• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଜପତି ଜିଲ୍ଲା କାଶୀନଗର ଠାରେ ସ୍ବର୍ଗତ କବିରାଜ ସତ୍ୟ ନାରାୟଣ ପାତ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
August 21, 2022
in ଓଡ଼ିଶା, ଗଜପତି, ହୋମ୍
0
ଗଜପତି ଜିଲ୍ଲା କାଶୀନଗର ଠାରେ ସ୍ବର୍ଗତ କବିରାଜ ସତ୍ୟ ନାରାୟଣ ପାତ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୦ ଅଗଷ୍ଟ ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନଗର ସ୍ଥିତ ସ୍ୱାସ୍ଥ୍ୟ ବିଳାସ ଫାର୍ମାସୀ ପରିସରରେ ଫାର୍ମାସୀ ପକ୍ଷରୁ ଅବିଭକ୍ତ ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାର ଆୟୁର୍ବେଦ ଚିକିତ୍ସା ବିଶାରଦ ସ୍ବର୍ଗତ କବିରାଜ ସତ୍ୟ ନାରାୟଣ ପାତ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଅନନ୍ତମୁଖି ଭାଗବତ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅନନ୍ତମୁଖି ଭାଗବତ ପାରାୟଣ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଓ କାଶୀନଗର ଅଞ୍ଚଳର ବହୁ ମଠାଧୀଶ ଯୋଗ ଦେଇଥିବା ବେଳେ ଏଥିରେ ସଂପୃକ୍ତ ଅଞ୍ଚଳର ନିମନ୍ତ୍ରିତ ହୋଇ ଆସିଥିବା ୨୦ ରୁ ୨୫ ଜଣ ବ୍ରାହ୍ମଣ ଯୋଗଦେଇ ବିଷ୍ଣୁ ସହଶ୍ରା ନାମ ଓ ଗୋପାଳ ସହଶ୍ରା ନାମ ପାଠ କରିଥିଲେ ଏବଂ ଶେଷରେ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମରେ ସାମିଲ ଥିଲେ ।

ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଓ କାଶୀନଗର ଅଞ୍ଚଳର ଯୋଗ ଦେଇଥିବା ମଠାଧୀଶ ମାନେ ହେଲେ କାଶୀନଗର ଜଗନ୍ନାଥ ମଠର ମଠାଧୀଶ ମହନ୍ତ ମହାରାଜ ଶ୍ରୀ ପଦ୍ମଚରଣ ଦାସଜୀ , ପାରଳାଖେମୁଣ୍ଡି ଦେବୀ ମଠର ମଠାଧୀଶ ମହନ୍ତ ମହାରାଜ ଶ୍ରୀ ସୀତାରାମ ଦାସଜୀ ଏବଂ ମହନ୍ତ ମହାରାଜ ଶ୍ରୀ ରାମାନନ୍ଦ ଦାସଜୀ , ନୃସିଂହନାଥ ମଠର ମଠାଧୀଶ ମହନ୍ତ ମହାରାଜ ଶ୍ରୀ ମଧୁସୂଦନ ଦାସଜୀ , ଚାଙ୍ଗୁଡ଼ି ମଠର ମଠାଧୀଶ ମହନ୍ତ ମହାରାଜ ଶ୍ରୀ ରାମ କିଶୋର ଦାସଜୀ ଏବଂ କେରାଣ୍ଡି ମଠର ମଠାଧୀଶ ମହନ୍ତ ମହାରାଜ ଶ୍ରୀ ଦାମୋଦର ଦାସଜୀ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ସମସ୍ତଙ୍କୁ ମାର୍ଗଦର୍ଶନ ଦେଇଥିଲେ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଳାସ ଫାର୍ମାସୀ ପକ୍ଷରୁ ମଠାଧୀଶ ମାନଙ୍କୁ ସାଧୁ ସେବା ସହ ମଠାବସ୍ତ୍ର ପ୍ରଦାନ କରା ଯାଇଥିବା ବେଳେ ଭାଗବତ ପାରାୟଣ ପାଠ କରିଥିବା ବ୍ରାହ୍ମଣ ମାନଙ୍କୁ ମଧ୍ୟ ବ୍ରାହ୍ମଣ ସେବା ସହ ମଠାବସ୍ତ୍ର ପ୍ରଦାନ କରା ଯାଇଥିଲା ।

