
ଓଡିଶା ତାଜା ନ୍ୟୁଜ୍ (୨୪ ମଇ, ରବିବାର ) ଚନ୍ଦାହାଣ୍ଡି :- ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଝରିଗାଁ ବ୍ଲକ ରେ ବିଜୁଜନତା ଦଳ ଝରିଗାଁ ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ମୁଖ୍ୟଅତିଥି ଭାବେ ମାନ୍ୟବର ସାଂସଦ ନବରଙ୍ଗପୁର ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଓ ମାନ୍ୟବର ବିଧାୟକ ଝରିଗାଁ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ ଉପସ୍ଥିତ ରହି ଶୁଭ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ନବରଙ୍ଗପୁର ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତର ସମସ୍ୟା ଲାଗିରହୁଥିବା ହେତୁ ଏହାକୁ ଦୃଷ୍ଟିରେ ରଖି ଏହି ଶିବିର ଆୟୋଜନ କରା ଯାଇଥିଲା ।
କରୋନା ମହାମାରୀ ଯୋଗୁଁ ରକ୍ତ ଭାଣ୍ଡରରେ ରକ୍ତ ସଂଗ୍ରହରେ ସମସ୍ୟା ଦେଖାଦେବା ଏବଂ ଦୈନନ୍ଦିନ ଅନେକ ଗରିବ ଅସହାୟ ବ୍ୟକ୍ତି ରକ୍ତ ଅଭାବରେ ଅନେକ ସମସ୍ୟା ଭୋଗୁଥିବା ଦୃଷ୍ଟି ଗୋଚର ହେବାରୁ ଆଜି ବିଜୁଜନତା ଦଳ ଝରିଗାଁ ତରଫରୁ ବଜ୍ରସଂକଳ୍ପ ନେଇ ରକ୍ତ ଅଭାବରୁ କେହି ମୃତ୍ୟୁ ମୁଖରେ ନ ପଡନ୍ତୁ ବୋଲି ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତେ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ସର୍ବମୋଟ ୧୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ରକ୍ତ ସଂଗ୍ରହ ଦାୟିତ୍ୱ ଜିଲା ରକ୍ତଭାଣ୍ଡର ଡାକ୍ତର ଓ ବିଭାଗୀୟ କର୍ମଚାରୀ ମାନେ ତୁଲାଇଥିଲେ ।
ଏହି ଶିବିରରେ ମାନ୍ୟବର ସାଂସଦଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପାଢୀ,ଝରିଗାଁ ବ୍ଲକ ପ୍ରତିନିଧି ପ୍ରିୟରଞ୍ଜନ ଦାସ,ପଞ୍ଚାୟତ ସମିତି ଅଧ୍ୟକ୍ଷା ରମୁଲା ଗଣ୍ଡ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ବାହାଦୂର ସିଂ ଧୁରୁଆ,ତହସିଲଦାର ଚିନ୍ମୟ ସାଗର,IIC ନରେଶ କୁମାର ପ୍ରଧାନ,ଝରିଗାଁ ମେଡିକାଲ ଅଫିସର ଡାକ୍ତର ପ୍ରକାଶ ନାୟକ,ଜିଲ୍ଲା ପରିଷଦ ସଭ୍ୟ ମୋହନ ନାୟକ, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ମଞ୍ଜୁ ପନକା,ରାଖୀ ବଞ୍ଜରା,ସଞ୍ଜୟ ଗୁପ୍ତା,ବଳରାମ ପଟ୍ଟନାୟକ, ଅମିତାଭ ସିଲ ପ୍ରମୂଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ଶିବିରକୁ ସହଯୋଗ କରିଥିଲେ ।
ଏହି ଶିବିରକୁ ଟିକଚନ ମାଝୀ,ପ୍ରଦୀପ କୁମାର ଗାଉଁଟିଆ, ଦୁର୍ଗା ମାଝୀ,ବଂଶୀ ପନକା ,ପିଙ୍କୁ କାହାଳିଆ,ଚିତ୍ତରଞ୍ଜନ ପାଣ୍ଡେ,ଶିବ ସତପତି ପ୍ରମୂଖ ପରିଚାଳନା କରିଥିଲେ । ( ରିପୋର୍ଟ – ବଳରାମ ପଟ୍ଟନାୟକ,ଯୁବରାଜ ଜଗତ )
odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com





















