No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ରବିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୁମ୍ମା ପଞ୍ଚାୟତ ସମିତିର ସଦଭାବନା ସଭାଗୃହ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖ ସାହୁ, ଜିଲ୍ଲା ପରିଷଦ ସଭ୍ୟା ରେଣୁକାପାତ୍ର,ଉପାଧ୍ୟକ୍ଷ ଶ୍ରୀନିବାସ ରାଓ,ଗୋଷ୍ଠି ଉନ୍ନୟନ ଅଧିକାରୀ,ଭାସ୍କର ଚନ୍ଦ୍ର ସାହୁ,ବିଧାୟକ ପ୍ରତିନିଧି କୃଷ୍ଣଚନ୍ଦ୍ର ବିଶୋଇ,ଏଇସିଦ୍ଧାର୍ଥଶଙ୍କରତ୍ରିପାଠୀ, ଏମଓଆଇସି ଡ଼ଃ ଚିନ୍ମମୟ ଓ ଭାରପ୍ରାପ୍ତ ସଂପ୍ରସାରଣ ଅଧିକାରୀ ବି ଶଙ୍କର ରାଓ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପୁଷ୍ପଗଛ ଦେଇ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରଥମେ ଗ୍ରାମ ପଞ୍ଚୟତ ସଂପ୍ରସାରଣ ଅଧିକାରୀ ଶ୍ରୀ ବି ଶଙ୍କର ପୂର୍ବ ବୈଠକ ର ବିବରଣି ପାଠକରି ଶୁଣାଇଥିଲେ ଏଥିସହ ସ୍ଵଚ୍ଛଭାରତ, ପାନୀୟଜଳ ଯୋଗାଣ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା,
ସାମାଜିକ ସୁରକ୍ଷା,ମହିଳା ଓଶିଶୁବିକାଶ, ମନରେଗା ଯୋଜନା, ପଞ୍ଚଦଶ ଅର୍ଥ କମିଶନ ଓ ପଞ୍ଚଦଶ ଅର୍ଥ କମିଶନ, ଓଡ଼ିଶା ଜୀବିକା ମିଶନ ଯୋଜନା, ଖାଦ୍ୟସୁରକ୍ଷା,ସ୍ୱାସ୍ଥ୍ୟ,ଶିକ୍ଷା,କୃଷୀ,ଗ୍ରାମୀୟ ଉନ୍ନୟନ,ପୂର୍ତ୍ତବିଭାଗ,କୃଷି ଉଦ୍ୟାନ ଯୋଜନା, ପଶୁସମ୍ପଦ, ଶିଶୁସୁରକ୍ଷା,ଉନ୍ନୟନ କାର୍ଯ୍ୟ ଓ ଜନସାଧାରଣଙ୍କ ଅଭିଯୋଗ ଭଳି ଅନ୍ୟାନ୍ୟ ସମସ୍ତ ବିଷୟରେ ପୁଙ୍ଖାନୁ ପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା । ଅଧ୍ୟକ୍ଷା ଶ୍ରୀ ମଣ୍ଡଳ ସ୍ୱାସ୍ଥ୍ୟ ସେବାରେ ବହୁ ଅବହେଳିତ ହେଉଥିବାରୁ ଏହାରସମାଧାନ ନକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ସାଧାରଣ ଲୋକଙ୍କ ଟଙ୍କାରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀ ମାନେ ଅବହେଳିତ ଭାବେ କାର୍ଯ୍ୟ କରୁଥିବା ଯୋଗୁଁ ବହୁ ଉନ୍ନୟନ ପ୍ରକଳ୍ପ ପଛରେ ପଡ଼ିଛି ତେଣୁ କାମ କରିବାକୁ ଇଛା କରୁନଥିବା କର୍ମଚାରୀ ମାନଙ୍କୁ ତାଗିଦ କରିଥିଲେ ଶ୍ରୀ ସାହୁ । ଅନେକ ଗ୍ରାମ ମାନଙ୍କରେ ପାନୀୟ ଜଳ ସମସ୍ୟା ସମ୍ପର୍କରେ ନବନିର୍ବାଚିତ ଜିବା, ଝାମି,ଗୁମ୍ମା ଓ ପରିଡ଼ା ପ୍ରତିନିଧିମାନେ ଗୃହରେ ଅଭିଯୋଗ କରିଥିଲେ । ଏହି ବୈଠକରେ ୨୦ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ,ଗ୍ରାମ ସେବକ ଏବଂ ସମସ୍ତ ଲାଇନ ଡିପାର୍ମେଣ୍ଟ ଉପସ୍ଥିତ ଥିଲେ । ଜିପିଇଓ ବି ଶଙ୍କର ରାଓ ବୈଠକକୁ ପରିଚାଳନା କରିବା ସହିତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

No Result
View All Result