ଏହି କାର୍ଯ୍ୟକ୍ରମ ଅବସରରେ ସ୍ୱାସ୍ଥ୍ୟ ବିଳାସ ଫାର୍ମାସୀ ପକ୍ଷରୁ କାଶୀନଗର ସ୍ଥିତ ଜଗନ୍ନାଥ ମଠର ନିର୍ମାଣାଧୀନ କାର୍ଯ୍ୟ ଆଗେଇ ନେବାପାଇଁ ମଠର ମଠାଧୀଶ ମହନ୍ତ ମହାରାଜ ଶ୍ରୀ ପଦ୍ମଚରଣ ଦାସଜୀଙ୍କୁ ଫାର୍ମାସୀର କବିରାଜ ଡ଼ାଃ ରାମନାଥ ପାତ୍ର ଓ ଗବେଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ଵାରା ୫୦ ହଜାର ଟଙ୍କା ପ୍ରଦାନ କରା ଯାଇଥିଲା । ଶେଷରେ ସମସ୍ତଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶ୍ରୀ ହୃଷୀକେଶ ଗୌଡ ଓ କବିରାଜ ଡ଼ାଃ କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ସମ୍ଭର୍ଦ୍ଧିତ କରା ଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ , ସ୍ବର୍ଗତ କବିରାଜ ସତ୍ୟ ନାରାୟଣ ପାତ୍ର , ୧୯୨୨ ଅଗଷ୍ଟ ୧୫ ତାରିଖ ଦିନ କାଶୀନଗର ସ୍ଥିତ ବ୍ରାହ୍ମଣ ସାହିରେ ପିତା ଗୋପୀନାଥ ପାତ୍ର ଓ ମାତା ଆଲ୍ଲାଦିନିଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ ।

ସ୍ବର୍ଗତ କବିରାଜ ପାତ୍ର କାଶୀନଗର ଠାରେ ଥିବା ଓଡ଼ିଶାର ସୁନାମ ଧନ୍ୟ ଆୟୁର୍ବେଦ ଅନୁଷ୍ଠାନ “ସ୍ୱାସ୍ଥ୍ୟ ବିଳାସ ଫାର୍ମାସୀ”ର ପ୍ରତିଷ୍ଠାତା ଏବଂ ସ୍ୱାସ୍ଥ୍ୟ ବିଳାସ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଥିଲେ ।ଅନ୍ୟପକ୍ଷରେ ସ୍ବର୍ଗତ କବିରାଜ ପାତ୍ର ଏକାଧାରାରେଜଣେ ସମାଜସେବୀ , ସାହିତ୍ୟିକ , ସାମ୍ବାଦିକ , ପରୋପକାରୀ , ଅମାୟିକ , ମିଷ୍ଟଭାଷୀ ଓ ସ୍ଵାଧୀନତା ସଂଗ୍ରାମୀ ବ୍ୟକ୍ତିତ୍ଵ ଥିଲେତାଙ୍କର ଯଶକୀର୍ତ୍ତି ସମାଜସେବା ଓ ଚିକିତ୍ସା ସେବା ଜନ ମାନସରେ ଚୀର ସ୍ମରଣୀୟ ହୋଇ ରହିବ । ସ୍ବର୍ଗତ କବିରାଜ ସତ୍ୟନାରାୟଣ ପାତ୍ର ୨୦୦୦ ମସିହା ମଇ ୨୧ ତାରିଖ ଦିନ ୭୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିଲେ ।ଏହି ସମସ୍ତ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ବିଳାସ ଫାର୍ମାସୀର କବିରାଜ ଡ଼ାଃ ରାମନାଥ ପାତ୍ରଙ୍କ ସମେତ ଶ୍ରୀ ରାଧାନାଥ ପାତ୍ର , ରମାକାନ୍ତ ପାତ୍ର ଏବଂ ନଳିନୀ କାନ୍ତ ପାତ୍ର ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026
ହୋଟେଲ ଓ ଫ୍ଲାଟର ବର୍ଜ୍ୟଜଳ ମଙ୍ଗଳା ନଦୀରେ ମିଶୁଛି ଡ୍ରେନଜ ଓ ଜଳସମ୍ପଦ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ

ହୋଟେଲ ଓ ଫ୍ଲାଟର ବର୍ଜ୍ୟଜଳ ମଙ୍ଗଳା ନଦୀରେ ମିଶୁଛି ଡ୍ରେନଜ ଓ ଜଳସମ୍ପଦ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ

May 11, 2026
ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ

ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version