ଓଡିଶା ତାଜା ନ୍ୟୁଜ୍ (୨୫ ମଇ, ସୋମବାର) ଏବେ ୨୮ ନୁହେଁ ୧୪ ଦିନ :- ରାଜ୍ୟର ପ୍ରାୟ ସଂକ୍ରମିତ କ୍ୱାରେଣ୍ଟଇନ ସେଣ୍ଟରରୁ ବାହାରିଛନ୍ତି । ରାଜ୍ୟରେ ବଦଳିଲା କ୍ୱାରେଣ୍ଟଇନ ନିୟମ । ଏଣିକି ୨୮ ଦିନିଆ ବଦଳରେ ୧୪ ଦିନ ପାଇଁ ରହିବାକୁ ପଡିବ ସଂଗରୋଧରେ । ଉଭୟ ଗ୍ରାମାଂଚଳ ଓ ସହରାଂଚଳ ପାଇଁ ଏହି ୧୪ ଦିନିଆ କ୍ୱାରେଣ୍ଟଇନ ରହିବା ନିୟମ ଲାଗୁ ହୋଇଛି । ରାଜ୍ୟକୁ ଆସୁଥିବା ପ୍ରବାସୀଙ୍କ ପାଇଁ ଏଥର ୧୪ ଦିନିଆ ସଂଗରୋଧ ରହିବା ନିୟମ କରାଯାଇଛି । କିନ୍ତୁ ଗ୍ରାମାଂଚଳକୁ ଆସୁଥିବା ପ୍ରବାସୀଙ୍କ ପାଇଁ ଏହି କ୍ୱାରେଣ୍ଟଇନ ନିୟମରେ ପରିବର୍ତନ ହୋଇଛି ।
ଏମାନେ ୧୪ ଦିନ ପାଇଁ କ୍ୱାରେଂଟିନରେ ରହିବେ । ସହରାଂଚଳକୁ କୌଣସି ପ୍ରବାସୀ ଆସୁଥିଲେ ତାଙ୍କୁ ୧୪ ଦିନ ପାଇଁ ସରକାରୀ କ୍ୱାରେଂଟିନ ସେଂଟରରେ ରହିବାକୁ ପଡିବ । ପ୍ରଥମ ୭ ଦିନ ସରକାରୀ କେନ୍ଦ୍ରରେ ରହିବେ । ଲକ୍ଷଣ ନଥିଲେ ଅନ୍ୟ ୭ ଦିନ ହୋମ କ୍ୱାରେଂଟାଇନରେ ରହିବେ । ଏ ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । କର୍ତ୍ତୃପକ୍ଷ ଆବଶ୍ୟକ ମଣିଲେ କ୍ୱାରେଣ୍ଟାଇନ୍ ଅବଧି ବଢ଼ାଇବେ । ସରପଞ୍ଚ ଓ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଏହାର ତଦାରଖ କରିବେ । ସେହିପରି ୩ ଦିନ ଭିତରେ ରାଜ୍ୟ ବାହାରକୁ ଯାଇ ଫେରିଲେ କ୍ୱାରେଂଟାଇନ ନିୟମ ଲାଗୁ ହେବନି । ଯେଉଁମାନେ ଓଡିଶା ଫେରିବାକୁ ଚାହୁଁଛନ୍ତି ସେମାନେ ପଞ୍ଜିକରଣ କରି ସରକାରଙ୍କୁ ଜଣାଇ ଆସନ୍ତୁ ।
odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com