No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ଅଗଷ୍ଟ ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ସାନ ରାଧାକାନ୍ତ ମଠରେ ମହାସମାରୋହରେ ମାଳତୀ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ସ୍ଥାନୀୟ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦଶମୀ ଠାରୁ ପୁର୍ଣିମା ଯାଏ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହୋଇଥିଲାଶ୍ରୀ ରାଧାକୃଷ୍ଣଙ୍କୁ ଝୁଲଣ ମଣ୍ଡପରେ ଦର୍ଶନ କଲେ କୋଟିଏ ପୁଣ୍ୟ ପ୍ରାପ୍ତ ହୁଏ ବୋଲି ପୁରାଣରେ ବର୍ଣ୍ଣିତ ଅଛି l
ଏହି ଉତ୍ସବକୁ ଶ୍ରୀ ମହନ୍ତ ମଦନଗୋପାଳ ଦାସଜୀ ମହାରାଜ ବାବା ଶ୍ରୀମଧୁସୂଦନ ଦାସଜୀ ଓ ପୂଜକ ନାରାୟଣ ପାଣି ପ୍ରମୁଖ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବାବେଳେ ବୀର କିଶୋର ପଟ୍ଟନାୟକ , ରବି ନାରାୟଣ ଚୌଧୁରୀ ପ୍ରମୁଖ ସଙ୍କୀର୍ତ୍ତନ ପରିବେଷଣ କରିଥାନ୍ତି l ଏହି ଝୁଲଣ ଯାତ୍ରା ଦେଖିବା ବିଭିନ୍ନଅଞ୍ଚଳରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଲିଗିଥିଲା

No Result
View All Result