No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ସୋମବାର ) ନୟାଗଡ଼ :- ୭୬ତମ ସ୍ବାଧୀନତା ଦିବସ ଅବସରରେ ନୟାଗଡ଼ ରେଡକ୍ରସ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏବଂ ସତ୍ୟମ କମ୍ପ୍ୟୁଟର ର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ସତ୍ୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରୁ 16 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।
ନୟାଗଡ଼ ରେଡକ୍ରସ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର ପରାମର୍ଶଦାତା ବିଭୁତି ଭୁଷଣ ପଟ୍ଟନାୟକ ଏବଂ ସତ୍ୟମ ର ନିର୍ଦେଶକ ଧିରେନ୍ଦ୍ର କୁମାର ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚାଲିଥିବା ଏହି ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଶ୍ରୀ ସନ୍ତୋଷ ଷଡ଼ଙ୍ଗୀ, ପବିତ୍ର ସାହୁ, ସୁଶାନ୍ତ ପାଇକରାୟ, ପ୍ରଦୀପ ବରାଡ ଏବଂ କାଜଲ ଡାକୁଆ ।



No Result
View All Result