ଓଡିଶା ତାଜା ନ୍ୟୁଜ୍ (୨୩ ତାରିଖ ୨୦୨୦ ଶନିବାର ) ନବରଙ୍ଗପୁର,ଚନ୍ଦାହାଣ୍ଡି :– ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବନ୍ଧକୋନା ଅସ୍ଥାୟୀ ଚିକିତ୍ସାଳୟରେ ରହୁଥିବା ପ୍ରବାସୀଙ୍କ ମଧ୍ୟରୁ ନବରଙ୍ଗପୁର ଜିଲ୍ଲାର ପ୍ରଥମ କରୋନା ଚିହ୍ନଟ ହୋଇଛି । ନବରଙ୍ଗପୁର ଜିଲ୍ଲାପାଳ ଙ୍କ ପ୍ରେସବିଜ୍ଞପ୍ତି ଅନୁଯାୟୀ ଚିହ୍ନଟ ବ୍ୟକ୍ତି ଜଣକ ଆନ୍ଦ୍ରପ୍ରଦେଶର ବିଜୟୱାଡାରେ କାର୍ଯ୍ୟ କରୁଥିଲେ । ସେଠାରୁ ସରକାରଙ୍କ ସହାୟତାରେ ବସ ଯୋଗେ ଚନ୍ଦାହାଣ୍ଡି ବ୍ଲକ ବନ୍ଧକୋନା ସଂଘରୋଧ ଗୃହରେ ମେ ୧୪ ତାରିଖରୁ ଆସି ରହୁଥିଲେ । ଗତ ୨୦ ତାରିଖ ଦିନ ବନ୍ଧକୋନାରେ ରହୁଥିବା ୬୫ ଜଣ ପ୍ରବାସୀ ଏବଂ ୫ ଜଣ ଦାୟିତ୍ୱ ରେ ଥିବା କର୍ମଚାରୀ ମାନଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଯାଇଥିଲା ।
୭୦ ଜଣଙ୍କ ମଧ୍ୟରୁ ଜଣଙ୍କ ରିପୋଟ ପଜିଟିଭ ଆସିଥିବା ବେଳେ ସମସ୍ତ ରିପୋର୍ଟ ନେଗେଟିଭ ଆସିଥିଲା ।ପଜିଟିଭ ଜଣକ ଡାବୁଗାଁ ବ୍ଲକର ମେଦନା ଗ୍ରାମର ୨୦ ବର୍ଷ ବୟସ୍କ ଜଣେ ଯୁବକ ବୋଲି ଜଣାପଡିଛି । ଚିହ୍ନଟ ପରେ ସମ୍ପୃକ୍ତ ବ୍ୟକ୍ତି ଜଣକୁ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି ତତ ସହିତ ରୋଗୀ ସଂସ୍ପର୍ଶରେ ଆସିଥିବା ସମସ୍ତ ପ୍ରବାସୀଙ୍କ ପୁଣିଥରେ ସ୍ୱାବ ପରୀକ୍ଷା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଥିବା ଜଣାପଡିଛି । ବର୍ତ୍ତମାନ ବନ୍ଧକୋନା ଗାଁକୁ ଜିଲ୍ଲା ପ୍ରଶାସନ ତରଫରୁ ମେ ୨୩ ଦିନ ୧୦ ଟା ଠାରୁ ମେ ୩୦ ମଧ୍ୟ ରାତ୍ରି ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଯୋନ( ନିସିଧାଞ୍ଚଳ ) ଭାବେ ଘୋଷଣା କରିଛନ୍ତି ।
ପୋଲିସ ପ୍ରଶାସନ ତରଫରୁ କଡା ପ୍ରହରା ଦିଆଯାଉଥିବା ଜିଲ୍ଲାପାଳ ସୁଚନା ଦେଇଛନ୍ତି । କୌଣସି ବକ୍ତିକୁ ଗାଁରେ ପ୍ରବେଶ କିମ୍ବା ଗାଁରୁ ବାହାରକୁ ନ ଛାଡିବା ପାଇଁ କଡାକଡି ନିୟମ କରାଯାଇଛି । କରୋନା ଚିହ୍ନଟ ହେବା ପରେ ଜନସାଧାରଣ ଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।ଭୟଭୀତ ନହୋଇ ସଚେତନ ରହିବା କୁ ବ୍ଲକ ପ୍ରଶାସନ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି । (ରିପୋର୍ଟ-ବଳରାମ ପଟ୍ଟନାୟକ)
odishatazanews.com, whatsApp -9938341180, ph.7008991872, facebook – odishatazanews,ଲାଇକ୍ ଓ ସେୟାର କରନ୍ତୁ – Mail- odishatazanews1@gmail.com