No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ବୁଧବାର ) ପାରଳାଖେମୁଣ୍ଡି :- ସରକାର ଗାଁ ଗାଁକୁ ରାସ୍ତା ସଂଯୋଗୀକରଣ କରିବା ପାଇଁ ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତଥାପି ସ୍ଵାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଆଜିଭି ଅନେକ ଗ୍ରାମକୁ ଭଲ ରାସ୍ତା ସହିତ ପୋଲ ଖଣ୍ଡେ ନିର୍ମାଣ ହୋଇପାରୁନି । ଯାହା ଫଳରେ ଆଜି ମଧ୍ୟ ଲୋକେ ଦୁର୍ଦ୍ଦଶା ରେ ଜିବନ ଯାପନ କରୁଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ମୋହନା ବ୍ଲକ ର ଦୁର୍ଗମ ଅଞ୍ଚଳରେ । ଗତ କିଛିଦିନ ହେବ ଲଗାଣ ବର୍ଷା ହେବା ଫଳରେ ହରଭଙ୍ଗି ନଦୀର ଜଳ ବଢିବାରେ ଲାଗିଥିଲା ଯାହା କିଗୁରୁଝୋଳିପଂଚାୟତର ବେତେଗଣ୍ଡା, ବାମଦେଇପଦା ଓ ପଣସଡ଼ିହ ଆଦି ଗ୍ରାମବାସୀ ୧୦ ଦିନ ଧରି ଜଳ ବନ୍ଦୀ ରେ ଜୀବନ କାଟୁଥିଲେ । ଦୀର୍ଘ ୧୦ ଦିନ ଜଳ ବନ୍ଦୀ ପରେ ନଦୀ ଜଳ ସ୍ତର କମିବା ପରେ ଖାଉଟି ସାମଗ୍ରୀ ପାଇଁ ନିଜ ପଞ୍ଚାୟତକୁ ନଦି ପାର ହୋଇ ଯାଉଛନ୍ତି ଗ୍ରାମବାସୀ ।
ଆଜି ସକାଳେ ତିନି ଖଣ୍ଡ ଗ୍ରାମବାସୀ ହରଭଙ୍ଗି ଡ୍ୟାମ ଗେଟ ବନ୍ଦ କରିବା ପାଇଁ ସ୍ଥାନୀୟ ଯନ୍ତ୍ରୀ ଙ୍କୁ ନେହୁରା କରିଥଲେ । ଯନ୍ତ୍ରୀ ସେମାନଙ୍କ କଥା ଶୁଣି ଗେଟ୍ ବନ୍ଦ କରିଥଲେ ଫଳରେ ନଦୀ ର ଜଳ ସ୍ତର କମିଥିଲା । ଯାହା କି ୩ ଖଣ୍ଡ ଗ୍ରାମବାସୀ ବିପଦ ସଂକୁଳ ଅବସ୍ଥାରେ ଛୋଟ ଛୋଟ ପିଲା ମାନଙ୍କୁ ଧରି ନଦୀ ପାର ହୋଇ ଖାଉଟି ସାମଗ୍ରୀ ଆଣିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଛନ୍ତି । ୧୦ ଦିନ ଧରି ଗାଁରେ ଖାଇବା, ରହିବା ଓ ବିଜୁଳି ଭଳି ସମସ୍ୟା ରେ ଜୀବନ ଅତିବାହିତ କରିଥିଲେ । ଏଭଳି ଦୁର୍ଦ୍ଦଶା ପରିସ୍ଥିତିରେ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନ ଓ ମନ୍ତ୍ରୀଙ୍କ ପାଖରେ ଅଭିଯୋଗ ଜଣାଇ ଆସୁଛନ୍ତି ତଥାପି କୌଣସି ସମାଧାନ ହେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯଦି ସରକାର ଏହି ତିନି ଖଣ୍ଡ ଗ୍ରାମବାସୀ ଙ୍କ ପାଇଁ ଭଲ ସଡ଼କ ସହ ଏକ ପୋଲ ନିର୍ମାଣ କରିବେ ତା ହେଲେ ଏହି ତିନିଖଣ୍ଡ ଗ୍ରାମବାସୀ ଉପକୃତ ହୋଇ ପାରିବେ ବୋଲି ଆଶା ରଖିଛନ୍ତି ।
No Result
View All Result