No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ରବିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକର ସଦର ମହକୁମା ମୋହନା ସ୍ଥିତ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆଜି ମୋହନା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପଞ୍ଚାୟତ ଏବଂ କର୍ମକର୍ତ୍ତା କର୍ମଶାଳା କୁ ଆଜି ଓଡ଼ିଶାର ଖାଉଟି କଲ୍ୟାଣ ମନ୍ତ୍ରୀ ତଥା ଗଜପତି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଉଦଘାଟନ କରିଥିଲେ । ଏହା ସହ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ ଏହି କର୍ମଶାଳା ରେ ସଭାପତିତ୍ୱ କରିଥିଲେ ତତ ସଙ୍ଗେ ସଙ୍ଗେ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ।
ଏହି କର୍ମୀ ସମ୍ମିଳନୀ ଗତ ତ୍ରି-ସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନ ପରେ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ମନ୍ତ୍ରୀ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ସ୍ୱାଗତ କରିବା ସହ ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ବୁଝାଇ ଆଗାମୀ ସାଧାରଣ ନିର୍ବାଚନରେ ନିଜର କର୍ତ୍ତବ୍ୟ ସୁଚାରୁରୂପେ ସମ୍ପାଦନ ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ସମସ୍ତ ଯୋଜନା ଯେପରି ଗାଁ ଗାଁ ରେ ପହଂଚିବ ତଦାରଖ ସହ ଲୋକଙ୍କ ନିକଟକୁ ଯାଇ କାର୍ଯ୍ୟ କରିବା ନିମନ୍ତେ ଗୁରୁମନ୍ତ୍ର ଦେଇଥିଲେ । ରହି କର୍ମୀ ଏବଂ ପଞ୍ଚାୟତ ପ୍ରତିନିଧି କାର୍ମଶାଳା ରେ ମୋହନା, ଆର. ଉଦୟଗିରି, ନୂଆଗଡ଼ ରାୟଗଡ ବ୍ଲକର ଶତାଧିକ କର୍ମୀ ଓ ପ୍ରତିନିଧି ଯୋଗ ଦେଇଥିଲେ ।
ଏହି କର୍ମଶାଳା ରେ ମୋହନା ବ୍ଲକର ରାଜୀବ ମଲ୍ଲିକ, ମୋହନା ପଞ୍ଚାୟତ ସରପଞ୍ଚ ସୁନିତା ମଲ୍ଲିକ, ମୋହନା ଗ୍ରାମ ମୁଖିଆ ପ୍ରତାପ ଚନ୍ଦ୍ର ପାତ୍ର ଙ୍କ ସମେତ ନୂଆଗଡ଼ ଏବଂ ଆର. ଉଦୟଗିରି ବ୍ଲକରୁ ଆସିଥିବା ବିଭିନ୍ନ ଦଳର ନେତା ଓ କର୍ମୀ ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡି ରେ ଯୋଗ ଦେଇଥିଲେ । ମାନ୍ୟବର ସାଂସଦ ଚନ୍ଦ୍ର ଶେଖର ସାହୁ ସମସ୍ତ ଉପସ୍ଥିତ ଥିବା କର୍ମୀ ଓ ପ୍ରତିନିଧିଙ୍କୁ ଯତ୍ନବାନ ହୋଇ ଲୋକଙ୍କ କାର୍ଯ୍ୟ ସମ୍ପାଦନ କରିବାକୁ ଉପଦେଶ ଦେଇଥିଲେ । ଜିଲ୍ଲା ବିଜେଡିର ବରିଷ୍ଟ ନେତା ତଥା ହାଇଟେକ ଗ୍ରୁପ ଅଧ୍ୟକ୍ଷ ଡାକ୍ତର ତିରୁପତି ପାଣିଗ୍ରାହୀ ଦଳର ଆଭ୍ୟନ୍ତରୀଣ ବ୍ୟାପାର ସମ୍ପର୍କରେ କହିବା ସହ ନିଜ ଅନୁଷ୍ଠାନରେ ଏହି ଅଂଚଳରେ ଥିବା ଗରୀବ ଛାତ୍ର ଛାତ୍ରୀ ଙ୍କୁ ଇଞ୍ଜିନିୟର ବିଭାଗରେ ମାଗଣା ଶିକ୍ଷା ପ୍ରଦାନ ବ୍ୟବସ୍ତା କରିବେ ବୋଲି ଘୋଷଣା କରିଥିଲେ ।
ଏହାସହ ଏହି ସମ୍ମିଳନୀରେ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଙ୍କ ସମେତ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ।ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଂସଦ ପ୍ରତିନିଧି ଜଗବନ୍ଧୁ ଦାସ, ଭାସ୍କର ସାହୁ, ଖଦି ବୋର୍ଡ଼ ସଭ୍ୟ ପୃଥୀବିରାଜ, ସୁର ମହାପାତ୍ର, ଏମ. ଜଗଦୀଶ ରାଓ, ବସନ୍ତ ଦାସ, ପୁର୍ନବାସୀ ନାୟକ, ଅନ୍ତର୍ଯ୍ୟାମୀ ଗମାଙ୍ଗ, ଏସ. ଲିଙ୍ଗରାଜ, ଲଷ୍ମୀ ନାରାୟଣ ଶବର, କୁନ୍ତଳା ମଲ୍ଲିକ, ଯମୁନା ମଲ୍ଲିକ, ନର୍ମଦା ଦଳାଇ, ଦଣ୍ଡାସି ସାହୁ, ହାଡ଼ିଆ କନ୍ଧ, ଭୀମ ପାଇକ, ରୂପେଶ ପାଣିଗ୍ରାହୀ, ବାଲ୍ମୀନା ଅଧିକାରୀ ପ୍ରମୁଖ ନେତା ଓ ନେତ୍ରୀ ମାନେ ଯୋଗ ଦେଇ କର୍ମଶାଳା ର ଉଦେଶ୍ୟ ସମ୍ପର୍କରେ ବୁଝାଇଥିଲେ ।
No Result
View All Result