ଓଡ଼ିଶା ତାଜା ନ୍ୟୁଜ (୧୩ ଅଗଷ୍ଟ ଶନିବାର ) ଭୁବନେଶ୍ୱର :- ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିର ଗୌରବମୟ ଅବସରରେ ସାରା ଦେଶରେ ‘ହର୍ ଘର ତି୍ରରଙ୍ଗା’ ଅଭିଯାନ ଜୋରଦାର ହେବାରେ ଲାଗିଛି । ୧୩ରୁ ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ସମସ୍ତ ଘର ଏବଂ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯାଉଛି । ଆମ ରାଜ୍ୟ ଓଡ଼ିଶାରେ ମିଶନ ଶକ୍ତି ସଦସ୍ୟାମାନଙ୍କ ଔଦ୍ୟୋଗିକ ସାମର୍ଥ୍ୟ ଉ ପରେ ସଂ ପୂର୍ଣ୍ଣ ଆସ୍ଥା ପ୍ରକଟ କରିବା ସହ ସେମାନଙ୍କ ପାଖରେ ଥିବା ସିଲାଇ ୟୁନିଟଗୁଡ଼ିକର ପୂର୍ଣ୍ଣ ଉ ପଯୋଗ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ସିଲାଇ କରିବାର ଗୁରୁଦାୟିତ୍ୱ ଅ ର୍ପଣ କରିଥିଲେ ।
ଆଜି ସିଲାଇ କାର୍ଯ୍ୟରେ ସଂ ପୃକ୍ତ ମିଶନ ଶକ୍ତି ସ୍ୱୟଂ ସହାୟକ ଓ ଉତ୍ପାଦକ ଗୋଷ୍ଠୀର ଗୋଟିଏ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ହାତ ତିଆରି ଜାତୀୟ ପତାକା ପ୍ରଦାନ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନଙ୍କ ଉ ପରେ ସଂ ପୂର୍ଣ୍ଣ ଭରସା ରଖି ଏଭଳି ଏକ ବିଶାଳ ଦାୟିତ୍ୱ ପ୍ରଦାନ କରିଥିବାରୁ କୃତଜ୍ଞତା ଜଣାଇଥିଲେ । ୭୬ତମ ସ୍ୱାଧୀନତା ଦିବସର ଏଇ ଶୁଭ ଅବସରରେ ରାଜ୍ୟର ସମସ୍ତ ସରକାରୀ, ଘରୋଇ ଅନୁଷ୍ଠାନ, ସଂସ୍ଥା ଆଦିରେ ଜାତୀୟ ପତାକା ଉଡ଼ିବ । କିନ୍ତୁ ମିଶନ ଶକ୍ତି ସଦସ୍ୟାମାନଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ଯୋଗାଇ ଦିଆଯାଇଥିବା ଜାତୀୟ ପତାକା ସଂ ପୂର୍ଣ୍ଣ ସ୍ୱତନ୍ତ୍ର, କାରଣ ଏଥିରେ ସେମାନଙ୍କ ନିଷ୍ଠା, ଆନ୍ତରିକତା ଏବଂ ପର୍ଯ୍ୟାପ୍ତ ଶ୍ରଦ୍ଧା ଭରିରହିଛି ବୋଲି ସଦସ୍ୟାମାନେ କହିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟର ମହିଳା ସଶକ୍ତିକରଣ କ୍ଷେତ୍ରରେ ମିଶନ ଶକ୍ତି ଏକ ବିରାଟ ଆନ୍ଦୋଳନରେ ପରିଣତ ହୋଇ ପାରିଛି । ଆଜି ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ଗ୍ରାମ ଏବଂ ସହରମାନଙ୍କରେ ୬ ଲକ୍ଷରୁ ଊଦ୍ଧ୍ୱର୍ ଗୋଷ୍ଠୀ ସଂଗଠିତ ହୋଇ ପାରିଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୈନ୍ଦି୍ରକ ସରକାରୀ କାର୍ଯ୍ୟକ୍ରମମାନଙ୍କରେ ସମନ୍ୱୟ ଆଣିବା, ତୃଣମୂଳ ସ୍ତରରେ ଲକ୍ଷଲକ୍ଷ ମହିଳାଙ୍କ ଯୋଗଦାନକୁ ତ୍ୱରାନ୍ୱିତ କରିବା ତଥା ସ୍ଥାୟୀ ଜୀବନଜୀବିକା ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାର ୨୦୨୧ରେ ମିଶନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ ଘୋଷଣା କରିଛନ୍ତି । ଯଦିଓ ଅତି କମ୍ ସମୟ ମଧ୍ୟରେ ଏତେ ସଂଖ୍ୟକ ପତାକା ତିଆରି କରିବା ଏକ ବିଶାଳ ଆହ୍ୱାନ ଥିଲା, କିନ୍ତୁ ପୂର୍ବରୁ ମିଶନ ଶକ୍ତି ଅଧୀନରେ ଥିବା ସିଲେଇ ୟୁନିଟ୍ଗୁଡ଼ିକ ଏଥିରେ ଯଥେଷ୍ଟ ସହାୟକ ହୋଇଥିଲା ।
ପତାକା ତିଆରିରେ ନିୟୋଜିତ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପୂର୍ବରୁ ମିଶନ ଶକ୍ତି ବିଭାଗ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏବେ ବୃହତ୍ ଟେଲରିଂ ୟୁନିଟ୍ ସହ ନିଜସ୍ୱ ୟୁନିଟ୍ ପରିଚାଳନାରେ ମଧ୍ୟ ସେମାନଙ୍କର ଯଥେଷ୍ଟ ଦକ୍ଷତା ରହିଛି । ସାରା ରାଜ୍ୟରେ ଅତ୍ୟାଧୁନିକ ସିଲାଇ ମେସିନ୍ର ବ୍ୟବହାର କରି ଗୁଣବତ୍ତା ବଜାୟ ରଖି ଏହି ସବୁ ପତାକା ସିଲାଇ କରାଯାଇଛି । ରାଜ୍ୟର ୨୨ଟି ଜିଲ୍ଲାର ୫୦୦ ସ୍ୱୟଂ ସହାୟକ ଗୋଷ୍ଠୀ/ଉତ୍ପାଦକ ଗୋଷ୍ଠୀର ୧୦ ହଜାରରୁ ଊଦ୍ଧ୍ୱର୍ ସଦସ୍ୟା ଏହି ପତାକା ସିଲାଇ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।
ଦୈନିକ ହାରାହାରି ୩.୫ରୁ ୪ ଲକ୍ଷ ପର୍ଯ୍ୟନ୍ତ ସିଲାଇ କରି ଏହି ଲକ୍ଷ୍ୟ ହାସଲ କରିବା ନିମନ୍ତେ ଆ ପ୍ରାଣ ଉଦ୍ୟମ କରାଯାଇଥିଲା । ଅଗଷ୍ଟ ୧୦ ତାରିଖ ଦିନ ସୁଦ୍ଧା ଏହି ସଦସ୍ୟାମାନଙ୍କ ଦ୍ୱାରା ତିଆରି ହୋଇଥିବା ପତାକାଗୁଡ଼ିକ ପ୍ରତ୍ୟେକ ଜିଲ୍ଲାରୁ ସଂଗୃହୀତ ହୋଇ ବଣ୍ଟନ ଆରମ୍ଭ କରାଯାଇଥିଲା । ପତାକା ତିଆରିର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିବାବେଳେ ଏହି ତି୍ରରଙ୍ଗାଗୁଡ଼ିକ ଜିଲ୍ଲା ପ୍ରଶାସନ ଦ୍ୱାରା ଜନସାଧାରଣଙ୍କୁ ବିନା ଦେୟରେ ବଣ୍ଟନ କରାଯାଇଛି ।
© 2023 Odisha Taza News.