No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ଅଗଷ୍ଟ ବୁଧବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଖାଲମଡା ଗ୍ରାମ ରେ ଥିବା ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ଖିଲାର ଙ୍କ ଶ୍ରାଦ୍ଧ ଦିବସ ଗ୍ରାମ ରେ ଥିବା ବିଦ୍ୟାଳୟରେ ପାଳିତ ହୋଇ ଯାଇଛି । ନୂଆଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମ ଲୋଚନ ପରିଡ଼ା ,ସ୍ଵର୍ଗତ ଆନନ୍ଦ ଚନ୍ଦ୍ର ଖିଲାର ଙ୍କ ସୁପୁତ୍ର ଶ୍ରୀଧର ବେହେରା,ପ୍ରଧାନ ଶିକ୍ଷକ ଅରୁଣ କୁମାର ପ୍ରଧାନ,ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ସ୍ବାଇଁ,କୁଳମଣି ନାୟକ,ଶରତ କୁମାର ସାହୁ,ସୋମନାଥ ପରିଡ଼ା,ସୁଧି ରଞ୍ଜନ ପରିଡ଼ା,
ସୁଦାମ ମଲ୍ଲିକ ଏବଂ ଜ୍ୟୋତ୍ସ୍ନା ରାଣୀ ନାୟକ ପ୍ରମୁଖ ସ୍ଵର୍ଗତ ଆନନ୍ଦ ଚନ୍ଦ୍ର ଖିଲାର ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କରି ବିଦ୍ୟାଳୟ ଓ ଛାତ୍ର ଛାତ୍ରୀ ଙ୍କ ସର୍ବାଙ୍ଗୀନ ବିକାଶ କରିଥିଲେ ସେ ଉପରେ ବକ୍ତବ୍ୟ ରଖିଥିଲେ । ତତ୍ ପୂର୍ବତନ ପ୍ରଧାନ ଶିକ୍ଷକ ଙ୍କ ଫଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ନୀରବ ପ୍ରାର୍ଥନା କରି ଅମର ଆତ୍ମା ର ସଦ ଗତି କାମନା କରିଥିଲେ । ଏହି ଶ୍ରାଦ୍ଧ ଦିବସ ପାଳନ ରେ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସ୍ଵର୍ଗତ ଆନନ୍ଦ ଚନ୍ଦ୍ର ଖିଲାର ଜଣେ ଦାୟିତ୍ବବାନ,କର୍ତ୍ତବ୍ୟ ପରାୟଣ,ଛାତ୍ର ବତ୍ସଳ ଏବଂ ବିଦ୍ୟାଳୟ ତଥା ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଚେଷ୍ଟା ଜାରି ରଖିଥିଲେ ।


No Result
View All Result