ଓଡ଼ିଶା ତାଜା ନ୍ୟୁଜ (୧୯ ଅଗଷ୍ଟ ଶୁକ୍ରବାର ) ଖୋର୍ଦ୍ଧା-ଜଟଣୀ :- ବାଦାନ୍ୟତା ଦେଖାଇଲେ ଜଟଣୀ ବିଜେଡ଼ି ନେତା ଓ କର୍ମୀ. ଆଜି ଜଟଣୀ ବ୍ଲକ ଅନ୍ତର୍ଗତ ପଧାନ ପଞ୍ଚାୟତ ସ୍ଥିତ ଉର୍ବସି ଆପାର୍ଟଣ୍ଟରେ ରହୁଥିବା ଦିବ୍ୟଜ୍ୟୋତି ଜେନା ନାମ୍ନୀ ଗର୍ଭବତୀ ମହିଳା ସମ୍ଭାବ୍ୟ ପ୍ରସବ ବେଦନାରେ ଅତ୍ୟନ୍ତ କଷ୍ଟ ପାଉଥିବା ବେଳେ ଆପାର୍ଟମେଣ୍ଟ ଅଞ୍ଚଳରେ ୬ ପୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବା ଯୋଗୁଁ ଆପାର୍ଟମେଣ୍ଟ ପର୍ଯ୍ୟନ୍ତ କୌଣସି ଯାନବାହନ ଯିବା ସମ୍ଭବ ନ’ଥିଲା,
କୌଣସି ସୂତ୍ରରୁ ଖବର ପାଇ ବିଜେଡ଼ି ଜିଲ୍ଲା ସଭାପତି ବିଭୁତି ବଳବନ୍ତରାୟ ଦଳୀୟ କର୍ମୀଙ୍କୁ ଉର୍ବସି ଆପାର୍ଟମେଣ୍ଟକୁ ପଠାଇଥିଲେ । ନେତାଙ୍କ ଆଦେଶ ପାଇ ହେମନ୍ତ ମହାପାତ୍ର,ଅନିଲ ପାଇକରାୟ, ସ୍ମୃତି ରଞ୍ଜନ ପ୍ରଧାନ, ହୃଦାନନ୍ଦ ବାରିକ ଓ କୃଷ୍ଣ ବେହେରା ପ୍ରମୁଖ ପହଞ୍ଚି ସମ୍ପୃକ୍ତ ମହିଳାଙ୍କୁ ଏକ ଟ୍ରାକ୍ଟର ଯୋଗେ ମୁଖ୍ୟ ରାସ୍ତାକୁ ଆଣି ଡାକ୍ତରଖାନାକୁ ପଠାଇ ଥିଲେ । ବିଜେଡି ନେତା ଓ କର୍ମୀଙ୍କ ଏଭଳି ବଦାନ୍ୟତାକୁ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି ।













