No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ଅଗଷ୍ଟ ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଳ ବିଭିଜିକା ସମ୍ମିଳନୀ କକ୍ଷ ଠାରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ପ୍ରଭା”ନେତୃତ୍ୱରେ ମାନସିକ ସ୍ବାସ୍ଥ୍ୟ ଏବଂ ମନୋ ସାମାଜିକ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି ଏହି କାର୍ଯ୍ୟକ୍ରମ ଟି ଭୁବେଶ୍ବରର ପିକକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏବଂ ଓଡ଼ିଶା ଶିଶୁସୁ ରକ୍ଷାଆୟୋ ଗଙ୍କ ସହୋଜଯୋଗରେ ଆୟୋଜିତ ହୋଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଭାରପ୍ରପ୍ତ ଅଧ୍ୟକ୍ଷ ଅଳକା ସାହୁ ଏବଂଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ l ପ୍ରଭାର ସମ୍ପାଦକ ଆତଡା ଆପାରାଓ କାର୍ଯ୍ୟକ୍ରମରଆଭିମୁଖ୍ୟ ନେଇ ବିସ୍ତ୍ରୁତ ଭାବେ ବର୍ଣ୍ଣନା କରିଥିଲେ l ଭୁବେଶ୍ବରସ୍ଥିତ ପିକକ୍ ସ୍ବେଛସେବୀ ସଂଗଠନ ପକ୍ଷରୁ ଯୋଗ ଦେଇଥିବା ପ୍ରଶିକ୍ଷକ ଶ୍ରୀମତୀ ଶୀତଲ ପଟ୍ଟନାୟକ ବିଭିନ୍ନ ପରିସ୍ଥିତିରେ ଉଦ୍ଧାର ହୋଇ ଆସୁଥିବା ଶିଶୁ ମାନଙ୍କର ମନକୁ ବୁଝି ସେମାନଙ୍କୁ କିପରି ଯତ୍ନ ଓ ସୁରକ୍ଷା ଦିଆଯାଇ ପାରିବ ଏବଂ ସେମାନଙ୍କର ଭବିଷ୍ୟତ ଉପରେ ଧ୍ୟାନ ଦିଆ ଯାଇପାରିବ ତାକୁ ନେଇ ୪ଘଣ୍ଟା ଧରି ବିସ୍ତୃତ ଭାବରେ ବୁଝାଇଥିଲେ l
ଜିଲ୍ଲା ଶିଶୁ ମଙ୍ଗଳର ଅଧକ୍ଷା ଅଳକା ସାହୁ କହିଥିଲେ ଯେ ମୁଖ୍ୟତଃ ସାଧାରଣତଃ ଯୌନ ନିର୍ଯ୍ୟାତନା ଶିଶୁ ଆସିଲେ ସେମାନଙ୍କୁ ବୁଝାଇ ଶିଶୁଯତ୍ନ ଅନୁଷ୍ଠାନରେ ଯତ୍ନ ଓ ସେମାନଙ୍କୁ ସୁରକ୍ଷା ଏକଚାଲେଞ୍ଜ ବୋଲି ମତବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ, ଜିଲ୍ଲା ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ର ପରାମର୍ଶଦାତା, ମନସିତ୍ୱବିତସ୍ବେଚ୍ଛସେବୀ ସଂଗଠନର କର୍ମକର୍ତ୍ତା ଶିକ୍ଷକ ବିଆରସିସି, ସି ଆର ସି ସି, ଜିଲ୍ଲା ୱାନଷ୍ଟପସେଣ୍ଟରର ଅଧକ୍ଷା ଭାଗ୍ୟଲକ୍ଷ୍ମି ନାୟକ, ଚାଇଲ୍ଡ ଲାଇନ ରତତ୍ ସଭ୍ୟ, ଶିଶୁ ଯତ୍ନଓ ସୁରକ୍ଷା କରୁଥିବା ଅନୁଷ୍ଠାନର ପରାମର୍ଶ ଦାତା ପ୍ରମୁଖ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେଏକ୍ସନ ଏଇଡର ଜିଲ୍ଲା ସଂଯୋଜକ ବିକାଶ କୁମାର ମେହେର , ୟୁଏନଏଫ୍ ପିଏ ର ଜିଲ୍ଲା ସଂଯୋଜକ ସଂଯୁକ୍ତା ତ୍ରିପାଠୀ , ଚାଇଲ୍ଡ ଲାଇନ ର ଜିଲ୍ଲା ସଂଯୋଜକ ନାଗେଶ୍ଵର ଚୌଧୁରୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ପରାମର୍ଶଦାତା ଡି.ମଲ୍ଲିକ, ଅରୁଣା ସ୍ବେଛସେବୀ ସଙ୍ଗଠନ ର ଜିଲ୍ଲା ସଂଯୋଜିକା ସୁଶ୍ରୀ ସସ୍ମିତା ଭୋଇ ପ୍ରୁମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ

No Result
View All Result