ଓଡ଼ିଶା ତାଜା ନ୍ୟୁଜ (୧୬ ଅଗଷ୍ଟ ମଙ୍ଗଳବାର ) ରାୟଗଡ଼ :- ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ ସ୍ଥିତ SSD ହାଇସ୍କୁଲ ପରିସରରେ ଅମୃତ ମହୋତ୍ସବ ଅବସରରେ ଦଶଟି ସ୍ଵାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିକୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉନ୍ମୋଚନ କରିଛନ୍ତି। ଉତ୍କଳ ସ୍ୱାଭିମାନ ମଞ୍ଚ, ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଶିକ୍ଷା କମିଟି ଙ୍କ ମିଳିତ ସହଯୋଗରେ ମହାତ୍ମା ଗାନ୍ଧୀ,
ଠକ୍କର ବାପା, ସ୍ବାମୀ ବିବେକାନନ୍ଦ, ସୁବାଷ ଚନ୍ଦ୍ର ବୋଷ, ମଧୁ ବାବୁ, ଉତ୍କଳ ମଣି ଗୋପବନ୍ଧୁ ଦାସ, ବିର୍ସା ମୁଣ୍ଡା, ସହୀଦ ଲକ୍ଷ୍ମଣ ନାୟକ, ଜୟୀ ରାଜଗୁରୁ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଉକ୍ତ କାର୍ଯକ୍ରମରେ ଉତ୍କଳ ସ୍ୱାଭିମାନ ମଞ୍ଚର ସଭାପତି ରାଧାକୃଷ୍ଣ ଦାଶ,
ସମ୍ପାଦକ ଡ. ପ୍ରଭାକର ତ୍ରୀପାଠୀ, ଦକ୍ଷିଣ ଓଡ଼ିଶା ସନଜୋଯୋକୋ ମୃତ୍ୟୁଞ୍ଜୟ୍ ମିଶ୍ର,PD DRDA ରୋମାନଚଳ ଖମାରୀ,PA ITDA ଫାଲଗୁନି ମାଝି, ବ୍ଲକ ଅଧ୍ୟକ୍ଷା ପୁର୍ଣ୍ଣବାସୀ ନାୟକ,DWO ସନ୍ତୋଷ କୁମାର ରଥ,SSD C I ଶ୍ୟାମଘନ ଭୁୟାଁ,SSD DI ପ୍ରେମ ରଞ୍ଜନ ଶତପଥୀ, ପ୍ରଧାନ ଶିକ୍ଷକ ସୁରେଶ କୁମାର ସାହୁକାର, ଶିକ୍ଷା କମିଟି ସଭାପତି ସୁରଥ ଶବର ପ୍ରମୁଖ ଉପସ୍ଥିତ ଥିଲେ । ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି
© 2023 Odisha Taza News.