲ ପ୍ରମୁଖ ୧୨ଜଣ ବିଚାରକ ଭାବେ ଯୋଗଦେଇଥିଲେ ।
ଆଜି ମଧ୍ୟାହ୍ନରେ ପ୍ରତିଯୋଗୀତାର ଫଳାଫଳ ଘୋଷଣା କରାଯାଇଥିଲା । କୃତୀ ପ୍ରତିଯୋଗୀଙ୍କୁ ଅଗଷ୍ଟ ୩୧ତାରିଖ ସ୍ବାୟତ୍ତ ଶାସନ ଦିବସରେ ପୁରସ୍କୃତ କରାଯିବ ବୋଲି ବରିଷ୍ଠ କାଉନସିଲର ଲକ୍ଷ୍ମୀଧର ମହାପାତ୍ର ଘୋଷଣା କରିଛନ୍ତି । କାର୍ଯ୍ୟାଳୟ ପକ୍ଷରୁ ଗଜେନ୍ଦ୍ର ମହାରଣା, ଅଜିତ ମଲ୍ଲିକ, ମନୋଜ ଜେନା, ସୁଧାଂଶୁ ମହାରଣା ଓ ସୁନୀଲ କୁମାର ହୋତା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଶ୍ରୀକାନ୍ତ ଖଟେଇ, ଗଦାଧର ଜେନା ଓ ସମସ୍ତ କାଉନସିଲର ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର କର ଧନ୍ୟବାଦ ଅର୍ପଣ କରିଥିଲେ।


No Result
View All Result