No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଅଗଷ୍ଟ ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରୁ ଦୁଇଜଣଙ୍କୁ ବିଜୁ ଜନତା ଦଳ ପକ୍ଷରୁ ବିଜୁ ଯୁବ ଜନତା ଦଳର କର୍ମ କର୍ତ୍ତା ଭାବେ ନିଯୁକ୍ତି ଦିଆଯାଇ ଥିବା ନେଇ ବିଜୁ ଜନତା ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ଅତ୍ୟୁନ ସବ୍ୟସାଚୀ ସୂଚନା ଦେଇଛନ୍ତି l ସେଦୁହେଁ ହେଲେ ଗଜପତି ଜିଲ୍ଲା ଯୁବ ବିଜୁଜନତା ଦଳର ବର୍ତ୍ତମାନ ସଭାପତି ଥିବା ଏସ.ଲିଙ୍ଗରାଜ ପୁଣି ତୃତୀୟ ଥର ପାଇଁ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ସେହିଭଳି ବର୍ତ୍ତମାନ ବିଜୁ ଯୁବ ଜନତା ଦଳର ଯୁଗ୍ମ ସମ୍ପାଦକ ଥିବା ଦେବୀ ପ୍ରସାଦ ଦାସ ଦିତୀୟ ଥର ପାଇଁ ରାଜ୍ୟ ଯୁଗ୍ମ ସମ୍ପାଦକ ଭାବରେ ମନୋନୀତ ହୋଇଛନ୍ତି l
ଏମାନଙ୍କ ନାମ ଘୋଷଣା ହେଲାପରେ ବିଜୁ ଜନତା ଦଳର ସମର୍ଥକ ମାନଙ୍କ ଗହଣରେ କଲେଜ ଛକ ଠାରେ ଥିବା ବିଜୁବାବୁଙ୍କର ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ଆର୍ଶୀବାଦ ନେଇଥିଲେ l ଏମାନଙ୍କ ସହ ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ, ଲକ୍ଷ୍ମୀକାନ୍ତ ପରିଛା ଅଶୋକ ଶବର (ମଣ୍ଟୁ), କାଉନସିଲର ନାରାୟଣ ବେହେରା, ଜାମିନଦାର ପଟ୍ଟନାୟକ ପୂର୍ବତନ କାଉନସିଲର ପ୍ରଶାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ରହି ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥଲେ

No Result
View All Result