No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ସୋମବାର ) ଭୁବନେଶ୍ୱର :- ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ତରଫରୁ ଜିଲ୍ଲା କାର୍ଯ୍ୟାଳୟରେ ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତିଙ୍କ ସଭାପତିତ୍ୱରେ ଏକ ବୈଠକ ଆୟୋଜନ କରାଯାଇଥିଲା । ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ନେଟା ଡି. ସୌଜାଙ୍କ ନିର୍ଦ୍ଦେଶ ଓ ରାଜ୍ୟ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ନିର୍ଦ୍ଦେଶ ଅନୁସାରେ ଏହି ବୈଠକରେ ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ଅଖିଳ ଭାରତ ମହିଳା କଂଗ୍ରେସର ସଂପାଦିକା ଶ୍ରୀମତୀ ସସ୍ମିତା ବେହେରା ଅତିଥିଭାବେ ଯୋଗଦେଇ ବରିଷ୍ଠ ମହିଳା ନେତ୍ରୀମାନଙ୍କୁ ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦଳର କର୍ମୀମାନଙ୍କ ସହ ସୁସଂପର୍କ,
ଦଳର ବିଭିନ୍ନ କାର୍ଯ୍ୟକ୍ରମକୁ ସୂଚାରୂ ରୂପେ କାର୍ଯ୍ୟ କରିଥିବାରୁ ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଦକ୍ଷତା ଥିବା ବରିଷ୍ଠ ନେତ୍ରୀ ସର୍ବପ୍ରଥମେ ସ୍ୱାଧୀନବାଳା ଦାସ, ବିଜୟଲକ୍ଷ୍ମୀ ମହାପାତ୍ର ସେବାଦଳ, ଉର୍ବଶ୍ରୀ ମିଶ୍ର ଓ ପ୍ରଭାବତି ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସମ୍ମାନିତ କରାଗଲା । ଏଥିରେ ପିସିସି ସାଧାରଣ ସଂପାଦକ ଜାନକୀ ପଟ୍ଟନାୟକ, କୁସୁମ ପ୍ରଧାନ, ଶ୍ରୀୟାସ୍ମିତା ପଣ୍ଡା, ଶୁଭଦ୍ରା ମିଶ୍ର, ଜୟଶ୍ରୀ ପାତ୍ର, ଲକ୍ଷ୍ମୀପ୍ରିୟା ଦାସ, ମିହିର ଆଚାର୍ଯ୍ୟ, ଅଶୋକ ଦାସ, ମୋହନ ଜେନା ଓ ଲୁଲୁ ମହମ୍ମଦ ପ୍ରମୁଖ ଯୋଗଦେଇଥିଲେ ।


No Result
View All Result