ଓଡିଶା ତାଜା ନ୍ୟୁଜ୍ ( ୨୪ ମଇ, ରବିବାର ) ମାହାଙ୍ଗା ତହସିଲ :- କଟକ ଜିଲ୍ଲା ମାହାଙ୍ଗା ତହସିଲ ଅଂଚଳରେ ଦିନକୁଦିନ ବଢିଚାଲିଛି ବେଆଇନ ମାଟି ଚାଲାଣ ଓ ଗଛ କଟା, ମାଫିଆ ମାନେ ଦିନଦ୍ଵିପ୍ରହରରେ ବେଆଇନ ଭାବେ ସରକାରୀ ଜମିରୁ ମାଟି ତାଡି ନେବ ସହ ବଡ଼ ବଡ଼ ମୂଲ୍ୟବାନ ଗଛ କାଟି ନେଉଥିବାବେଳେ ତହସିଲ ପ୍ରଶାସନ ଜାଣିଶୁଣି ଚୁପ ହୋଇ ବସିଛି, ବେଆଇନ କାର୍ଯ୍ୟନେଇ ତହସିଲ ପ୍ରଶାସନ କୁ ଖବର ଦେଲେବି ହେଉନି କାର୍ଯ୍ୟାନୁଷ୍ଠାନ, କୋଭିଡ ଆଳ ଦେଖାଇ ବାହାନା କରୁଛନ୍ତି ଅଧିକାରୀ ମାନେ,
ମୋଟା ରକମର ଅଙ୍କ ନେଇ ପ୍ରଶୟ ଦେଉଛନ୍ତି ବେଆଇନ ମାଟି ବାଲି ଓ କାଠ ଚାଲାଣକୁ, ଆଜି ରବିବାର ଛୁଟିଦିନରେ ମାହାଙ୍ଗାରେ ବିଭିନ୍ନ ସ୍ଥାନରେ ସରକାରୀ ମାଟି ଲୁଟ ଠାରୁ ଆରମ୍ଭ କରି ଗୋଚର ଓ ଗ୍ରାମ୍ୟ ଜଙ୍ଗଲରୁ ଗଛ କାଟି ହେଉଥିଲା ଚାଲାଣ, ଏଥିନେଇ ତହସିଲ ପ୍ରଶାସନ କୁ ଖବରବି ଦିଆଯାଇଥିଲା, ହେଲେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାତ ଦୂରର କଥା ଏହାକୁ କର୍ଣପାତ ବି କରିନଥିଲେ, ଶେଷରେ ସୋସିଆଲ ମିଡିଆରେ ଖବର ଭାଇରାଲ ହୋଇଥିଲା, ଏଥିରୁ ସୂଚନା ପାଇ ମାହାଙ୍ଗା ଆଇଆଇସି ରଞ୍ଜନ କୁମାର ପ୍ରଧାନ ତପ୍ତରତା ଦେଖାଇବା ସହ ଚଢ଼ାଉ କରି ଲକ୍ଷାଧିକ ମୂଲ୍ୟର ଚୋରାକାଠ ଜବତ କରିଚନ୍ତି, ମାହାଙ୍ଗା ହଳଦିଆ ନିକଟ କେନାଲ ବନ୍ଧ କଡ଼ରୁ ପୋଲିସ ଜବତ କଲା ମୂଲ୍ୟବାନ ଆକାଶୀ କାଠ,
ପୋଲିସ ଯାଉଥିବା ଜାଣି ଭୟରେ ଚୋରା କାଠକୁ ଅଧା ରାସ୍ତାରେ ଅନଲୋଡ଼ କରି ଟ୍ରାକଟର ଫେରାର ହୋଇଗଲା, ଇଟାମୁଣ୍ଡଳୀ ଝଡ଼େଶ୍ୱର ପୁର ଗ୍ରାମ୍ୟ ଜଙ୍ଗଲରୁ ବେଆଇନ ଭାବେ ଗଛ କାଟି ହେଉଥିଲା ଚାଲାଣ, ସ୍ଥାନୀୟ ଅଂଚଳର ପ୍ରଭାବଶାଳୀ ବ୍ୟକ୍ତି ଏହି ଗଛକୁ କାଟି ଚାଲାଣ କରୁଥିଲେ, ଏଥିରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କ ଭୂମିକାକୁ ନେଇ ପ୍ରଶ୍ନ, ତାଙ୍କ ଜାଣତ ରେ କଟାହେଉଥିଲା ଗଛ, ଗଛକାଟିବାକୁ ନେଇଥିଲେ ମୋଟା ରକମର ଅଙ୍କ, ଗଛକାଟିଥିବା ମାଫିଆକୁ ଗିରଫ କରିବାକୁ ସ୍ଥାନୀୟ ଜନସାଧାରଙ୍କର ଦାବୀ କରିଚନ୍ତି, ( ମାହାଙ୍ଗା,/ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ )
odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com