No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବାକାନନ୍ଦ ସ୍ୱାଇଁ ସମ୍ମାନିତ ହୋଇଛନ୍ତି. ଶ୍ରୀ ସ୍ୱାଇଁଙ୍କୁ ଭୁବନଶ୍ୱେ ଏ୍ସପେରିମେଣ୍ଟ୍ର ଜୟଦେବ ଭବନ ଠାରେ ଅନୁଷ୍ଠିତ ଏକ ଉତ୍ସବରେ ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟସ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି. 2020-21ବର୍ଷ ପାଇଁ କରୋନା ଯୋଦ୍ଧା ଭାବେ ଥାନା ଅଧିକାରୀ ଶ୍ରୀ ସ୍ୱାଇଁଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି. ଉକ୍ତ କାଯ୍ୟକ୍ରମରେ ଇଣ୍ଟର
ନ୍ୟାସନାଲ ହ୍ୟୁମାନ ରାଇଟସ ର ଅଧ୍ୟକ୍ଷ ମୀନକେତନ ପଟ୍ଟନାୟକ ସଭାପତିତ୍ୱ କରିଥିବାବେଳେ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାଓ୍ୱେଲେ, ପୂର୍ଵତନ ବିଧାୟକ ଆକାଶ ଦାସ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥାନା ଅଧିକାରୀ ଶ୍ରୀ ସ୍ୱାଇଁଙ୍କୁ ସମ୍ମାନିତ କରିଥିଲେ. ଶ୍ରୀ ସ୍ୱାଇଁ ସମ୍ମାନିତ ହେବାବେଳେ ଗଜପତି ଜିଲ୍ଲା ହ୍ୟୁମାନ ରାଇଟସର ସଭାପତି ରଞ୍ଜନ ମହାପାତ୍ର, ମହିଳା ସଭାନେତ୍ରୀ ତନୁଜା ଶତପଥୀ, ନରସିଂହ ମାଳବିଶୋୟୀ, ଆକଂକ୍ଷ୍ୟା ଭୂୟାଁ ଉପସ୍ଥିତ ଥିଲେ.

No Result
View All Result